Advertisment

Bhubaneswar’s Unit One Market: ଭୁବନେଶ୍ବର ୟୁନିଟ୍ -୧ ପରିବା ମାର୍କେଟରେ ଅଗ୍ନିକାଣ୍ଡ , ପରେ ରାସ୍ତା ଉପରେ ହାତାହାତି

ହୁତୁ ହୁତୁ ଜଳିଲା । ହାଟରେ ହୁରି ପଡ଼ିଲା । ସବୁ ଜଳି ପୋଡ଼ିଗଲା । ଛାରଖାର ହେଲା ୩୦ଟି ଦୋକାନ । ରାଜଧାନୀ ଭୁବନେଶ୍ବର ୟୁନିଟ୍ ୱାନ୍ ପରିବା ମାର୍କେଟ। ଠିକ୍ ଅପରାହ୍ଣ ୨ଟା ସମୟରେ ହଠାତ ହୁତୁହୁତୁ ହୋଇ ଦୋକାନ ଗୁଡ଼ିକ ଜଳିବାକୁ ଲାଗିଲା।

UNIT-1-FIRE

UNIT-1-FIRE Photograph: (OTV)

Advertisment


ହୁତୁ ହୁତୁ ଜଳିଲା । ହାଟରେ ହୁରି ପଡ଼ିଲା । ସବୁ ଜଳି ପୋଡ଼ିଗଲା । ଛାରଖାର ହେଲା ୩୦ଟି ଦୋକାନ । ରାଜଧାନୀ ଭୁବନେଶ୍ବର ୟୁନିଟ୍ ୱାନ୍ ପରିବା ମାର୍କେଟ। ଠିକ୍ ଅପରାହ୍ଣ ୨ଟା ସମୟରେ ହଠାତ ହୁତୁହୁତୁ ହୋଇ ଦୋକାନ ଗୁଡ଼ିକ ଜଳିବାକୁ ଲାଗିଲା। ପ୍ରଥମେ ଗୋଟିଏ ପରେ ଦୁଇଟି । ଧିରେ ଧିରେ ଏମିତି ୨୮ଟି ପରିବା ଦୋକାନ, ୨ଟି ହୋଲସେଲ୍ ଦୋକାନରେ ନିଆଁର ଆଁରେ ପାଉଁଶ ହୋଇଯାଇଛି ।

Advertisment

ପ୍ରାୟ ଏକ କୋଟି ଟଙ୍କାର ସମ୍ପତ୍ତି କ୍ଷତି ହୋଇଛି । ଦୋକାନରେ ନିଆଁ ଲାଗି ସବୁ କିଛି ପାଉଁଶ ହୋଇଯାଇଛି। କାରଣ କଣ କିଛି ବୁଝିବା ଆଗରୁ ନିଆଁ ବ୍ୟାପି ଯାଇଥିବାରୁ ସ୍ଥାନୀୟ ବ୍ୟବସାୟୀ ନିଆଁ ଲିଭାଇବାକୁ ଲାଗି ପଡ଼ିଥିଲେ। ପରେ ପରେ ଦମକଳ ବାହିନୀର ୧୧ଟି ଗାଡ଼ି ନିଆଁ ଲିଭା କାମରେ ନିୟୋଜିତ ହୋଇଥିଲା। ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଅଗ୍ନିଶମ ବାହିନୀ ପ୍ରାୟ ୨ ଘଣ୍ଟା ପରେ ନିଆଁ ଲିଭାଇବାକୁ ସକ୍ଷମ ହୋଇଥିଲା।   

କିଏ ଛାତି ପିଟି କାନ୍ଦୁଛି, କିଏ ଭାଗ୍ୟକୁ ଆଦରି ମୁଣ୍ଡରେ ହାତ ଦେଇ ବସିଛି । କ୍ଷତିଗ୍ରସ୍ତ ବ୍ୟବସାୟୀ ମୁର୍ଚ୍ଚା ବି ଯାଉଛନ୍ତି । ଆଉ ଏପଟେ ପାଉଁଶ ହୋଇଯାଇଛି ସଜ ତଟକା ପନିପରିବା । ଆଳୁ ପିଆଜ, ବାଇଗଣ ବସ୍ତା ଯାହା କିଛି ଥିଲା ସବୁ ଜଳି ପୋଡ଼ି ପାଉଁଶ ହୋଇଯାଇଛି । କେବଳ ପନି ପରିବା କାହିଁକି, ପେପର ପ୍ଲେଟ, ପେପର କପ୍, ଠୁଙ୍କା, ତେଜରାତି ସାମାନ ଭର୍ତ୍ତି ଅଖା ପୋଡ଼ି ପାଉଁଶ ହୋଇଛି । ଘଟଣା ପରେ ପରେ ମେୟରଙ୍କ ସମେତ ବିଭିନ୍ନ ରାଜନେତା ପରିବା ହାଟକୁ ଆସିଥିଲେ ।  

ଏଠାରେ କହି ରହିବାକୁ ଚାହୁଁଛୁ ଯେ, ଗତ ଦୁଇ ମାସ ହେବ ୟୁନିଟ୍ ୱାନ୍ ହାଟ ଭଗବାନପୁରକୁ ସ୍ଥାନାନ୍ତର ହେବା ନେଇ ହୋଲସେଲ୍ ବ୍ୟବସାୟୀଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା । ଆଉ ଆଜି ହାଟରେ ଅଗ୍ନିକାଣ୍ଡ ପରେ ଆରୋପ ପ୍ରତ୍ୟାରୋପ ଆଣି ମୁହାଁମୁହିଁ ହୋଇଥିଲେ ଉଭୟ ଗୋଷ୍ଠୀ । ସ୍ଥିତି ଏମିତି ହୋଇଥିଲା ଯେ, ଚେୟାର ମାଡ଼ ହୋଇଥିଲା । ପୋଲିସ ଉପସ୍ଥିତିରେ ଆକ୍ରମଣର ଦୃଶ୍ୟ କ୍ୟାମେରାରେ କଏଦ ହୋଇଥିଲା। ଜଣେ ବ୍ୟକ୍ତିକୁ ଗୋଡ଼ାଇ ଗୋଡ଼ାଇ ପିଟୁଥିବାର ଚିତ୍ର ସର୍ବସମ୍ମୁଖରେ ଦେଖିବାକୁ ମିଳିଥିଲା । 

୧୯୫୭ରେ ପ୍ରତିଷ୍ଠିତ ଏକ ନମ୍ବର ହାଟରେ ୫୦ ହୋଲସେଲ୍ ଦୋକାନୀ, ୧୬ ଶହ ପରିବା ବ୍ୟବସାୟୀ, ୧୪ ଶହ ଦୈନିକ ହାଟ ବ୍ୟବସାୟୀ ଏବଂ ୩ ଶହଟି ଭେଣ୍ଡିଂ ଜୋନ୍ ବ୍ୟବସାୟୀ ବ୍ୟବସାୟ କରି ପରିବାର ପ୍ରତିପୋଷଣ କରୁଥିବା ବେଳେ ଆଜିର ଅଗ୍ନିକାଣ୍ଡ ସେମାନଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି । ସେପଟେ ୨୦୦୭ ମସିହାରୁ ୟୁନିଟ୍ ୱାନ୍ ହାଟକୁ ସ୍ଥାନାନ୍ତର କରିବା ନେଇ ବାରମ୍ବାର ହାଟ ତରଫରୁ ଦାବି କରାଯାଉଥିବା ବେଳେ କିଛି ବର୍ଷ ତଳେ ଭଗବାନପୁରରେ ଜାଗା ଚିହ୍ନଟ ସରିଛି ମାତ୍ର ୟା ଭିତରେ ଦୀର୍ଘ ବର୍ଷ ବିତି ଯାଇଛି । କିନ୍ତୁି ହାଟ ଘୁଞ୍ଚିପାରୁନି ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବ୍ୟବସାୟୀ । ବିଏମସିର କାର୍ଯ୍ୟଶୈଳୀକୁ ନେଇ ଉଠାଇଛନ୍ତି ପ୍ରଶ୍ନ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ