Elephant Photograph: (OTV)
ବୋମା ଖାଇ ହାତୀ ଗୁରୁତର । ଅନୁଗୁଳ ବନଖଣ୍ଡ ବନ୍ତଳା ବନାଞ୍ଚଳ ପଥରଗଡ଼ ସାହି ନିକଟରେ ଅସୁସ୍ଥ ହାତୀ ଠାବ ଘଟଣାରେ ଚାଞ୍ଚଲ୍ୟକର ଖୁଲାସା । ବୋମା ଖାଇ ହାତୀଟି ଗୁରୁତର ହୋଇଥିବା ସୂଚନା ଦେଇଛନ୍ତି ଚିକିତ୍ସା କରୁଥିବା ଡାକ୍ତର ପ୍ରଦୀପ୍ତ କୁମାର ସିଂହ । ପ୍ରାୟ ୫ରୁ ୬ ଦିନ ତଳେ ହାତୀଟି ବୋମା ଖାଇଥିବା ସନ୍ଦେହ କରାଯାଉଛି।
ହାତୀର ପାଟିରେ ଗଭୀର କ୍ଷତ ହୋଇଛି। ଅଧିକ ଚିକିତ୍ସା ପାଇଁ କପିଳାସ, ଅନୁଗୁଳ ଓ ସାତକୋଶିଆରୁ ଡାକ୍ତରୀ ଟିମ ପହଞ୍ଚି ଚିକିତ୍ସା ଆରମ୍ଭ କରିଛନ୍ତି। ଗୁରୁତର ହାତୀଟିର ବୟସ ପ୍ରାୟ ୬ରୁ ୭ ବର୍ଷ ହେବ । ତେବେ କେଉଁଠି ଓ କିଭଳି ହାତୀଟି ବୋମା ଖାଇଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବନ ବିଭାଗ ଘଟଣାର ତଦନ୍ତ କରୁଛି ।
ବନ୍ତଳା ରେଞ୍ଜ ବାଳୁଅକଟା ଗାଁରୁ ଅସୁସ୍ଥ ହାତୀ ଠାବ
ହାତୀ ପାଟିରେ ଗଭୀର କ୍ଷତ
୫ରୁ୬ ଦିନ ତଳୁ ହାତୀ ବୋମା ଖାଇଥିବା ସନ୍ଦେହ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/15/elephant-2026-01-15-22-15-09.jpg)