Advertisment

Acute Blood Shortage: ରାଜ୍ୟରେ ଘାରିଲାଣି ରକ୍ତ ସଙ୍କଟ, ରୋଗୀଙ୍କ ଦୁର୍ଦ୍ଦଶା ଦେଖି ଟେନସନରେ ସ୍ବାସ୍ଥ୍ୟ ବିଭାଗ

ରାଜ୍ୟରେ ଘନଉଛି ରକ୍ତ ସଙ୍କଟ। ରୋଗୀ ସଂଖ୍ୟା ବଢୁଥିବା ବେଳେ ରକ୍ତକୁ ନେଇ ଏବେଠାରୁ ବଢିଲାଣି ଚିନ୍ତା। ଆଗକୁ ଖରାଦିନ ଥିବାରୁ ସଂଗ୍ରହ ବି କମିବ । କେମିତି ରାଜ୍ୟରେ ଦୂର ହେବ ରକ୍ତ ସଙ୍କଟ ତାକୁ ନେଇ ଏବେଠାରୁ ସ୍ବାସ୍ଥ୍ୟ ବିଭାଗର ଚିନ୍ତା ବଢିଲାଣି ।

BLOOD-SHORTAGE

BLOOD-SHORTAGE Photograph: (OTV)

Advertisment

ସରି ସରି ଯାଉଛି ରକ୍ତ ! ଭଣ୍ଡାର ହେଉଛି ଖାଲି! କଲବଲ ହେଉଛନ୍ତି ରୋଗୀ । ରକ୍ତଭଣ୍ଡାରରେ ଯଥେଷ୍ଟ ସଂଖ୍ୟକ ରକ୍ତ ରଖିବାକୁ ସରକାରଙ୍କୁ ଜଣେ ମା'ର ଗୁହାରି । ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବରାଳ ପୋଖରୀ ଗାଁରେ ମା ପାଖରେ ବସିଥିବା ପିଲାଟି ହେଉଛି ୧୬ବର୍ଷୀୟ ସାଇ ଜଗନ । ସେ ଜଣେ ଥାଲେସେମିଆ ରୋଗୀ । ପ୍ରତି ମାସରେ ଅତି କମରେ ତାର ୪ ୟୁନିଟ ରକ୍ତର ଆବଶ୍ୟକତା ରହିଥାଏ । ହେଲେ ତାହା ବି ସଠିକ୍ ଭାବେ ମିଳୁ ନଥିବାରୁ ରୋଗ ଯେମିତି ତା ଶରୀର ପୀଡ଼ାକୁ ବଢାଇଦେଇଛି।

Advertisment

ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ବ୍ଲଡ ବ୍ୟାଙ୍କ ପରିସର । ଏଠାରେ ସାଇ ଜଗନଙ୍କ ଭଳି ଥାଲାସେମିଆ, ସିକିଲସେଲ ଏବଂ ଆନିମିଆରେ ଆକ୍ରାନ୍ତ ଅନେକ ଛୋଟ ପିଲା ଓ ବୟସ୍କ ବ୍ୟକ୍ତି ରକ୍ତ ଅପେକ୍ଷାରେ । ହେଲେ ରକ୍ତ ଭଣ୍ଡାରରେ ଆବଶ୍ୟକ ରକ୍ତ ନଥିବାରୁ  ସେମାନଙ୍କୁ ହୀନସ୍ତା ହେବାକୁ ପଡୁଛି। 

କେବଳ ଭଦ୍ରକ ଜିଲ୍ଲା ନୁହେଁ, ରାଜ୍ୟର ଏବେ ଅଧିକାଂଶ ଜିଲ୍ଲାରେ ରକ୍ତ ସଙ୍କଟ ଯେମିତି ରୋଗଠୁ ବଳିଯାଇଛି। ଥାଲାସେମିଆ ରୋଗୀ, ଦୃର୍ଘଟଣା ଜନିତ ରୋଗୀ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ରକ୍ତର ଜରୁରୀ ଆବଶ୍ୟକତା ବଢୁଥିବା ବେଳେ ସେହି ହାରରେ ରକ୍ତ ସଂଗ୍ରହ ହେଉନି। ସୂଚନା ଅନୁସାରେ, ଏବେ ରାଜ୍ୟରେ ୮୮ଟି ରକ୍ତଭଣ୍ଡାର ଓ ୩୩ଟି ରକ୍ତ ପୃଥକୀକରଣ କେନ୍ଦ୍ର ରହଛି ।

Advertisment

ସେଥିମଧ୍ୟରେ ସରକାରୀ ରକ୍ତ ଭଣ୍ଡାର ୫୭, ବେସରକାରୀ ରକ୍ତ ଭଣ୍ଡାର ସଂଖ୍ୟା ୨୧ । ରକ୍ତ ନିରାପତ୍ତା ବିଭାଗର ତଥ୍ୟ କହୁଛି ରାଜ୍ୟରେ ପ୍ରତି ବର୍ଷ ହାରାହାରି ୬ ଲକ୍ଷ ୟୁନିଟ୍ ରକ୍ତର ଆବଶ୍ୟକ ଥିବା ବେଳେ ସଂଗ୍ରହ ହେଉଛି ପ୍ରାୟ ସାଢ଼େ ୫ ଲକ୍ଷ ୟୁନିଟ୍ । ଅର୍ଥାତ୍ କମ୍ ପରିମାଣର ରକ୍ତ ସଂଗ୍ରହ ହେଉଛି। ଏହାକୁ ନେଇ ଉଦବେଗ ପ୍ରକାଶ ପାଇଛି।

ବ୍ଲଡ ବଏ ନିଯୁକ୍ତ ହେବେ

ରକ୍ତ ନିରାପତ୍ତା ବିଭାଗର କହିବା କଥା ରକ୍ତର ସୁପରିଚାଳନା ପାଇଁ ସ୍ବାସ୍ଥ୍ୟ ବିଭାଗ ମେଡିକାଲରେ ବ୍ଲଡ ବଏ ନିଯୁକ୍ତ କରିବ। ରକ୍ତ ସଂଗ୍ରହ ପାଇଁ ଜିଲ୍ଲାସ୍ତରରେ ପ୍ରତିମାସରେ ରକ୍ତଦାନ ଶିବିର କରିବାକୁ ଯୋଜନା ହେଉଛି। ଅଧିକ ମାତ୍ରାରେ ସ୍ବେଚ୍ଛାସେବୀଙ୍କୁ ରକ୍ତ ସଂଗ୍ରହ ଅଭିଯାନରେ ସାମିଲ କରାଯିବ । 

Advertisment

ଆଗକୁ ଖରାଦିନ ଥିବାରୁ ଏହି ସଙ୍କଟ ଆହୁରି ବଢିବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଏପ୍ରିଲ୍, ମେ ଓ ଜୁନ୍ ମାସରେ ଅଧିକ ଖରା ହେବ। ଗରମ ଯୋଗୁଁ ରକ୍ତ ସଂଗ୍ରହ ଶିବିର ବି କମ ହେବ । ଏଣୁ ଏ ସବୁକୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟ ବିଭାଗ ପାଇଁ ଚଳିତ ବର୍ଷ ରକ୍ତ ସଙ୍କଟର ମୁକାବିଲା ଚ୍ୟାଲେଞ୍ଜପୂର୍ଣ୍ଣ ହୋଇପାରେ।... 



Blood Shortage Blood Donation
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ