Advertisment

Bhubaneswar Flat Prices Soar: ଜାଗା ପାଲଟିଛି ସ୍ୱପ୍ନ, ଫ୍ଲାଟରେ ହାତ ମାରିହେଉନି

ଭୁବନେଶ୍ୱରରେ ଜାଗା ପାଲଟିଛି ସ୍ୱପ୍ନ। ଫ୍ଲାଟରେ ହାତ ମାରିହେଉନି। ରାଜଧାନୀରେ ଘର କରିବା ମଧ୍ୟବିତ୍ତଙ୍କ ପାଇଁ ଦୁଃସାଧ୍ୟ। ରିୟଲ ଇଷ୍ଟେଟର ମହଙ୍ଗା ମାଡରେ ଛଟପଟ ମିଡିଲ୍ କ୍ଲାସ୍। ସିଙ୍ଗିଲ ବିଏଚକେ ଘର ଦାମ ୭୫ ଲକ୍ଷରୁ କୋଟିଏ।

Bhubaneswar Flat Prices Soar

ଜାଗା ପାଲଟିଛି ସ୍ୱପ୍ନ, ଫ୍ଲାଟରେ ହାତ ମାରିହେଉନି Photograph: (OTV)

Advertisment

ଭୁବନେଶ୍ୱରରେ ଫ୍ଲାଟ କିଣିବା ଏବେ ସାଧାରଣ ଲୋକଙ୍କ ପାଇଁ ଶ୍ୱପ୍ନ ପାଲଟିଛି। ସ୍ୱଳ୍ପ ରୋଜଗାରରେ ବଡ ଆଶା ପୂରଣ କରିବାକୁ ସାହାସ ଜୁଟାଇ ପାରୁନାହାନ୍ତି । ଜାଗା ତ ମିଳୁନି ତା ବଦଳରେ ସିଙ୍ଗଲ ବିଏଚ୍‌କେ ଘର ଏବେ କୋଟିଏ ଛୁଇଁଥିବାରୁ କେଉଁଠି ଘର କିଣିବେ କେମିତି ରହିବେ ତାକୁ ନେଇ ଚିନ୍ତାରେ ମଧ୍ୟବିତ୍ତ। ରିୟଲ ଇଷ୍ଟେଟ୍ କର୍ମୀଙ୍କ କହିବା କଥା ଉତ୍ତମ ଜଳବାୟୁ ସାଙ୍ଗକୁ ବିଲଡରଙ୍କ ମଧ୍ୟରେ ମାତ୍ରାଧିକ ପ୍ରତିଯୋଗିତାରେ ସରକାରୀ ଅଙ୍କୁଶ ନ ରହିବା ଏହା ପଛର ମୁଖ୍ୟ କାରଣ ।

Advertisment

ରାଜ୍ୟ ରାଜଧାନୀରେ ୱାନ ବିଏଚକେ ଓ ଟୁ ବିଏଚକେ ଫ୍ଲାଟ୍ କୋଟିଏରୁ ଅଧିକ ଟଙ୍କାରେ ବିକ୍ରୀ ହେଉଛି । ତେବେ ଏହା ପଛରେ କଣ ରହିଛି ପ୍ରମୁଖ କାରଣ ? କାହିଁକି ଦୂମୂର୍ଲ୍ୟ ହେଉଛି ଭୁବନେଶ୍ବରରେ ଫ୍ଲାଟ ? ସତରେ କଣ ଜଣେ ନିଜ ସ୍ବପ୍ନର ଘରଟିଏ କଣିପାରିବନି ? ଏମିତି ଅନେକ ପ୍ରଶ୍ନ ଭିତରେ ଛଟପଟ ସାଧାରଣ ଲୋକ। କିଛି ବର୍ଷ ପୂର୍ବେ ଭୁବନେଶ୍ବରରେ ଗୋଟିଏ ଫ୍ଲାଟ ବହୁ ଶସ୍ତାରେ ବିକ୍ରୀ ହେଉଥିଲା । ହେଲେ ଏବେ ତାହା ଦୁମୂର୍ଲ୍ୟ ହେବାରେ ଲାଗିଛି।

ରାଜ୍ୟର କିଛି ନାମୀ ଦାମୀ ବିଲଡରଙ୍କ ସହ ଦେଶର ପ୍ରତିଷ୍ଠିତ ରିଏଲ୍ ଇଷ୍ଟେଟ୍ କମ୍ପାନୀ ଏବେ ଭୁବନେଶ୍ବରରେ ନିବେଶ କରୁଛନ୍ତି । ଆଉ ସେମାନେ ହାଇରାଇଜିଂ ବିଲଡିଂ କରି ସିଙ୍ଗିଲ ବିଏଚକେ ଘରକୁ ୭୫ ଲକ୍ଷରୁ କୋଟିଏ ଟଙ୍କା ପର୍ଯ୍ୟନ୍ତ ବିକ୍ରି କରୁଛନ୍ତି । ମନଇଚ୍ଛା ଘର ତିଆରି କରି ତାହାକୁ ଅତି ଅଧିକ ମୂଲ୍ୟ ରଖୁଛନ୍ତି । ଏପରିକି ସହରଠାରୁ ବହୁ ଦୂରରେ ଥିବା କିଛି ଫ୍ଲାଟ୍ ମଧ୍ୟ ଚଢା ଦରରେ ବିକ୍ରି ହେଉଛି । 

Advertisment

ରାଜଧାନୀରେ ଫ୍ଲାଟର ଏଭଳି ମୂଲ୍ୟ ବୃଦ୍ଧିକୁ ନେଇ ଭିନ୍ନ ମତ ପୋଷଣ କରିଛନ୍ତି ରିୟଲ ଇଷ୍ଟେଟ୍ କର୍ମୀ ଏବଂ ବିଲଡର ଆସୋସିଏସନ । ବିଲଡରଙ୍କ କହିବା କଥା ଭୁବନେଶ୍ବରରେ ଜମିର ଲିଟିଗେସନ ବା ଜମିଜମା ବିବାଦ ଅଧିକ। ସେହିପରି ଅଧିକାଂଶ ଜମି ସରକାରୀ ଖାତାରେ ଥିବାରୁ ସେ ଜମିରେ ବିଲଡର ଘର କରିବାପାଇଁ ଅନୁମତିରେ ବି ବିଳମ୍ବ ହେଉଛି। ଲୋକ ସଂଖ୍ୟା ତୁଳନାରେ ଜାଗା କମ ଥିବାରୁ ଡିମାଣ୍ଡ ସପ୍ଲାଏ ଭିତରେ ତାରତମ୍ୟ ଅନ୍ୟତମ କାରଣ । 

ଅନ୍ୟପଟେ ରିୟଲ ଇଷ୍ଟେଟ୍ କର୍ମୀଙ୍କ କହିବା କଥା ରେରା ଆଇନ୍ ସତ୍ତ୍ବେ ରେଜିଷ୍ଟେସନ ପ୍ରକ୍ରିୟାରେ ବିଳମ୍ବ ଯୋଗୁଁ ଜମି ମୂଲ୍ୟରେ ଅହେତୁକ ବୃଦ୍ଧି ଘଟିଛି। ବିଲଡରମାନେ ସହର ବାହାରେ ଅଧିକ ଜମି କିଣି ସେଥିରେ ଟଙ୍କା ନିବେଶ କରିବା ଫଳରେ ଏହାର ବୋଝ କ୍ରେତାଙ୍କ ଉପରେ ପଡୁଛି। 

Advertisment


ରାଜ୍ୟ ସରକାର ସାଧାରଣ ଲୋକଙ୍କୁ ଆଫୋଡେବୁଲ ହାଉସିଂ ସ୍କିମରେ ସୁଲଭ ମୂଲ୍ୟରେ ଘର ଯୋଗାଇ ଦେବା ପାଇଁ ଯୋଜନା ଆରମ୍ଭ କରିଥିଲେ ହେଁ ଏହା ଯଥେଷ୍ଟ ହୋଇପାରୁନି। 

Bhubaneswar Property Real Estate
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ