Advertisment

Blood-soaked body recovered: ଘର ଭିତରୁ ମହିଳାଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର: ହତ୍ୟା ଅଭିଯୋଗ ଆଣିଲେ ସ୍ବାମୀ

ମୃତ ମହିଳାଙ୍କୁ ଗାଁର ଜଣେ ଯୁବକ ଗଳାକାଟି ହତ୍ୟା କରିଥିବା ଅଭିଯୋଗ। ଗଣିଆ ଥାନାରେ ଲିଖିତ ଅଭିଯୋଗ କଲେ ମହିଳାଙ୍କ ସ୍ୱାମୀ । ମୃତଦେହକୁ ଜବତ କରି ପୋଲିସର ତଦନ୍ତ ଆରମ୍ଭ।

MURDER

MURDER Photograph: (OTV)

Advertisment

ଘର ଭିତରୁ ମହିଳାଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର । ହତ୍ୟା ଅଭିଯୋଗ ଆଣିଲେ ମୃତ ମହିଳାଙ୍କ ସ୍ବାମୀ। ଏଭଳି ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଦଶପଲ୍ଲାର ଗଣିଆ ଥାନା ଅଞ୍ଚଳରେ । ଘରେ କେହି ନଥିବା ବେଳେ ମୃତ ମହିଳାଙ୍କୁ ଗାଁର ଜଣେ ଯୁବକ ଗଳାକାଟି ହତ୍ୟା କରିଥିବା ନେଇ ଗଣିଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ମହିଳାଙ୍କ ସ୍ୱାମୀ । 
ମହିଳାଙ୍କ ସ୍ୱାମୀ ଘରେ ନଥିବା ବେଳେ ଗ୍ରାମର ଜଣେ ଯୁବକ ମୃତ ମହିଳାଙ୍କ ସହ ପ୍ରେମ ସମ୍ପର୍କ ରଖୁଥିବା ନେଇ ଅଭିଯୋଗରେ ଦର୍ଶାଇଛନ୍ତି ସ୍ୱାମୀ । ମୃତ ମହିଳାଙ୍କ ସ୍ବାମୀ ଭାରତ ସାହୁଙ୍କ ଅଭିଯୋଗ ଆଧାରରେ ଗଣିଆ ପୋଲିସ ମୃତଦେହକୁ ଜବତ କରିବା ସହ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି । 
ଏହାସହ ସେହି ଗ୍ରାମର ଜଣେ ଯୁବକଙ୍କୁ ଉଠାଇ ନେଇ ଗଣିଆ ଥାନାରେ ଅଟକ ରଖି ପଚରାଉଚରା କରୁଛି । ସେପଟେ ତଦନ୍ତ ପରେ ମହିଳାଙ୍କୁ କିଏ ଓ କାହିଁକି ହତ୍ୟା କଲା ସ୍ପଷ୍ଟ ହେବ ବୋଲି କହିଛନ୍ତି ଗଣିଆ ଥାନା ଅଧିକାରୀ ଲକ୍ଷ୍ମଣ ଦଣ୍ଡସେନା।

Advertisment


•    ଘର ଭିତରୁ ମହିଳାଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର 
•    ହତ୍ୟା ଅଭିଯୋଗ ଆଣିଲେ ମୃତ ମହିଳାଙ୍କ ସ୍ବାମୀ
•    ନୟାଗଡ଼ ଦଶପଲ୍ଲାର ଗଣିଆ ଥାନା ଅଞ୍ଚଳର ଘଟଣା 
•    ମୃତ ମହିଳାଙ୍କୁ ଗାଁର ଜଣେ ଯୁବକ ଗଳାକାଟି ହତ୍ୟା କରିଥିବା ଅଭିଯୋଗ
•    ଗଣିଆ ଥାନାରେ ଲିଖିତ ଅଭିଯୋଗ କଲେ ମହିଳାଙ୍କ ସ୍ୱାମୀ 
•    ମୃତଦେହକୁ ଜବତ କରି ପୋଲିସର ତଦନ୍ତ 
•    ଗାଁର ଜଣେ ଯୁବକଙ୍କୁ ଉଠାଇ ନେଇ ଗଣିଆ ଥାନାରେ ପଚରାଉଚରା

Crime
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ