Advertisment

Boudh Teacher Faces Action: ମଦ୍ୟପ ଶିକ୍ଷକଙ୍କ ଦରମା ବନ୍ଦ କଲେ ବିଇଓ , ୩୦ ଦିନ ମଧ୍ୟରେ ଜବାବ ରଖିବାକୁ ନିର୍ଦ୍ଦେଶ

ଶିକ୍ଷକଙ୍କୁ ମହଙ୍ଗା ପଡ଼ିଲା ମଦ। ସ୍କୁଲକୁ ମଦ ପିଇ ଆସିବାରୁ ହେଲା କଡ଼ା ଆକ୍ସନ। ଦିନକର ଦରମା ବନ୍ଦ କରିଦେଲେ ବିଇଓ । ମଦ୍ୟପ ଶିକ୍ଷକ ଜଣକ ହେଲେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଝାରଖମଣ ପ୍ରାଥମିକ ବିଦ୍ୟାଳୟର ସୁରମଣି ମଲ୍ଲିକ।

DRUNK_TEACHER

DRUNK_TEACHER Photograph: (OTV)

Advertisment

 ସୂଚନା ମୁତାବକ, ସେ ପ୍ରତିଦିନ ସ୍କୁଲକୁ ମଦ ପିଇ ଆସୁଥିବା ନେଇ ଅଭିଯୋଗ ହେଉଥିଲା। ପିଲାଙ୍କୁ ପାଠ ପଢ଼ାଇବା ବଦଳରେ ମୋବାଇଲରେ ବ୍ୟସ୍ତ ରହୁଥିଲେ। ଖାଲି ସେତିକି ନୁହେଁ କାହାକୁ କିଛି ନ ଜଣାଇ ମନ ଇଚ୍ଛା ସ୍କୁଲରେ ଅନୁପସ୍ଥିତ ରହୁଥିଲେ। ଏନେଇ ଅଭିଯୋଗ ପରେ ତାଙ୍କ ବିରୋଧରେ ହୋଇଛି କଡା ଆକ୍ସନ। ହରଭଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ ତାଙ୍କର ଗୋଟିଏ ଦିନର ଦରମା ବନ୍ଦ କରିବା ସହ ତାଙ୍କ ବିରୋଧରେ ବିଭାଗୀୟ ତଦନ୍ତ ଆରମ୍ଭ କରିଛନ୍ତି। ଏଥିସହ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ୩୦ ଦିନ ମଧ୍ୟରେ ଏହାର ଜବାବ ରଖିବାକୁ ତାଙ୍କୁ ବିଇଓ ନିର୍ଦ୍ଦେଶ ଦେଇଛନ୍ତି।...

Advertisment

ମଦ୍ୟପ ଶିକ୍ଷକଙ୍କ ଦରମା ବନ୍ଦ କଲେ ବିଇଓ
ବୌଦ୍ଧ: ମଦ୍ୟପାନ କରି ସ୍କୁଲକୁ ଆସିବା ପଡ଼ିଲା ମହଙ୍ଗା
ମଦ୍ୟପ ଶିକ୍ଷକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଲେ ହରଭଙ୍ଗା ବିଇଓ
ଝାରଖମଣ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସୁରମଣି ମଲ୍ଲିକଙ୍କ ଉପରେ ଆକ୍ସନ
ଶିକ୍ଷକଙ୍କ ଗୋଟିଏ ଦିନର ଦରମା ବନ୍ଦ ସହ ବିଭାଗୀୟ ତଦନ୍ତ ଆରମ୍ଭ
୩୦ ଦିନ ମଧ୍ୟରେ ଜବାବ ରଖିବାକୁ ବିଇଓଙ୍କ ନିର୍ଦ୍ଦେଶ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ