Advertisment

Wedding Tragedy Odisha: କାଲି ଥିଲା ବାହାଘର ଭୋଜି, ଆଜି ଚାଲିଗଲା ଜୀବନ

କାଲି ଥିଲା ବାହାଘର ଭୋଜି, ଆଜି ଚାଲିଗଲା ଜୀବନ। ରାଜଗାଙ୍ଗପୁର ଧରୁଆଅଡା ଅଞ୍ଚଳରେ ଯୁବକଙ୍କ ମୃତ୍ୟୁ। ବିଦ୍ୟୁତ୍ ଆଘାତରେ ଗଲା ଯୁବକଙ୍କ ଜୀବନ। ମଣ୍ଡପ ସଜାଇବା ପାଇଁ ଗଛରେ ଚଢି ଜାମୁ ଡାଳ କାଟିବା ବେଳେ ଅଘଟଣ।

Wedding Tragedy Odisha

କାଲି ଥିଲା ବାହାଘର ଭୋଜି, ଆଜି ଚାଲିଗଲା ଜୀବନ Photograph: (OTV)

Advertisment

କାଲି ଥିଲା ବାହାଘର ଭୋଜି, ହେଲେ ଆଜି ଚାଲିଗଲା ଜୀବନ। ରାଡଗାଙ୍ଗପୁର ଧାରୁଆଅଡ଼ାରେ ବାହାଘର ଭୋଜି ମଣ୍ଡପ ସଜାଇବା ପାଇଁ ଗଛରେ ଚଢି ଜାମୁ ଡାଳ କାଟିବା ବେଳେ ବିଦ୍ୟୁତ ଆଘାତରେ ବରର ମୃତ୍ୟୁ। କ୍ଷତିପୂରଣ ଦାବି ନେଇ ମୃତକଙ୍କ ପରିଜନ ଓ ଗ୍ରାମବାସୀ ମୃତଦେହ ରାସ୍ତାରେ ରଖି ଧାରଣା ଦେଇଛନ୍ତି। ଘଟଣା ସ୍ଥଳରେ ପୋଲିସ ଓ ସ୍ତାନୀୟ ତହସିଲଦାର ପହଞ୍ଚି ଲୋକଙ୍କ ସହ ଆଲୋଚନା ଜାରି ରଖିଛନ୍ତି । 

Advertisment

ରାଜଗାଙ୍ଗପୁର ତା ୧୦/୨ ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଲାଞ୍ଜିବେର୍ଣା ଫାଣ୍ଡି ଅନ୍ତର୍ଗତ ଧରୁଆଅଡା ଅଞ୍ଚଳର ଯୁବକ ଜଣକ ରାସ୍ତା କଡ଼ରେ ଏକ ଜାମୁ ଗଛରେ ଚଢି ଡାଳ କାଟିବା ସମୟରେ ଗଛ ଉପର ଦେଇ ଯାଇଥିବା ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲେ। ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ନିକଟସ୍ଥ ଖେରାମୁତା ଗ୍ରାମର ୨୬ ବର୍ଷୀୟ ବିନୋଦ ମାଝୀ । 

କ୍ଷତିପୂରଣ ବାବଦରେ ୫୦ଲକ୍ଷ ଟଙ୍କା ଓ ସ୍ତ୍ରୀ କୁ ଚାକିରୀ ଦାବି ନେଇ ଧାରଣା ଦେଇଥିଲେ ଗାଁ ଲୋକେ। ଘଟଣା ସ୍ଥଳରେ ପୋଲିସ ଓ ସ୍ଥାନୀୟ ତହସିଲଦାର ପହଞ୍ଚି ଲୋକଙ୍କ ସହ ଆଲୋଚନା କରୁଛନ୍ତି।...

Advertisment

  • କାଲି ଥିଲା ବାହାଘର ଭୋଜି, ଆଜି ଚାଲିଗଲା ଜୀବନ
  • ରାଜଗାଙ୍ଗପୁର ଧରୁଆଅଡା ଅଞ୍ଚଳରେ ଯୁବକଙ୍କ ମୃତ୍ୟୁ
  • ବିଦ୍ୟୁତ୍ ଆଘାତରେ ଗଲା ଯୁବକଙ୍କ ଜୀବନ
  • ମଣ୍ଡପ ସଜାଇବା ପାଇଁ ଗଛରେ ଚଢି ଜାମୁ ଡାଳ କାଟିବା ବେଳେ ଅଘଟଣ
Sundargarh Tragedy Odisha News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ