Advertisment

କଂଗ୍ରେସ କର୍ମୀଙ୍କ ବେକରେ ଡାଲମା ପରିବା ମାଳ

ଭୁବନେଶ୍ୱର : ହେଡିଂ ପଢ଼ି ଟିକେ ଅଡୁଆ ଲାଗୁଥିବ। ଜାଣିବାକୁ ଇଚ୍ଛା ହେଉଥିବ, କଂଗ୍ରେସ କର୍ମୀଙ୍କ ବେକରେ ପରିବା ମାଳ ପଡ଼ିଲା କାହିଁକି? କଥାଟା ଜାଣିଲେ ମଜା ଲାଗିବ। ଆଜି ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି କଂଗ୍ରେସର ‘ଭାରତ ବଞ୍ଚାଅ ସମାବେଶ’। ଖୁସିର କଥା ଯେ, ବାଦବିବାଦ ଭୁଲି ଏଥିରେ ଦଳର ସବୁ ବରିଷ୍ଠ ନେତା ଏକାଠି ହୋଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ରଡି କରିଥିଲେ। ତେବେ ଏଠି କିଛି କିଛି ଦୃଶ୍ୟ ଲୋକଙ୍କ […]

କଂଗ୍ରେସ କର୍ମୀଙ୍କ ବେକରେ ଡାଲମା ପରିବା ମାଳ

congrees

Advertisment

ଭୁବନେଶ୍ୱର : ହେଡିଂ ପଢ଼ି ଟିକେ ଅଡୁଆ ଲାଗୁଥିବ। ଜାଣିବାକୁ ଇଚ୍ଛା ହେଉଥିବ, କଂଗ୍ରେସ କର୍ମୀଙ୍କ ବେକରେ ପରିବା ମାଳ ପଡ଼ିଲା କାହିଁକି? କଥାଟା ଜାଣିଲେ ମଜା ଲାଗିବ।

Advertisment

ଆଜି ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି କଂଗ୍ରେସର ‘ଭାରତ ବଞ୍ଚାଅ ସମାବେଶ’। ଖୁସିର କଥା ଯେ, ବାଦବିବାଦ ଭୁଲି ଏଥିରେ ଦଳର ସବୁ ବରିଷ୍ଠ ନେତା ଏକାଠି ହୋଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ରଡି କରିଥିଲେ। ତେବେ ଏଠି କିଛି କିଛି ଦୃଶ୍ୟ ଲୋକଙ୍କ ମନରେ କୌତୂହଳ ସୃଷ୍ଟି କରିଥିଲା।

publive-imageଦଳର ଉଦ୍ଦେଶ୍ୟ ଥିଲା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚାଷୀ ବିରୋଧୀ ନୀତି ବିରୋଧରେ ଏହି ସମାବେଶ କରିବା। ତେବେ ଏଠି ଜଣେ କଂଗ୍ରେସ କର୍ମୀ ବେକରେ ଏକ ବିରାଟ ପରିବା ମାଳ ପକେଇ ଆସିଥିବା ଦେଖିବାକୁ ମିଳିଥିଲା। ମାଳରେ ଗୁନ୍ଥା ହୋଇଛି ବାଇଗଣ, କାକୁଡ଼ି, ଟମାଟୋ ଏବଂ ପିଆଜ।

Advertisment

ଏହି ମାଳକୁ ନେଇ ଲୋକଙ୍କ ଭିତରେ ଭଲ ଚର୍ଚ୍ଚା ହେଉଥିଲା। ପିଆଜ ଦର ଆକାଶ ଛୁଆଁ ହୋଇଥିବା ବେଳେ ପ୍ରାୟ କିଲେ ପିଆଜ କର୍ମୀଙ୍କର ଏହି ମାଳରେ ଝୁଲୁଥିଲା। ତେଣୁ ଲୋକେ କଥା ହେଉଥିଲେ, ଏହି ମାଳରେ ଅତି କମରେ ଟଙ୍କା ତିନିଶହ ଖର୍ଚ୍ଚ ହୋଇଥିବ। କେତେକ କଥାବାର୍ତ୍ତା ହେଉଥାନ୍ତି, ଇଏ ତ ଭଲ ଡାଲମା ହେବ।

ସେ ଯାହାବି ହେଉ, ଏ ଦୃଶ୍ୟ କିନ୍ତୁ ସେଠି ରୋଚକ ପରିସ୍ଥିତି ସୃଷ୍ଟି କରିଥିଲା। ସେହି କଂଗ୍ରେସ କର୍ମୀଙ୍କୁ ଦେଖିବାକୁ ଲୋକଙ୍କ ଭିଡ଼ ଜମିଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ