Advertisment

ବିଦେଶ ଯିବାକୁ ଥିଲେ ଦିଆଯିବ ଟିକା

ଭୁବନେଶ୍ୱର: ବିଦେଶ ଯିବାକୁ ଥିଲେ ଦିଆଯିବ ଟିକା। ପାଠ ପଢ଼ା ପାଇଁ ବିଦେଶ ଯିବାକୁ ଥିବା ଛାତ୍ରଛାତ୍ରୀଙ୍କୁ ଦିଆଯିବ ଟିକା। ଭୁବନେଶ୍ୱର ମହାନଗର ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ଟିକା ଦିଆଯିବା ବ୍ୟବସ୍ଥା ପ୍ରେସମିଟରେ ବିଏମ୍‌ସି କମିଶନର ସଂଜୟ ସିଂହଙ୍କ ସୂଚନା ଦେଇଛନ୍ତି। ପାଠପଢ଼ା…

ଅଦ୍ୟତନ ହୋଇଛି
ବିଦେଶ ଯିବାକୁ ଥିଲେ ଦିଆଯିବ ଟିକା

flight-mark

Advertisment

ଭୁବନେଶ୍ୱର: ବିଦେଶ ଯିବାକୁ ଥିଲେ ଦିଆଯିବ ଟିକା। ପାଠ ପଢ଼ା ପାଇଁ ବିଦେଶ ଯିବାକୁ ଥିବା ଛାତ୍ରଛାତ୍ରୀଙ୍କୁ ଦିଆଯିବ ଟିକା। ଭୁବନେଶ୍ୱର ମହାନଗର ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ଟିକା ଦିଆଯିବା ବ୍ୟବସ୍ଥା ପ୍ରେସମିଟରେ ବିଏମ୍‌ସି କମିଶନର ସଂଜୟ ସିଂହଙ୍କ ସୂଚନା ଦେଇଛନ୍ତି। ପାଠପଢ଼ା ପାଇଁ ବିଦେଶ ଯିବାକୁ ଇଚ୍ଛୁକ ପିଲା ଅସୁବିଧା ଭୋଗୁଛନ୍ତି। ଟିକା ନେଇନଥିଲେ ବିଦେଶ ଯିବାକୁ ଅନୁମତି ନଥିବାରୁ ବ୍ୟବସ୍ଥା କରାଯିବ।

Advertisment

ସେମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକାକରଣ ପାଇଁ କାଲିଠାରୁ ବ୍ୟବସ୍ଥା କରାଯିବ। ଏଭଳି ଛାତ୍ରଛାତ୍ରୀ ୧୯୨୯କୁ ଫୋନ୍ କରି ରେଜିଷ୍ଟ୍ରେସନ କରିପାରିବେ। ରେଜିଷ୍ଟ୍ରେସନ କଲା ପରେ ସେମାନଙ୍କୁ ଟିକା ଦିଆଯିବା ବ୍ୟବସ୍ଥା ହେବ। ଏହା ବିଏମ୍‌ସି ଅକ୍ସିଜେନ କନସେନଟ୍ରେଟର ଯୋଗାଇବ ବୋଲି କମିଶନର କହିଛନ୍ତି। ଏଥିପାଇଁ ଏକ ଆପ୍ ପ୍ରସ୍ତୁତ ହେବ, ଯେଉଁମାନେ ଚାହିଁବେ ନେଇପାରିବେ।

ଜୁନ୍ ୪ ପର୍ଯ୍ୟନ୍ତ BMC ଅଞ୍ଚଳରେ ୮ ଲକ୍ଷ ୫୭ ହଜାର ଡୋଜ୍ ଟିକା ଦିଆଗଲାଣି। ସ୍ବାସ୍ଥ୍ୟ କର୍ମୀ ୩୫, ୪୨୯, ସମ୍ମୁଖ କର୍ମୀଙ୍କୁ ୪୮, ୪୧୦ ଡୋଜ୍ ଦିଆଯାଇଛି। ୪୫+ ବର୍ଗରେ ପ୍ରଥମ ଡୋଜ୍ ୩.୩୮ ଲକ୍ଷ ଓ ୨ୟ ଡୋଜ୍ ୨.୧୧ ଲକ୍ଷ ନେଲେଣି। ୧୮ରୁ ୪୪ ବୟସ ବର୍ଗରେ ୧ ଲକ୍ଷ ୭୦ ହଜାର ଜଣକୁ ପ୍ରଥମ ଡୋଜ୍ ମିଳିଛି। ପ୍ରଥମ ଡୋଜ୍ ନେଇଥିବା ବ୍ୟକ୍ତିଙ୍କୁ ୪ରୁ ୬ ସପ୍ତାହ ମଧ୍ୟରେ ୨ୟ ଡୋଜ୍ ମିଳିବ। ବାକି ଥିବା ୧୮ରୁ ୪୪ ବର୍ଗ ପ୍ରଥମ ଡୋଜ୍ ନିମନ୍ତେ ଖୁବ୍ ଶୀଘ୍ର ବ୍ୟବସ୍ଥା ହେବ।

Advertisment
Corona Vaccination
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ