Advertisment

ବିଜୁମୟ ଓଡ଼ିଶାକୁ ଲୋକେ ମୋଦିମୟ କରିବାକୁ କୁଣ୍ଠିତ: ଦାମୋଦର

ଭୁବନେଶ୍ୱର:ପରାଜୟ ପରେ ବିଜେପିର ବରିଷ୍ଠ ନେତା ଦାମ ରାଉତ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ଓଡ଼ିଶାବାସୀଙ୍କ ମନରେ ଏବେବି ବିଜୁବାବୁଙ୍କ ପ୍ରତି ଅନୁରାଗ ରହିଛି। ନିର୍ବାଚନ ପୂର୍ବରୁ ପରିସ୍ଥିତି ଅଲଗା ଜଣାପଡୁଥିଲା। ଏବେ ଭାବୁଛି ବିଜୁମୟ ଓଡ଼ିଶାକୁ ଲୋକେ ମୋଦିମୟ କରିବାକୁ କୁଣ୍ଠିତ। ବିଜୁଙ୍କ ପ୍ରତି ଥିବା ସମ୍ବେଦନଶୀଳ ଭାବ ଏବେବି କାମ କରୁଛି। ନିଜ ପରାଜୟ ନେଇ କାରଣ ମଧ୍ୟ ରଖିଛନ୍ତି ଦାମ। ସେ କହିଛନ୍ତି, ୪୫ ବର୍ଷ ବିଜୁ ଲିଗାସିରେ ରହି ହଠାତ୍ […]

ବିଜୁମୟ ଓଡ଼ିଶାକୁ ଲୋକେ ମୋଦିମୟ କରିବାକୁ କୁଣ୍ଠିତ: ଦାମୋଦର

Dama-And-Biju

Advertisment

ଭୁବନେଶ୍ୱର:ପରାଜୟ ପରେ ବିଜେପିର ବରିଷ୍ଠ ନେତା ଦାମ ରାଉତ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ଓଡ଼ିଶାବାସୀଙ୍କ ମନରେ ଏବେବି ବିଜୁବାବୁଙ୍କ ପ୍ରତି ଅନୁରାଗ ରହିଛି। ନିର୍ବାଚନ ପୂର୍ବରୁ ପରିସ୍ଥିତି ଅଲଗା ଜଣାପଡୁଥିଲା। ଏବେ ଭାବୁଛି ବିଜୁମୟ ଓଡ଼ିଶାକୁ ଲୋକେ ମୋଦିମୟ କରିବାକୁ କୁଣ୍ଠିତ। ବିଜୁଙ୍କ ପ୍ରତି ଥିବା ସମ୍ବେଦନଶୀଳ ଭାବ ଏବେବି କାମ କରୁଛି।

Advertisment

ନିଜ ପରାଜୟ ନେଇ କାରଣ ମଧ୍ୟ ରଖିଛନ୍ତି ଦାମ। ସେ କହିଛନ୍ତି, ୪୫ ବର୍ଷ ବିଜୁ ଲିଗାସିରେ ରହି ହଠାତ୍ ପରିବର୍ତ୍ତନକୁ ଗ୍ରହଣ କଲେନି ଲୋକେ। ସମ୍ଭବତଃ ସେଥିପାଇଁ ମୋ ପୁଅ ଜିତିଲା ଓ ମୁଁ ହାରିଲି।

ବିଜୁ ଲିଗାସି ସହ ସରକାରୀ କଳର ବ୍ୟବହାର ବିଜେଡି ବିଜୟର ଅନ୍ୟ ଏକ କାରଣ ବୋଲି ଦାମ କହିଛନ୍ତି। ସୂଚନା ଯୋଗ୍ୟ ଯେ, ଦାମ ଏଥର ବାଲିକୁଦା-ଏରସମାରୁ ପ୍ରତିଦ୍ୱନ୍ଦିତା କରୁଥିଲେ।

Advertisment
Left Top
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ