Boat Sink
ମାଲକାନଗିରି : ମାଲକାନଗିରି ଚିତ୍ରକୋଣ୍ଡାରେ ଅଘଟଣ । ଡଙ୍ଗା ବୁଡ଼ିଯିବାରୁ ୭ ଜଣ ନିଖୋଜ ହୋଇଥିବା ବେଳେ ଜଣେ ମୃତ। ସିଲେରୁ ନଦୀ ପାର ହେଉଥିବା ବେଳେ କନ୍ଧଗୁଡ଼ା ଘାଟରେ ଡଙ୍ଗା ବୁଡ଼ିଯାଇଛି । ତେଲେଙ୍ଗାନାରୁ ଦାଦନ ଖଟି ଗାଁକୁ ଫେରୁଥିବା ବେଳେ ଏହି ଅଘଟଣ ଘଟିଛି। ପହଁରି ପହଁରି କୂଳକୁ ୩ ଜଣ ଆସିଥିବା ବେଳେ ୭ ଜଣ ଏବେ ବି ନିଖୋଜ ଅଛନ୍ତି ।
ସୂଚନା ମୁତାବକ ଦୁଇଟି ଡଙ୍ଗାରେ ମୋଟ ୧୧ ଜଣ ଘରକୁ ଫେରୁଥିଲେ । ଗୋଟିଏ ଡଙ୍ଗା ବୁଡ଼ିବାରୁ ସମସ୍ତେ ଅନ୍ୟ ଡଙ୍ଗାକୁ ଆସିଥିଲେ । ଅଧିକ ଲୋକ ହେବାରୁ ଦ୍ୱିତୀୟ ଡଙ୍ଗା ମଧ୍ୟ ବୁଡ଼ି ଯାଇଥିଲା । ଘଟଣାକୁ ନେଇ ଓଡ୍ରାଫ୍, ଅଗ୍ନିଶମ ଟିମର ରେସକ୍ୟୁ ଅପରେସନ୍ ଜାରି ରହିଛି। ୭ ନିଖୋଜଙ୍କ ମଧ୍ୟରୁ ୨ ଜଣ ଗୁଣ୍ଠାଓ୍ୱାଡ଼ା ଗାଁର ହୋଇଥିବା ବେଳେ ପାଞ୍ଚ ଜଣ କନ୍ଧଗୁଡ଼ା ଗାଁର ବୋଲି ଜଣାଯାଇଛି। ପ୍ରକାଶ ଥାଉକି ତେଲେଙ୍ଗାନା ସାଙ୍ଗରେଡଡି ଜିଲ୍ଲାକୁ ଇଟା ଗଢ଼ିବାକୁ ଯାଇଥିଲେ ଏମାନେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Untitled-1-90_1626259909.jpg)