nagendra
ସମ୍ବଲପୁର : ଓଟିଭି ପ୍ରତିନିଧିଙ୍କୁ ବିଶାଲ ଦେବଙ୍କ ଦୁର୍ବ୍ୟବହାର ଘଟଣାକୁ ନେଇ ମୁହଁ ଖୋଲିଲେ ବିଜେଡି ସାଂସଦ ନଗେନ୍ଦ୍ର ପ୍ରଧାନ। ଘଟଣାକୁ ସେ କଡ଼ା ଶବ୍ଦରେ ନିନ୍ଦା କରିଛନ୍ତି। କହିଛନ୍ତି , ଅଫିସରଙ୍କର ମିଡିଅାକୁ ବିରୋଧ କରିବାର ନୈତିକ ଅଧିକାର ନାହିଁ। ବିଶାଲ ଦେବ କାହିଁକି ଏପରି କଲେ ମୁଁ ସେଥିରେ ଅାଶ୍ଚର୍ଯ୍ୟ।
ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍ ପ୍ରସଙ୍ଗରେ ମଧ୍ୟ ମତପ୍ରକାଶ କରିଛନ୍ତି ସାଂସଦ ନଗେନ୍ଦ୍ର ପ୍ରଧାନ। ସମ୍ବଲପୁର ରାଜ୍ୟର ଦ୍ୱିତୀୟ ରାଜଧାନୀସଦୃଶ। ସମ୍ବଲପୁରରେ ହିଁ ବେଞ୍ଚ୍ ପ୍ରତିଷ୍ଠାର ଯଥାର୍ଥତା ରହିଛି। ସମ୍ବଲପୁରରେ ମଧ୍ୟ ବିଧାନସଭାର ଅଧିବେଶନ ବସିବା ଉଚିତ୍ ବୋଲି ସେ କହିଛନ୍ତି।
ସମ୍ବଲପୁରରେ ମିଟ୍ ଦି ପ୍ରେସ୍ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ସେ ଏହି ମତ ରଖିଛନ୍ତି। ସାଂସଦ ଖାରବେଳ ସ୍ୱାଇଁଙ୍କୁ ଅାକ୍ରମଣ ଘଟଣାର ମଧ୍ୟ କଡ଼ା ନିନ୍ଦା କରିଛନ୍ତି ସାଂସଦ ନଗେନ୍ଦ୍ର ପ୍ରଧାନ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/nagendra_1626416954.jpg)