pari-trick
ଭୁବନେଶ୍ୱର: ପରୀ ହତ୍ୟା ମାମଲାକୁ ନେଇ ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବିକୁ ଜୋରଦାର କଲା ବିଜେପି। ଆଜି ପ୍ରେସମିଟ୍ରେ ରାଜ୍ୟ ସରକାର ଓ ମନ୍ତ୍ରୀଙ୍କ ବିରୋଧରେ ବର୍ଷିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି। ପରୀକୁ କେବଳ ହତ୍ୟା କରାଯାଇ ନାହିଁ, ତାର ଅଙ୍ଗ ତସ୍କରୀ ହୋଇଛି। ଆଉ ଏଥିରେ ଏକ ବଡ଼ ଅଙ୍ଗ ତସ୍କରୀ ରାକେଟ୍ ରହିଛି। ଘଟଣା ପଛରେ ବାବୁଲି ନାଏକର ସଂପୃକ୍ତି ରହିଛି। ଏନେଇ ପରୀର ପରିବାର ବାରମ୍ବାର ଏସ୍ପିଙ୍କୁ ଜଣାଇଛନ୍ତି। ତେବେ କାହା ଚାପରେ ନୟାଗଡ଼ ପୋଲିସ ବାବୁଲି ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା।
ବରଂ ଘଟଣାକୁ ନେଇ ଦେଖାଦେଇଥିବା ଆକ୍ରୋଶକୁ ପ୍ରଶମିତ କରିବାକୁ ମନ୍ତ୍ରୀ ଅରୁଣ ସାହୁ ଚେଷ୍ଟା କରିଥିବା ଅଡିଓ ଭାଇରାଲ୍ ହୋଇଥିବା ସମୀର ମହାନ୍ତି ଅଭିଯୋଗ କରିଛନ୍ତି। ଅଙ୍ଗ ତସ୍କରୀରେ ବାବୁଲି ନାଏକ ରହିଛି ଏବଂ ବାବୁଲିକୁ ମନ୍ତ୍ରୀ ସୁରକ୍ଷା ଯୋଗାଉଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/pari-trick_1625056788.jpg)