Advertisment

Blood Bank Non-Functional For Nine Days: ରକ୍ତଭଣ୍ଡାର ଅଚଳ; ୯ ଦିନ ହେଲାଣି ବନ୍ଦ ରହିଛି

ହସ୍ପିଟାଲରେ ରକ୍ତଭଣ୍ଡାର ଅଚଳ। ୯ ଦିନ ହେଲାଣି ବନ୍ଦ ରହିଛି ରକ୍ତ ଭଣ୍ଡାର। ରୋଗୀଙ୍କୁ ମିଳୁନି ରକ୍ତ। ଚିକିତ୍ସା କରିବାକୁ ଆସି ହନ୍ତସନ୍ତ ରୋଗୀ। ଅନ୍ୟ ହସ୍ପିଟାଲ ଯିବାକୁ ବାଧ୍ୟ ହେଉଛନ୍ତି ରୋଗୀ। ବଲାଙ୍ଗିର କଣ୍ଟାବାଞ୍ଜି ହସ୍ପିଟାଲର ଏ ସ୍ଥିତି।

Blood Bank Non-Functional For Nine Days

ରକ୍ତଭଣ୍ଡାର ଅଚଳ; ୯ ଦିନ ହେଲାଣି ବନ୍ଦ ରହିଛି Photograph: (OTV)

Advertisment

ପ୍ରାୟ ୧୦ ଦିନ ହେବ ରକ୍ତଭଣ୍ଡାର ଅଚଳ। ୯ ଦିନ ହେଲାଣି ଅଚଳ ରହିଛି ରକ୍ତ ଭଣ୍ଡାର। ରକ୍ତ ଭଣ୍ଡାର ବନ୍ଦ ଥିବାରୁ ଲୋକେ ହନ୍ତସନ୍ତ ହେଉଛନ୍ତି। ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ହସ୍ପିଟାଲରେ ଅବ୍ୟବସ୍ଥା। ରକ୍ତ ସଂରକ୍ଷଣ ଗୃହରୁ ୯ ଦିନ ହେଲାଣି ରୋଗୀଙ୍କୁ ମିଳୁନି ରକ୍ତ l ଫଳରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ରୋଗୀ ହଇରାଣ ହରକତ ହେଉଥିବା ଅଭିଯୋଗ କରିଛନ୍ତି ରୋଗୀଙ୍କ ସମ୍ପର୍କୀୟ। 

Advertisment

ଏପଟେ କିନ୍ତୁ ଭର୍ତ୍ତି ହୋଇଥିବା ରୋଗୀ କିମ୍ବା ହସ୍ପିଟାଲକୁ ଆସୁଥିବା ରୋଗୀ ଟିଟିଲାଗଡ଼, ପାଟଣାଗଡ଼, ବଲାଙ୍ଗୀର ହସ୍ପିଟାଲକୁ ଯାଉଛନ୍ତି l ଏପରିକି ଭର୍ତ୍ତି ହୋଇଥିବା ରୋଗୀଙ୍କୁ ରକ୍ତ ଦେବାକୁ ହେଲେ ରେଫର କରାଯାଉଥିବା ଅଭିଯୋଗ ହେଉଛି l ଯଦି ଅତିଶୀଘ୍ର ଏହାର ବ୍ୟବସ୍ଥା କରାନଗଲେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ସ୍ଥାନୀୟ ଲୋକେ। 

ସେପଟେ ରକ୍ତଭଣ୍ଡାର ବନ୍ଦ ଘଟଣାକୁ ହସ୍ପିଟାଲ ଇନଚାର୍ଜ ସ୍ୱୀକାର କରିଥିବା ବେଳେ ଏହାର କାଗଜପତ୍ର ଯାଞ୍ଚ ଚାଲିଛି ବୋଲି କହିଛନ୍ତି।

Advertisment

  • ହସ୍ପିଟାଲରେ ରକ୍ତଭଣ୍ଡାର ଅଚଳ 
  • ୯ ଦିନ ହେଲାଣି ବନ୍ଦ ରହିଛି ରକ୍ତ ଭଣ୍ଡାର
  • ରୋଗୀଙ୍କୁ ମିଳୁନି ରକ୍ତ
  • ଚିକିତ୍ସା କରିବାକୁ ଆସି ହନ୍ତସନ୍ତ ରୋଗୀ
  • ଅନ୍ୟ ହସ୍ପିଟାଲ ଯିବାକୁ ବାଧ୍ୟ ହେଉଛନ୍ତି ରୋଗୀ
  • ବଲାଙ୍ଗିର କଣ୍ଟାବାଞ୍ଜି ହସ୍ପିଟାଲର ଏ ସ୍ଥିତି
Bolangir Health News District Government Hospitals
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ