Advertisment

'ଫାଇନାଲ ସେମିଷ୍ଟର ପରୀକ୍ଷା କର'

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବିପିୟୁଟି ଛାତ୍ରଛାତ୍ରୀଙ୍କ ବିକ୍ଷୋଭ। ବୈଷୟିକ ଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରିଲେ ଛାତ୍ରଛାତ୍ରୀ। ଫାଇନାଲ ସେମିଷ୍ଟର ପରୀକ୍ଷା କରିବା ଦାବିରେ ଛାତ୍ରଛାତ୍ରୀମାନେ ମନ୍ତ୍ରୀଙ୍କ ବାସଭବନ ଘେରାଉ କରିଛନ୍ତି। ଅଗଷ୍ଟରେ ହୋଇଥିବା ଅନଲାଇନ ପରୀକ୍ଷାରୁ ବହୁ ଛାତ୍ରଛାତ୍ରୀ ବଞ୍ଚିତ ହୋଇଛନ୍ତି। ସେତେବେଳ ବିଭାଗ ତରଫରୁ କୁହାଯାଇଥିଲା ଯେ ବିକଳ୍ପ ବ୍ୟବସ୍ଥା ଭାବେ ଅଫ୍‌ଲାଇନ ପରୀକ୍ଷା କରାଯିବ ମାତ୍ର ଏଯାଏ ପରୀକ୍ଷା ହୋଇ ନାହିଁ। ଉଚ୍ଚଶିକ୍ଷା ଲାଗି ଓଜେଇଇରେ ଆବେଦନ କରି ଭଲ ରାଙ୍କ ପାଇଥିଲେ ସୁଦ୍ଧା […]

'ଫାଇନାଲ ସେମିଷ୍ଟର ପରୀକ୍ଷା କର'

bput

Advertisment

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବିପିୟୁଟି ଛାତ୍ରଛାତ୍ରୀଙ୍କ ବିକ୍ଷୋଭ। ବୈଷୟିକ ଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରିଲେ ଛାତ୍ରଛାତ୍ରୀ। ଫାଇନାଲ ସେମିଷ୍ଟର ପରୀକ୍ଷା କରିବା ଦାବିରେ ଛାତ୍ରଛାତ୍ରୀମାନେ ମନ୍ତ୍ରୀଙ୍କ ବାସଭବନ ଘେରାଉ କରିଛନ୍ତି। ଅଗଷ୍ଟରେ ହୋଇଥିବା ଅନଲାଇନ ପରୀକ୍ଷାରୁ ବହୁ ଛାତ୍ରଛାତ୍ରୀ ବଞ୍ଚିତ ହୋଇଛନ୍ତି।

Advertisment

ସେତେବେଳ ବିଭାଗ ତରଫରୁ କୁହାଯାଇଥିଲା ଯେ ବିକଳ୍ପ ବ୍ୟବସ୍ଥା ଭାବେ ଅଫ୍‌ଲାଇନ ପରୀକ୍ଷା କରାଯିବ ମାତ୍ର ଏଯାଏ ପରୀକ୍ଷା ହୋଇ ନାହିଁ। ଉଚ୍ଚଶିକ୍ଷା ଲାଗି ଓଜେଇଇରେ ଆବେଦନ କରି ଭଲ ରାଙ୍କ ପାଇଥିଲେ ସୁଦ୍ଧା ଶେଷ ସେମିଷ୍ଟର ପରୀକ୍ଷା ହୋଇ ନଥିବାରୁ ଆଡ଼ମିଶନରୁ ବାଦ ପଡୁଛନ୍ତି ଛାତ୍ରଛାତ୍ରୀ।

ଏବେ ତୁରନ୍ତ ଫାଇନାଲ ସେମିଷ୍ଟର ପରୀକ୍ଷା କରିବା ସହ ଓଜେଇଇ କାଉନସେଲିଂ ତାରିଖକୁ ଘୁଞ୍ଚାଯାଉ ବୋଲି ଛାତ୍ରଛାତ୍ରୀ ଦାବି କରିଛନ୍ତି। ଆଲୋଚନା ପରେ ସପ୍ତାହେ ଭିତରେ ପରୀକ୍ଷା ଓ କାଉନସେଲିଂ ତାରିଖ ନେଇ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ