Advertisment

ବଢୁଛି ତୈଳ ଦର: କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କଲା ବିଜେଡ଼ି

ଦରଦାମ ବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି। ଏମିତିକି ଜିଡିପି ମଧ୍ୟ ହ୍ରାସ ପାଇଛି। ଏଭଳି ସମୟରେ ଲଗାତାର ଭାବେ ତୈଳ ଦର ଲୋକଙ୍କ ଉପରେ ଲଦି ଦିଆଯାଉଛି। ତାହାକୁ ବିଜେଡି ନିନ୍ଦା କରୁଛି ବୋଲି କହିଛନ୍ତି ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସବର୍ମା

ଅଦ୍ୟତନ ହୋଇଛି
ବଢୁଛି ତୈଳ ଦର: କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କଲା ବିଜେଡ଼ି

sanjay das burma

Advertisment

ଭୁବନେଶ୍ୱର: ଦରଦାମ ବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି। ଏମିତିକି ଜିଡିପି ମଧ୍ୟ ହ୍ରାସ ପାଇଛି। ଏଭଳି ସମୟରେ ଲଗାତାର ଭାବେ ତୈଳ ଦର ଲୋକଙ୍କ ଉପରେ ଲଦି ଦିଆଯାଉଛି। ତାହାକୁ ବିଜେଡି ନିନ୍ଦା କରୁଛି ବୋଲି କହିଛନ୍ତି ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସବର୍ମା। ଯେଉଁ ସରକାର ଆଛା ଦିନର ସ୍ଲୋଗାନ ଦେଉଥିଲେ ତାହାର ଓଲଟା ହେଉଛି ବୋଲି ସେ ଅଭିଯୋଗ ଆଣିଛନ୍ତି। ସବୁର୍ଗର ଲୋକ ଦରଦାମ ବୃଦ୍ଧିରେ ପ୍ରଭାବିତ ହେଉଛନ୍ତି। ଗତ ବଜେଟରେ ଅର୍ଥମନ୍ତ୍ରୀ କହିଥିଲେ କୃଷି ସେସ ଦ୍ୱାରା ଲୋକ ପ୍ରଭାବିତ ହେବେ ନାହିଁ କିନ୍ତୁ ଲଗାତାର ଭାବେ ୧୬ ଥର ତୈଳ ଦର ବୃଦ୍ଧି କରାଯାଇଛି।

Advertisment

ଯାହା ସିଧା ସଳଖ ଭାବେ ଲୋକଙ୍କ ଉପରେ ପ୍ରଭାବ ପକାଇଛି। ତେଣୁ କୃଷି ସେସ ବୃଦ୍ଧି ପ୍ରତ୍ୟାହାର କରାଯାଉ। କେନ୍ଦ୍ର ସରକାର ନେଉଥିବା ଟ୍ୟାକ୍ସ ହାର କମାଇବା ସହ ରିହାତି ହାର ବୃଦ୍ଧି କରନ୍ତୁ। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ଯେଉଁ ହାରରେ ବୃଦ୍ଧି ପାଉନି ତା ତୁଳନାରେ ତୈଳ ଦର ଯଥେଷ୍ଟ ଅଧିକ ବୃଦ୍ଧି ପାଉଛି। ତୈଳ ଦର ବୃଦ୍ଧି ସାଧାରଣ ଲୋକଙ୍କୁ ବହୁତ ପ୍ରଭାବିତ କରୁଛି। ଅଗାମୀ ଦିନରେ ତୈଳ ଦର ବୃଦ୍ଧି ପ୍ରତିବାଦ ନେଇ ବିଜେଡି ଆହୁରି ଶକ୍ତ ଆଭିମୁଖ୍ୟ ଆପଣେଇବ ବୋଲି ସେ କହିଛନ୍ତି।

ସେପଟେ, ହୁ ହୁ  ହୋଇ ବଢିଚାଲିଛି ତୈଳ ଦର। ତୈଳଦର ବୃଦ୍ଧିର ସିଧାସଳଖ ପ୍ରଭାବ ପଡୁଛି ପ୍ରଭାବ ସାଧାରଣ ଲୋକଙ୍କ ଉପରେ। କରୋନା ସମୟରେ ଲୋକେ କାମ ପାଉ ନ ଥିବାବେଳେ ଦରଦାମ ବୃଦ୍ଧି ଜୀବନଯାତ୍ରାକୁ ବ୍ୟାହତ କରିଛି।  ମାଲକାନଗିରି ପରେ ଏବେ  କୋରାପୁଟ ଜିଲ୍ଲାର ଜୟପୁରରେ ଶହେ ଟପିଲା ପେଟ୍ରୋଲ ଦର।  ଜୟପୁରରେ ପେଟ୍ରୋଲ ଲିଟର ପିଛା ଦର ରହିଛି ଶହେ ଟଙ୍କା ୨୭ ପଇସା । ଗତ ଚାରି ଦିନ ଧରି କୋରାପୁଟ ଜିଲ୍ଲାରେ ୯୯ ଟଙ୍କା ୭୦ ପଇସାରୁ ବଢି ବଢି ଆଜି ଶହେ ଟଙ୍କାରେ ପହଁଚିଛି ପେଟ୍ରୋଲ ଦର । ସେହିପରି ଡିଜେଲ ଦର ଆଜି ୯୮ ଟଙ୍କା ୪ ପଇସା ରହିଛି। ଅତ୍ୟଧିକ ଦରଦାମ ବୃଦ୍ଧି ଯୋଗୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛ॥

Advertisment

ଅଏଲ ମାର୍କେଟିଂ କମ୍ପାନୀ ଲଗାତାର ୨ୟ ଦିନ ପାଇଁ ତୈଳଦର ବୃଦ୍ଧି କରିଛନ୍ତି। ଆଜି ପେଟ୍ରୋଲ ଦର ୨୮ ପଇସା ପ୍ରତି ଲିଟର ଏବଂ ଡିଜେଲ ଦର ୨୭ ଟଙ୍କା ପ୍ରତି ଲିଟର ବୃଦ୍ଧି ପାଇଛି। ଏହା ପର୍ବରୁ ରବିବାର ପେଟ୍ରୋଲ ଦର ୨୭ ପଇସା ଏବଂ ଡିଜେଲ ଦର ୨୯ ପଇସା ବୃଦ୍ଧି ପାଇଥିଲା।

Petrol Price Hike
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ