Advertisment

ମୁଁ କରିଥିବା ଭୁଲ୍‌ ପାଇଁ ସମସ୍ତଙ୍କ ପାଖରେ କ୍ଷମା ମାଗୁଛି: ବିଜେଡି ବିଧାୟକ

ଭୁବନେଶ୍ୱର: କୋଭିଡ୍ ନିୟମ ଉଲ୍ଲଂଘନ ମାମଲା ପ୍ରସଙ୍ଗରେ ସତ୍ୟବାଦୀ ବିଜେଡି ବିଧାୟକ ଉମାକାନ୍ତ ସାମନ୍ତରାୟ ଆଜି କ୍ଷମା ମାଗିଛନ୍ତି। କରୋନା ପଜିଟିଭ୍ ଥାଇ ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କ ଅନ୍ତ୍ୟେଷ୍ଟିରେ ଯୋଗଦେଇଥିବା ନେଇ ଉମାକାନ୍ତ ସାମନ୍ତରାୟଙ୍କ ବିରୋଧରେ ଅଭିଯୋଗ ହୋଇଥିଲା। ତେବେ ଏହି ଘଟଣାରେ ବିଧାୟକ ଉମାକାନ୍ତ କ୍ଷମା ମାଗି କହିଛନ୍ତି, ‘ପ୍ରଦୀପ ମହାରଥୀଙ୍କ ଅନ୍ତିମ ଯାତ୍ରାରେ ଯୋଗଦେଇ ତାଙ୍କ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲି। ଯେହେତୁ ମୁଁ କରୋନା ପଜିଟିଭ୍‌ ଥିଲି, ସ୍ୱର୍ଗଦ୍ୱାରରେ ପହଞ୍ଚିବା ଏହା […]

ଅଦ୍ୟତନ ହୋଇଛି
ମୁଁ କରିଥିବା ଭୁଲ୍‌ ପାଇଁ ସମସ୍ତଙ୍କ ପାଖରେ କ୍ଷମା ମାଗୁଛି: ବିଜେଡି ବିଧାୟକ

bjd mla

Advertisment

ଭୁବନେଶ୍ୱର: କୋଭିଡ୍ ନିୟମ ଉଲ୍ଲଂଘନ ମାମଲା ପ୍ରସଙ୍ଗରେ ସତ୍ୟବାଦୀ ବିଜେଡି ବିଧାୟକ ଉମାକାନ୍ତ ସାମନ୍ତରାୟ ଆଜି କ୍ଷମା ମାଗିଛନ୍ତି।

Advertisment

କରୋନା ପଜିଟିଭ୍ ଥାଇ ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କ ଅନ୍ତ୍ୟେଷ୍ଟିରେ ଯୋଗଦେଇଥିବା ନେଇ ଉମାକାନ୍ତ ସାମନ୍ତରାୟଙ୍କ ବିରୋଧରେ ଅଭିଯୋଗ ହୋଇଥିଲା। ତେବେ ଏହି ଘଟଣାରେ ବିଧାୟକ ଉମାକାନ୍ତ କ୍ଷମା ମାଗି କହିଛନ୍ତି, ‘ପ୍ରଦୀପ ମହାରଥୀଙ୍କ ଅନ୍ତିମ ଯାତ୍ରାରେ ଯୋଗଦେଇ ତାଙ୍କ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲି। ଯେହେତୁ ମୁଁ କରୋନା ପଜିଟିଭ୍‌ ଥିଲି, ସ୍ୱର୍ଗଦ୍ୱାରରେ ପହଞ୍ଚିବା ଏହା ସମ୍ପୂର୍ଣ୍ଣ ଭାବେ ମୋ ପାଇଁ ଭୁଲ୍‌ ଥିଲା। ସରକାରଙ୍କ ଯେଉଁ ଆଇନ୍‌ ରହିଛି ସେ ଆଇନ୍‌ ଉର୍ଦ୍ଧ୍ୱରେ କେହିବି ନୁହଁନ୍ତି। ତେଣୁ ଆଇନତଃ ମୋ ପ୍ରତି ଯେଉଁ ପଦକ୍ଷେପ ନିଆଯିବ, ତାହା ମୁଁ ମାନିବାକୁ ପ୍ରସ୍ତୁତ। ମୁଁ କରିଥିବା ଭୁଲ୍‌ ପାଇଁ ସମସ୍ତଙ୍କ ପାଖରେ କ୍ଷମା ପ୍ରାର୍ଥନା କରୁଛି।’

କରୋନା ପଜିଟିଭ୍ ଥାଇ ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କ ଅନ୍ତ୍ୟେଷ୍ଟିରେ ଯୋଗଦେଇଥିବା ନେଇ ଉମାକାନ୍ତ ସାମନ୍ତରାୟ ଏବଂ ମନ୍ତ୍ରୀ ସମୀର ଦାସଙ୍କ ବିରୋଧରେ ଜଗନ୍ନାଥ ସେନା ଓ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ଆଧାରରେ ଗତକାଲି ପୁରୀ ସମୁଦ୍ରକୂଳ ଥାନାରେ ପୋଲିସ୍ ଉମା ସାମନ୍ତରାୟଙ୍କ ବିରୋଧରେ ଏକ ମାମଲା ରୁଜୁ କରିଥିଲା। ଏପିଡେମିକ୍‌ ଆକ୍ଟରେ ମାମଲା ରୁଜୁ କରାଯାଇ ବିଧାୟକ ଉମାକାନ୍ତଙ୍କ ବିରୋଧରେ ଆଇପିସି ୨୬୯ ଓ ୨୭୦ ଦଫା ଲାଗିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ