Advertisment

ସହର ପରେ ଗାଁ ମୁହାଁ ହେଲାଣି କରୋନା ! କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଫୋକସରେ ଗ୍ରାମାଞ୍ଚଳ

ସହର ଅପେକ୍ଷା ଏବେ ଗାଁରେ ଅଧିକ ବ୍ୟାପୁଛି କରୋନା । ଗ୍ରାମାଞ୍ଚଳରେ ସଂକ୍ରମଣ ହାର ବଢିବା ପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଫୋକସରେ ରହିଛି ଗାଁ । ବିଶେଷକରି ଓଡ଼ିଶାର ଗ୍ରାମାଞ୍ଚଳରୁ ଏପ୍ରିଲରେ ୫୧ ପ୍ରତିଶତ ଓ ମେ’ରେ…

ସହର ପରେ ଗାଁ ମୁହାଁ ହେଲାଣି କରୋନା ! କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଫୋକସରେ ଗ୍ରାମାଞ୍ଚଳ

vlcsnap-error997

Advertisment

ସହର ଅପେକ୍ଷା ଏବେ ଗାଁରେ ଅଧିକ ବ୍ୟାପୁଛି କରୋନା । ଗ୍ରାମାଞ୍ଚଳରେ ସଂକ୍ରମଣ ହାର ବଢିବା ପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଫୋକସରେ ରହିଛି ଗାଁ । ବିଶେଷକରି ଓଡ଼ିଶାର ଗ୍ରାମାଞ୍ଚଳରୁ ଏପ୍ରିଲରେ ୫୧ ପ୍ରତିଶତ ଓ ମେ’ରେ ଏଯାଏଁ ୫୭ ପ୍ରତିଶତ ସଂକ୍ରମିତ ଚିହ୍ନଟ ହୋଇସାରିଲେଣି । ଆଗକୁ ଗାଁ ଗୁଡ଼ିକ ହଟସ୍ପଟ୍ ପାଲଟିବ ବୋଲି ଆଶଙ୍କା କରାଯାଉଛି । ତେଣୁ ଆଗାମୀ ଦିନରେ ଗ୍ରାମାଞ୍ଚଳରେ ବ୍ୟାପକ ସର୍ଭେ, ଟେଷ୍ଟିଂ ଓ ଆଇସୋଲେସନ୍ ବ୍ୟବସ୍ଥା କରିବାକୁ ଜୋର ଦିଆଯାଉଛି ।

Advertisment

ଗାଁ ଗହଳିକୁ ମାଡ଼ି ଚାଲିଥିବା ମହାମାରୀକୁ କେମିତି ରୋକାଯିବ, ସେ ନେଇ ବ୍ଲୁ ପ୍ରିଣ୍ଟ୍ ପ୍ରସ୍ତୁତ ହେଲାଣି । ଏପ୍ରିଲ ଓ ମେ’ରେ ପୁରା ଦେଶ ତଥା ଓଡ଼ିଶାର ଗ୍ରାମାଞ୍ଚଳରେ ସଂକ୍ରମଣ ଚିନ୍ତା ବଢ଼ିଥିବାରୁ ଆଗାମୀ ଦିନରେ ଗାଁ ଗାଁରେ ବ୍ୟାପକ ଅଭିଯାନ ଲାଗି ଆରମ୍ଭ ହୋଇଛି ପ୍ରସ୍ତୁତି । ଏନେଇ କେନ୍ଦ୍ର ସରକାରଙ୍କ ଏସ୍ଓପି ପରେ ଗ୍ରାମାଞ୍ଚଳରେ କରୋନା ସର୍ଭେ ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ସୋମବାର ସର୍ବଦଳୀୟ ବୈଠକ ପରେ ଗାଁରେ ତିନିମାସ ଲାଗି ଡୋର୍ ଟୁ ଡ଼ୋର୍ ସର୍ଭେ ନେଇ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ଆସନ୍ତା ୨୪ ତାରିଖରୁ ଏହି ବିଶାଳ କ୍ୟାମ୍ପେନରେ ଅଙ୍ଗନଓ୍ୱାଡ଼ି ଓ ଆଶାକର୍ମୀ ଘର ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ଯାଞ୍ଚ୍ କରିବେ । ଯାଞ୍ଚ୍ ବେଳେ କରୋନା ଲକ୍ଷଣ ଥିବା ବ୍ୟକ୍ତି ଚିହ୍ନଟ ହେଲେ, ପ୍ରଥମେ ଟେଷ୍ଟ ଓ ପରେ ସେମାନଙ୍କୁ ଆଇସୋଲେସନରେ ରଖାଯିବ । ଏହିି ଅଭିଯାନରେ ସମସ୍ତେ ସହଯୋଗ କରିବାକୁ ନିବେଦନ କରିଛନ୍ତି ମୁଖ୍ୟ ଶାସନ ସଚିବ ।

ସେହିଭଳି ଜିଲ୍ଲା ତଥା ରାଜ୍ୟ ବାହାରୁ ଫେରୁଥିବା ପ୍ରବାସୀଙ୍କ ଉପରେ ନଜର ରଖି ସେମାନଙ୍କ ହୋମ୍ କ୍ୱାରେଣ୍ଟାଇନ୍ ପ୍ରକ୍ରିୟାକୁ ନିଶ୍ଚିତ କରିବାକୁ ପଞ୍ଚାୟତିରାଜ ସଂସ୍ଥାକୁ ଦାୟିତ୍ୱ ଦେଇଛନ୍ତି ସରକାର । ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଯୁଗ୍ମ ସଚିବ ଲବ ଅଗ୍ରଓ୍ୱାଲ୍ ମଧ୍ୟ ଏ ବିଷୟରେ ସୂନା ଦେଇଛନ୍ତି ।

Advertisment

ଏପଟେ ମାଲକାନଗିରିର ବଣ୍ଡାଘାଟିରେ ୧୨ ଜଣଙ୍କୁ କରୋନା ସଂକ୍ରମଣ ପରେ ଗ୍ରାଉଣ୍ଡକୁ ଯାଇ ଜନଜାତି ଲୋକଙ୍କୁ ସଚେତନ କରିଛନ୍ତି ନିଜେ ଜିଲ୍ଲାପାଳ ମହାମାରୀଠୁ ଦୂରେଇ ରହିବାକୁ କଣ କରିବେ ଏବଂ କଣ ନକରିବେ ସେ କଥା ବୁଝାଇଛନ୍ତି ଜିଲ୍ଲାପାଳ ତା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ମଧ୍ୟ ବଣ୍ଡାଘାଟି ଯାଇ ଲୋକଙ୍କ ଟେଷ୍ଟିଂ ଅାରମ୍ଭ କରିଛନ୍ତି ଗତକାଲି ଏ ଅାଦିମ ଜନଜାତି ଟେଷ୍ଟିଂ ପାଇଁ ରାଜି ହୋଇନଥିବା ବେଳେ ଅାଜି କିନ୍ତୁ ପୁରା ଜିଲ୍ଲା ପ୍ରଶାସନର ଟିମ୍ ସେମାନଙ୍କୁ ମନାଇବାରେ ସଫଳ ହୋଇଛନ୍ତି ଫଳରେ ପୂର୍ବରୁ ଅମଙ୍ଗ ବଣ୍ଡାଘାଟି ବାସିନ୍ଦା ଅାଜି ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବାର ପ୍ରତିଶ୍ରୁତି ଦେବା ସହ ଟେଷ୍ଟିଂ ପାଇଁ ଅାଗେଇ ଅାସିଥିବା ଦେଖିବାକୁ ମିଳିଛି ଅାଗକୁ ଏଠାରେ ସଂକ୍ରମଣ କେମିତି ନବ୍ୟାପିବ ଏବଂ ଲୋକେ ବାହାରକୁ ନଯାଇ ସବୁ ସୁବିଧା ପାଇବେ, ସେଥିପାଇଁ ଅାବଶ୍ୟକୀୟ ଯୋଜନା ପ୍ରସ୍ତୁତ କରିଛି ଜିଲ୍ଲା ପ୍ରଶାସନ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ