Advertisment

ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ଲାଗି ଭୋଟ୍‌ ମାଗିଲେ ବୈଜୟନ୍ତ

ପିପିଲି ଉପନିର୍ବାଚନ ପାଇଁ ଜୋର ଧରିଛି ପ୍ରଚାର ଅଭିଯାନ। ଆଜି ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ପାଇଁ ଡେଲାଙ୍ଗ ଅଞ୍ଚଳରେ ପଦଯାତ୍ରା କରି ଭୋଟ ମାଗିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା

ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ଲାଗି ଭୋଟ୍‌ ମାଗିଲେ ବୈଜୟନ୍ତ

Jay-Panda-

Advertisment

ପିପିଲି: ପିପିଲି ଉପନିର୍ବାଚନ ପାଇଁ ଜୋର ଧରିଛି ପ୍ରଚାର ଅଭିଯାନ। ଆଜି ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ପାଇଁ ଡେଲାଙ୍ଗ ଅଞ୍ଚଳରେ ପଦଯାତ୍ରା କରି ଭୋଟ ମାଗିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ବିଜେପି ନେତା ଓ କର୍ମୀଙ୍କ ଗହଣରେ ପ୍ରଚାର ବେଳେ ପିପିଲିର ବିକାଶକୁ ଅଣଦେଖା କରାଯାଇଥିବା ଅଭିଯୋଗ କରିଛନ୍ତି ବୈଜୟନ୍ତ। ପିପିଲିରେ ବିଜେପି ପ୍ରାର୍ଥୀଙ୍କୁ ନେଇ ଉତ୍ସାହ ଢେର୍ ରହିଛି। ଆସାମର ଉଦାହରଣ ଦେଇ ରାଜ୍ୟ ସରକାରକୁ ମଧ୍ୟ ସମାଲୋଚନା କରିଛନ୍ତି ବୈଜୟନ୍ତ। ସେପଟେ ଏଥର ବିଜେପିର ଭଲ ରେଜଲ୍ଟ ହେବ ବୋଲି ଆଶା ରଖିଛନ୍ତି ବୈଜୟନ୍ତ ପଣ୍ଡା।

Advertisment

ବିଜେଡି ଏବଂ କଂଗ୍ରେସ ପକ୍ଷରୁ ମଧ୍ୟ ପ୍ରଚାରକୁ ମଧ୍ୟ ଜୋର ଦିଆଯାଇଛି। ଦଳୀୟ ପ୍ରାର୍ଥୀ ରୁଦ୍ର ମହାରଥୀଙ୍କ ପାଇଁ ଭୋଟ୍ ଭିକ୍ଷା କରିଛନ୍ତି ବିଜେଡିର ନେତା ଓ ମହିଳା କର୍ମୀ। ଆଜି ଡେଲାଙ୍ଗ ସଭାରେ ମନ୍ତ୍ରୀ ସୁଶାନ୍ତ ସିଂହ, ପ୍ରତାପ ଦେବ, ସ୍ନେହାଙ୍ଗୀନି ଛୁରିଆ, ପ୍ରଭାତ ବିଶ୍ୱାଳ ଓ ସଞ୍ଜୟ ଦାସବର୍ମା ପ୍ରମୁଖ ଯୋଗଦେବେ। ସେହିଭଳି କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କୁ କରୋନା ହେବାପରେ ଦଳ ଏବେ ଅକଳରେ ପଡ଼ିଛି। ତଥାପି ଦଳର ହେଭିୱେଟ୍‌ ତାଙ୍କ ପାଇଁ ପ୍ରଚାର କରିଛନ୍ତି।

ସେପଟେ ପିପିଲି ଉପନିର୍ବାଚନ ପ୍ରଚାର ବେଳେ ଫନି କ୍ଷତିଗ୍ରସ୍ତ ଘର ଦ୍ୱାର ଦେଖି ଦୁଃଖ ପ୍ରକାଶ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧକ୍ଷ ବୈଜୟନ୍ତ ପଣ୍ଡା। ଡେଲାଙ୍ଗ ଅଞ୍ଚଳରେ ପ୍ରଚାର ବେଳେ ବିଭିନ୍ନ ଗାଁରେ ଭଙ୍ଗା ଦଦରା ଘର ଦେଖିବାକୁ ପାଇଥିଲେ ବୈଜୟନ୍ତ। ଫନି ବିପତ୍ତିକୁ ୨ ବର୍ଷ ବିତିଛି କିନ୍ତୁ ଏଯାଏ ସେମାନଙ୍କ ଦୁଃଖ ଦୂର ହୋଇନଥିବା କ୍ଷତିଗ୍ରସ୍ତ ଅଭିଯୋଗ ଆଣିଛନ୍ତି। କ୍ଷତିପୂରଣ ମାଗିଲେ ଲାଞ୍ଚ ମଗାଯାଉଥିବା ବି ଅଭିଯୋଗ ହୋଇଛି। କେନ୍ଦ୍ର ସରକାର ଫନି ସହାୟତା ପ୍ରଦାନ କରିଥିଲେ ମଧ୍ୟ ରାଜ୍ୟ ସରକାର ଏ ପର୍ଯ୍ୟନ୍ତ ହିତାଧିକାରୀଙ୍କୁ ସହାୟତା କାହିଁକି ଦେଇନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ବୈଜୟନ୍ତ।

Advertisment

ତେବେ ଆସନ୍ତା୧୭ରେ ପିପିଲିରେ ନିର୍ବାଚନ ହେବ। ଏଥର ଅନେକ ମୁଦ୍ଦା ଥିବା ବେଳେ ସ୍ଥାନୀୟ ଲୋକମାନେ କାହାକୁ ଭୋଟ୍‌ ଦେବେ ତାହା ସମୟ କହିବ। କିନ୍ତୁ ଭୋଟରଙ୍କୁ ମନାଇବା ଲାଗି ମୈଦାନରେ ରାଜ୍ୟର ତିନି ପ୍ରମୁଖ ଦଳର ନେତା ଡ଼େରା ପକାଇଛନ୍ତି। ନିଜ ଦଳ ସପକ୍ଷରେ ଭୋଟ୍‌ ଦେବାକୁ ନେତାମାନେ ଭୋଟରଙ୍କୁ ମନାଉଛନ୍ତି। ବର୍ତ୍ତମାନ ସମୟରେ ପିପିଲିବାସୀ କାହା ଉପରେ ବିଶ୍ୱାସ କରିବେ ଓ କାହା ଭାଗ୍ୟରେ ହାତୀ ସୁନା କଳସ ଢାଳିବ ତାହା ଆଗାମୀ ଦିନରେ ଜଣାପଡ଼ିବ। ହେଲେ ଏବେ କିନ୍ତୁ ପିପିଲିରେ ରାଜନୈତିକ ପାଣିପାଗ ବେଶ ଉଷ୍ମ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ