Nilgiri-Goat-Tension Photograph: (OTV)
ଛେଳି କଳିରେ ଝାଳନାଳ ପୋଲିସ ! ୪୮ ଘଣ୍ଟା ପରେ ବି ପୋଲିସ ନୟାନ୍ତ ! ଝଗଡ଼ାରେ କଂପିଲା ଥାନା, ପୋଲିସ ଛିଡ଼ାଇ ପାରିଲାନି ଝାମେଲା ! ଗତ ଦୁଇ ଦିନ ହେଲା ଏହି ଛେଳିଟିକୁ ନେଇ ଥାନାରେ ତମ୍ବିତୋଫୋନ୍ ହେଉଛି । ଗୋଟିଏ ଛେଳିର ଦୁଇ ଜଣ ମାଲିକ ବୋଲି ଦାବି କରୁଥିବାବେଳେ ଅକଳରେ ପଡ଼ିଛି ନୀଳଗିରି ପୋଲିସ । ତେଣୁ ଥାନା ପରିସରରେ ପୋଲିସ ଛେଳି ପାଳୁଛି । ଗୋଟିଏ ଛେଳିକୁ ନେଇ ଦୁଇ ଜଣ ବ୍ୟକ୍ତି ଥାନାର ଦ୍ବାରସ୍ଥ ହୋଇଥିଲେ । ଦୁଇ ଜଣ ଯାକ ଛେଳିର ମାଲିକ ବୋଲି ଦାବି କରିଥିଲେ । ପରେ ସେମାନଙ୍କ ମଧ୍ୟରେ ବାରମ୍ବାର ବଚସା ହେବାରୁ ଛେଳି କାହାକୁ ଦିଆଯିବ ସେନେଇ ପୋଲିସ ଦ୍ୱନ୍ଦ୍ୱରେ ପଡ଼ିଛି ।
ଅଭିଯୋଗ ମୁତାବକ ସାନଅତା ଅଞ୍ଚଳର ମୋନାଲିସା ଦାସଙ୍କ ଛେଳି ମାସେରୁ ଊର୍ଦ୍ଧ୍ବ ହେବ ହଜିଯାଇଥିଲା । ପରେ ସେ ଗୁଡ଼ି ଖଣିଆ ଅଞ୍ଚଳର କରୁଣାଙ୍କ ଘରେ ଛେଳି ଥିବା ସନ୍ଧାନ ପାଇଥିଲେ । ତେଣୁ ଛେଳିକୁ ନେଇ ଉଭୟଙ୍କ ମଧ୍ୟରେ କଥାକଟାକଟି ହେବାରୁ ଥାନାକୁ ଅଭିଯୋଗ ଆସିଥିଲା । ଗତକାଲି ଉଭୟ ମୋନାଲିସା ଓ କରୁଣାଙ୍କ ଆଗରେ ପୋଲିସ ଛେଳିଟିକୁ ଛାଡ଼ିଥିଲା । ହେଲେ ଛେଳି କାହାପାଖକୁ ନଯିବାରୁ ତାକୁ ଥାନା ପରିସରରେ ରଖାଯାଇଛି । ଆଜି ଜଣେ ଦାବିଦାର କୋବି ପତ୍ର ନେଇ ଛେଳିକୁ ଖାଇବାକୁ ଦେବା ଆଗରୁ ପୋଲିସ ଖାଦ୍ୟ ଯାଞ୍ଚ କରିଛି । ସେପଟେ ଉଭୟଙ୍କ ପକ୍ଷଙ୍କୁ ପ୍ରମାଣ ପାଇଁ ପୋଲିସ ତିନିଦିନ ସମୟ ଦେଇଛି । ଏହି ସମୟ ମଧ୍ୟରେ ସଠିକ୍ ପ୍ରମାଣ ନମିଳିଲେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି SDPO କହିଛନ୍ତି ।
ତେବେ ଛେଳିକୁ ନେଇ ଚିନ୍ତାରେ ପଡ଼ିଛି ନୀଳଗିରି ପୋଲିସ । ଛେଳିଟିର ପ୍ରକୃତ ମାଲିକ କିଏ ଜଣାପଡ଼ିନଥିବା ବେଳେ ଛେଳିର ଉଭୟ ଦାବିଦାରଙ୍କ ବଚସା ପୋଲିସର ମୁଣ୍ଡବିନ୍ଧା କାରଣ ପାଲଟିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/31/nilgiri-goat-tension-2025-12-31-16-36-19.jpg)