Jay Dholakia Photograph: (OTV)
ନୂଆପଡ଼ା ଉପନିର୍ବାଚନରେ ବମ୍ପର ବିଜୟ ହାସଲ କରି ନୂଆ ଇତିହାସ ଲେଖିଛି ବିଜେପି। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଜୟ ଢୋଲକିଆ ପହଞ୍ଚିବା ପରେ ବିପୁଳ ସ୍ବାଗତ ସମ୍ପର୍ଦ୍ଧନା ଦିଆଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଠାରୁ ଆଶୀର୍ବାଦ ନେଇଛନ୍ତି ଜୟ। ଏହି ଅବସରରେ ଜୟ ଢ଼ୋଲକିଆ କହିଛନ୍ତି ଯେଉଁମାନେ ବେଇମାନ କହୁଥିଲେ ସେମାନଙ୍କୁ ଉଚିତ ଜବାବ ମିଳିଛି।
ନୂଆପଡ଼ା ରାଜନୀତି ମୈଦାନରେ ଯେଉଁ ଦଳ ଦିନେ ତୃତୀୟ ସ୍ଥାନରେ ଥିଲା, ସେହି ଦଳ ଆଜି ୧ ଲକ୍ଷରୁ ଅଧିକ ଭୋଟ୍ ସହ ଅବିଶ୍ବସନୀୟ ବିଜୟ ହାସଲ କରି ଶୀର୍ଷକୁ ଉଠିଛି। କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ଦ୍ବିତୀୟ ସ୍ଥାନରେ ରହିଥିବା ବେଳେ ସ୍ନେହାଙ୍ଗିନି ଛୁରିଆଙ୍କୁ ଭରସା କରିଥିବା ବିଜେଡି ତୃତୀୟ ସ୍ଥାନକୁ ଖସିଛି। ଡବଲ ଇଞ୍ଜିନ୍ ସରକାରରେ ପ୍ରଥମ ଉପ ନିର୍ବାଚନରେ ଅଭୂତପୂର୍ବ ବିଜୟ ପରେ ଶିଖରକୁ ଛୁଇଁଛି ସମସ୍ତଙ୍କ ଖୁସି। ବିଜୟ ପ୍ରାର୍ଥୀ ଜୟ ଢୋଲକିଆ ବି ଭାବବିହ୍ବଳ ହୋଇଛନ୍ତି। କହିଛନ୍ତି, ଏହି ସଫଳତା ପଛରେ ବାପା ରାଜୁ ଢୋଲକିଆଙ୍କ ଆଶୀର୍ବାଦ ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/15/jay-dholakia-2025-11-15-14-36-36.jpg)