Advertisment

ରଥଯାତ୍ରା ପାଇଁ ପିଟିସନ୍ ଦାୟର କଲେ ସମ୍ବିତ ପାତ୍ର, ସରକାରଙ୍କୁ ଚିଠି ଲେଖିଲେ ପୁରୀ ବିଧାୟକ

ପୁରୀ: ଗଜପତି ମହାରାଜାଙ୍କ ପରେ ରଥଯାତ୍ରା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ। ଭକ୍ତଶୂନ୍ୟ ରଥଯାତ୍ରା ଲାଗି ଆବେଦନ କରିବାକୁ ଅନୁରୋଧ କରି ଚିଠି ଲେଖିଛନ୍ତି ବିଧାୟକ। ତା ସହିତ ବିଧାୟକ ଭାବେ ରଥଯାତ୍ରା ପାଇଁ ସମସ୍ତ ସହଯୋଗ କରିବେ ବୋଲି ଜୟନ୍ତ ଷଡ଼ଙ୍ଗୀ ଚିଠିରେ ଲେଖିଛନ୍ତି। ସରକାର କୋର୍ଟଙ୍କ ଆଗରେ ଭକ୍ତଶୂନ୍ୟ ରଥଯାତ୍ରାର ଯୁକ୍ତି ରଖନ୍ତୁ। ଭକ୍ତଶୂନ୍ୟ ରଥ ପାଇଁ ମଡିଫିକେସନ ପିଟିସନ କରନ୍ତୁ। କୋଟିକୋଟି ଭକ୍ତ ରଥଯାତ୍ରା ପାଇଁ ଚାହିଁ […]

ରଥଯାତ୍ରା ପାଇଁ ପିଟିସନ୍ ଦାୟର କଲେ ସମ୍ବିତ ପାତ୍ର, ସରକାରଙ୍କୁ ଚିଠି ଲେଖିଲେ ପୁରୀ ବିଧାୟକ

raha

Advertisment

ପୁରୀ: ଗଜପତି ମହାରାଜାଙ୍କ ପରେ ରଥଯାତ୍ରା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ। ଭକ୍ତଶୂନ୍ୟ ରଥଯାତ୍ରା ଲାଗି ଆବେଦନ କରିବାକୁ ଅନୁରୋଧ କରି ଚିଠି ଲେଖିଛନ୍ତି ବିଧାୟକ। ତା ସହିତ ବିଧାୟକ ଭାବେ ରଥଯାତ୍ରା ପାଇଁ ସମସ୍ତ ସହଯୋଗ କରିବେ ବୋଲି ଜୟନ୍ତ ଷଡ଼ଙ୍ଗୀ ଚିଠିରେ ଲେଖିଛନ୍ତି।

Advertisment

ସରକାର କୋର୍ଟଙ୍କ ଆଗରେ ଭକ୍ତଶୂନ୍ୟ ରଥଯାତ୍ରାର ଯୁକ୍ତି ରଖନ୍ତୁ। ଭକ୍ତଶୂନ୍ୟ ରଥ ପାଇଁ ମଡିଫିକେସନ ପିଟିସନ କରନ୍ତୁ। କୋଟିକୋଟି ଭକ୍ତ ରଥଯାତ୍ରା ପାଇଁ ଚାହିଁ ରହିଛନ୍ତି ବୋଲି ଚିଠିରେ ଦର୍ଶାଇଛନ୍ତି ବିଧାୟକ।

ଏହା ପୂର୍ବରୁ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ ରାଜ୍ୟ ସରକାରଙ୍କ ଚିଠି ଲେଖିଛନ୍ତି। ରଥଯାତ୍ରା ଶୁଣାଣିର କିପରି ପୁନର୍ବିଚାର ହେବ ସେ ନେଇ ସରକାର ପ୍ରୟାଶ କରନ୍ତୁ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ଗଜପତି।

Advertisment

ଏପଟେ ରଥଯାତ୍ରା ପାଇଁ ସୁପ୍ରିମକୋର୍ଟରେ ପିଟିସନ୍ ଦାୟର କରିଛନ୍ତି ବିଜେପି ମୁଖପାତ୍ର ସମ୍ବିତ ପାତ୍ର। ପିଟିସନ୍ ଦାୟର ନେଇ ଟ୍ୱିଟରରେ ସୂଚନା ଦେଇଛନ୍ତି ସମ୍ବିତ। କ୍ଲାରିଫିକେସନ୍/ମଡିଫିକେସନ୍ ପାଇଁ ସେ କୋର୍ଟରେ ଆବେଦନ କରିଥିବା ସେ ସୂଚନା ଦେଇଛନ୍ତି। ବିଶ୍ୱନିୟନ୍ତା ଆମର ପ୍ରାର୍ଥନା ଶୁଣିବେ ବୋଲି ଆଶା ଟ୍ୱିଟର୍‌ରେ ଲେଖିଛନ୍ତି ସମ୍ବିତ ପାତ୍ର।

ତେବେ ଆସନ୍ତାକାଲି ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ନେଇ ଶୁଣାଣି କରିବେ ସୁପ୍ରିମକୋର୍ଟ। କାଲି ଦିନ ୧୧ଟାରେ ଜଣିକିଆ ବେଞ୍ଚ ଶୁଣାଣି କରିବେ। ଜଷ୍ଟିସ୍ ଏସ୍. ରବୀନ୍ଦ୍ର ଭଟ୍ଟଙ୍କ କୋର୍ଟରେ ଶୁଣାଣି ହେବ।  ଭିଡିଓ କନଫରେନ୍‌ସିଂ ମାଧ୍ୟମରେ ଭର୍ଚୁଆଲ କୋର୍ଟ ନଂ-୩ରେ ଶୁଣାଣି ହେବ। ମାମଲାରେ ପକ୍ଷଭୁକ୍ତ ପାଇଁ ହୋଇଥିବା ଆବେଦନ ଉପରେ ଶୁଣାଣି କରିବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ