CROCODILE Photograph: (OTV)
ଛେଳିକୁ ବଞ୍ଚାଉ ବଞ୍ଚାଉ ନିଜେ କୁମ୍ଭୀର ହାବୁଡ଼ରେ ପଡ଼ିଗଲେ। ଛେଳିକୁ ଛାଡ଼ି ଛେଳି ଚରାଳିଙ୍କୁ ଭିଡ଼ିନେଲା କୁମ୍ଭୀର। ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଝାମ୍ପୁଲି ଗାଁରେ ଘଟିଛି ଅଭାବନୀୟ ଘଟଣା। ଝିମାଇ ଜୋର୍ ନିକଟରେ ରଞ୍ଜିତ ପ୍ରଧାନ ଛେଳି ଚରାଇବା ସମୟରେ ଏକ କୁମ୍ଭୀର ଛେଳିକୁ ଟାଣିନେଇଥିଲା।
ଛେଳିକୁ ବଞ୍ଚାଇବାକୁ ପାଣିକୁ ଡେଇଁ ପଡ଼ିଥିଲେ ରଞ୍ଜିତ । ଏହି ସମୟରେ କୁମ୍ଭୀରଟି ଛେଳିକୁ ଛାଡ଼ି ରଞ୍ଜିତଙ୍କୁ ଟାଣିନେଇଥିଲା। ରଞ୍ଜିତ କୁମ୍ଭୀର ସହ ସଂଘର୍ଷ କରିଥିଲେ । ତାଙ୍କୁ କୁମ୍ଭୀର ଦୂରକୁ ନେଇ ପାରିନଥିଲା । ତେବେ ରଞ୍ଜିତଙ୍କର ବାମ ହାତକୁ କୁମ୍ଭୀର ଛିଣ୍ଡାଇ ନେଇଛି । ତାଙ୍କୁ ପ୍ରଥମେ ଚିକିତ୍ସା ପାଇଁ କିଶୋରନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।
ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତାଙ୍କ ସାହସିକତା ପାଇଁ ଗୋଟିଏ ଛେଳିର ଜୀବନ ସିନା ବଞ୍ଚିଗଲା, ରଞ୍ଜିତ କିନ୍ତୁ ସବୁ ଦିନ ପାଇଁ ଗୋଟିଏ ହାତ ହରାଇଲେ । ଝାମ୍ପୁଲି ଗାଁ ଝିମାଇ ଜୋରରେ ପ୍ରତି ବର୍ଷ କୁମ୍ଭୀର ଆତଙ୍କ ଦେଖାଯାଉଛି ।
ଏ ବର୍ଷ ବି କୁମ୍ଭୀର ଭୟ । ଲୋକମାନେ ଭୟଭୀତ ଅବସ୍ଥାରେ ଅଛନ୍ତି । ବନ ବିଭାଗ ଏହା ଉପରେ ଦୃଷ୍ଟି ଦେବାକୁ ସ୍ଥାନୀୟ ଲୋକମାନେ ଦାବି କରୁଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/23/crocodile-2025-10-23-22-08-23.jpg)