lekhashreee
ଭୁବନେଶ୍ୱର: ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାରଙ୍କ ମନ୍ତବ୍ୟକୁ ନେଇ ତେଜିଲା ରାଜନୈତିକ ବିବାଦ। ଆଜି ବିଜେଡିର ବିଭିନ୍ନ ନେତା ଲେଖାଶ୍ରୀଙ୍କ ଉକ୍ତିକୁ ନିନ୍ଦା କରିବା ସହ ଏହାକୁ ଦାୟିତ୍ୱହୀନ ବୋଲି କହିଛନ୍ତି ବିଜେଡି ନେତା ଅରୁପ ପଟ୍ଟନାୟକ।
ଆଜି ଏକ ସାମ୍ବାଦିକ ସମ୍ମିଳନୀର କରି ଲେଖାଶ୍ରୀ ନାଁ ନନେଇ ତାଙ୍କୁ କଳାପାହାଡ଼ ଭଉଣୀର ଆଖ୍ୟା ଦେଇଛନ୍ତି। ପୁରୀ ବାସିନ୍ଦା ହିସାବରେ ତାଙ୍କୁ ଏକଥା ମର୍ମାହତ କରିଛି ଏବଂ ଏମିତି କହି ସେ ନିଜ ନିର୍ବୋଧତା, ବାଚାଳାମୀ, ଅହଙ୍କାରୀତାର ପରିଚୟ ଦେଇଛନ୍ତି।
ଲେଖାଶ୍ରୀଙ୍କ ଏ ଦାୟିତ୍ୱହୀନ ମନ୍ତବ୍ୟ, ଏଥିରେ ବିଜେପିର ଅନୁମୋଦନ ଥିଲା ଭଳି ଲାଗୁନି ବୋଲି କହିଛନ୍ତି ଅରୁପ। ସେପଟେ କିଛି ରାଜନୈତିକ କୁଚକ୍ରୀ ଗୋଷ୍ଠୀ ଓଡ଼ିଶାର ଭାଷା, ସାହିତ୍ୟ ଓ ସଂସ୍କୃତିକୁ ନଷ୍ଟ କରିବାକୁ କିଛି ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ ଷଡ଼ଯନ୍ତ୍ର କରୁଛନ୍ତି ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ଲେଖାଶ୍ରୀ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/lekhashreee_1625109542.jpg)