Advertisment

Accident Warning Watch: ଭୁବନେଶ୍ୱରରେ ଲାଗିବ ସଡ଼କ ଦୁର୍ଘଟଣା ସତର୍କ ଘଣ୍ଟା

ଭୁବନେଶ୍ୱରରେ ଲାଗିବ ସଡ଼କ ଦୁର୍ଘଟଣା ସତର୍କ ଘଣ୍ଟା । ସହରର ଏଜି ସ୍କୋୟାରରେ ସ୍ଥାପନ ହେବ ଓଡ଼ିଶା ସଡ଼କ ଦୁର୍ଘଟଣା ଘଣ୍ଟା । ସଡ଼କ ଦୁର୍ଘଟଣା ବିଷୟରେ ଜନସଚେତନତା ସୃଷ୍ଟି କରିବା ଏବଂ ସକାରାତ୍ମକ ଆଚରଣଗତ ପରିବର୍ତ୍ତନକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଲାଗିବ ଘଣ୍ଟା।

ACCIDENT

ACCIDENT Photograph: (OTV)

Advertisment

ଭୁବନେଶ୍ୱରରେ ଲାଗିବ ସଡ଼କ ଦୁର୍ଘଟଣା ସତର୍କ ଘଣ୍ଟା । ସହରର ଏଜି ସ୍କୋୟାରରେ ସ୍ଥାପନ ହେବ ଓଡ଼ିଶା ସଡ଼କ ଦୁର୍ଘଟଣା ଘଣ୍ଟା । ସଡ଼କ ଦୁର୍ଘଟଣା ବିଷୟରେ ଜନସଚେତନତା ସୃଷ୍ଟି କରିବା ଏବଂ ସକାରାତ୍ମକ ଆଚରଣଗତ ପରିବର୍ତ୍ତନକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଲାଗିବ ଘଣ୍ଟା। ମେସର୍ସ ଆଡସଫ୍ଟ ଟେକ୍ନୋଲୋଜି ଲିମିଟେଡ୍ ପକ୍ଷରୁ ଦୁର୍ଘଟଣା ଘଣ୍ଟା ପାଇଁ ଏକ ବାହ୍ୟ ଭିଡିଓ ୱାଲ୍ ପାଇଁ ଏକ ଟେକ୍ନୋ-କମର୍ସିଆଲ୍ ପ୍ରସ୍ତାବ ମଧ୍ୟ ପ୍ରାପ୍ତ ହୋଇଛି ।

Advertisment

ପରିବହନ କମିଶନରଙ୍କ ସହ ପରାମର୍ଶ କରି ଦୁର୍ଘଟଣା ଘଣ୍ଟା ସ୍ଥାପନ ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡର ମହାପ୍ରବନ୍ଧକଙ୍କୁ ପରିବହନ ଯୁଗ୍ମ ନିର୍ଦ୍ଧେଶକ ଙ୍କ ଚିଠି। ଏହି ଘଣ୍ଟା ଆପଣଙ୍କୁ କହିବ  ଦୁର୍ଘଟଣା କଥା ।  ସମୟ ଅନୁସାରେ ଦେବ ଦୁର୍ଘଟଣାର ସତର୍କ ବାଣୀ ।  କେଉଁ ସମୟରେ କେଉଁଠି ଦୁର୍ଘଟଣା ଘଟିଛି ? କେମିତି ଦୁର୍ଘଟଣା  ଘଟିଛି ? ଦୁର୍ଘଟଣାରୁ ବର୍ତିବା ପାଇଁ କଣ ସତର୍କତା ଅବଲମ୍ବନ କରିବା ଜରୁରୀ । ଏହି ଦୁର୍ଘଟଣା ଜନିତ ଘଣ୍ଟା ପୂର୍ବରୁ ଅନେକ ସହରରେ ଲାଗିଛି ।

ଏବେ ଏହା ଭୁବନେଶ୍ବରରେ ଲାଗିବା ନେଇ ନିଷ୍ପତି ନିଆଯାଇଥିବା କହିଛନ୍ତି ସଡକ ସୁରକ୍ଷା ବିଶେଷଜ୍ଞ । ସେପଟେ ଚିନ୍ତା ବଢାଇଛି ପିକନିକ ଋତୁ । ନଭେମ୍ବର ୧୬ ରୁ ଫେବୃୟାରୀ ୨୮ ତାରିଖ ପର୍ଯ୍ୟନ୍ତ ଜୋରଦାର ଚେକିଂ କରିବା ପାଇଁ ପରିବହନ ବିଭାଗ ପକ୍ଷରୁ ସମସ୍ତ ଥାନା ଓ ପରିବହନ ବିଭାଗ ଷ୍ଟାଫଙ୍କୁ ନିର୍ଦ୍ଦେଶ ଦିଆଯାଇଛି । 4 ମାସ ଜୋରଦାର୍ ଚେକିଂ ପାଇଁ ପରିବହନ ବିଭାଗର ନିର୍ଦ୍ଦେଶ ।  ସବୁ ଥାନାର ପୋଲିସ ରାସ୍ତାରେ କଡାକଡି ଚେକିଂ ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ  

Advertisment

ଭୁବନେଶ୍ୱରରେ ଲାଗିବ ସଡ଼କ ଦୁର୍ଘଟଣା ସତର୍କ ଘଣ୍ଟା 
ସହରର ଏଜି ସ୍କୋୟାରରେ ସ୍ଥାପନ ହେବ ଘଣ୍ଟା
ସଡ଼କ ଦୁର୍ଘଟଣା ବିଷୟରେ ସଚେତନତା ସୃଷ୍ଟି କରିବ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ