representational image
ଧର୍ମଗଡ଼: ପୋଲ ତଳୁ ମିଳିଲା Indian Reserve Battalion (IRB) ଯବାନଙ୍କ ମୃତଦେହ।କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ନାନ୍ଦୋଳ– କେନ୍ଦୁପାଟି ରାସ୍ତା ମଧ୍ୟରେ ଥିବା ଏକ ପୋଲ ତଳୁ ଆଜି ସକାଳେ ଜଣେ ଆଇଆର୍ବି ଯବାନଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଯବାନ ହେଲେ ଗୋଳାମୁଣ୍ଡାର ବିଶ୍ଵଜିତ ମଙ୍ଗରାଜ।
ବିଶ୍ଵଜିତ ଜାରିଂ ସ୍ଥିତ ଆଇଆରବି କ୍ୟାମ୍ପରେ ମୁତୟନ ହୋଇଥିଲେ। ଗତକାଲି ଛୁଟି ନେଇ ସନ୍ଧ୍ୟାରେ ସେ ନିଜ ଗାଁ ଗୋଳାମୁଣ୍ଡାକୁ ଫେରୁଥିବା ସମୟରେ ପୋଲ ତଳେ ପଡିଯାଇଥିଲେ ବୋଲି ସୂଚନା ମିଳିଛି। ସ୍ଥାନୀୟ ଲୋକେ ଆଜି ସକାଳେ ମୃତଦେହ ଦେଖି ପୁଲିସ୍କୁ ଖବର ଦେଇଥିଲେ। ଜୁନାଗଡ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତଦେହ ନିକଟରେ ଏକ ପଲ୍ସର୍ ବାଇକ୍ ପଡ଼ିଥିଲା।
ତେବେ ଯବାନଙ୍କ ମୃତ୍ୟୁ କାରଣ କ’ଣ, ସେ ସମ୍ପର୍କରେ କିଛି ଜଣାପଡ଼ିନାହିଁ।