Manja Thread Photograph: (OTV)
ସାବଧାନ, ବାଟରେ ଛକିଛି କିଲର ମାଞ୍ଜା ସୂତା। ଗୁଡ଼ି ଉଡ଼ା ପାଇଁ ବ୍ୟବହାର କରାଯାଉଥିବା ମାଞ୍ଜା ସୂତାକୁ ନେଇ ଏବେ ଚାରିଆଡ଼େ ଛନକା। ଟିକିଏ ଅସାବଧାନ ହେଲେ ବେକ କଟି ଯିବ ନହେଲେ ଶରୀରକୁ ଭୟଙ୍କର କ୍ଷତି ପହଞ୍ଚାଇବ।
ଚଳିତବର୍ଷ ମକର ସଂକ୍ରାନ୍ତିରେ ଗୁଡ଼ି ଉଡ଼ା ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରୁ ସାମ୍ନାକୁ ଆସିଲାଣି ଏଭଳି ମାଳ ମାଳ ଘଟଣା। ଭୁବନେଶ୍ବର ପୋଖରୀପୁଟ ପରେ ବାଲେଶ୍ବର ଓ ଢେଙ୍କାନାଳରେ ବି ମାଞ୍ଜା ସୂତା ଲାଗି ଲୋକେ ଆହତ ହେବା ଘଟଣା ଲୋକଙ୍କ ଡର ବଢ଼ାଇଛି।
ମାଞ୍ଜା ସୂତା ବିକ୍ରି ବନ୍ଦ କରିବାକୁ ପୋଲିସର ଘନ ଘନ ରେଡ୍ ସତ୍ତ୍ବେ ସମ୍ପୂର୍ଣ୍ଣ ବନ୍ଦ ହୋଇ ପାରୁନି ଗୁଡ଼ି କାଟିବାକୁ ବ୍ୟବହାର ହେଉଥିବା ଜୀବନ ନାଶକ ମାଞ୍ଜା ସୂତା। ଗତକାଲି ବାଲେଶ୍ବରରରେ ମାଞ୍ଜା ସୂତା ଲାଗି ଜଣଙକର ବେକରେ ଗୁରୁତର ଆଘାତ ଲାଗିଛି।
ସେହିପରି ଢେଙ୍କାନାଳ ସହରରେ ଗୁଡ଼ି ମାଞ୍ଜା ସୂତା ଲାଗି ଜଣେ ଯୁବକ ବି ଗତକାଲି ଆହତ ହୋଇଥିଲେ। ତାଙ୍କ ନାକ ଓ ଆଙ୍ଗୁଠିରେ ଗଭୀର କ୍ଷତ ସୃଷ୍ଟି ହୋଇଛି।
କିଲର୍ ମାଞ୍ଜା ସୂତାକୁ ସାବଧାନ
ଟିକିଏ ଅସାବଧାନ ହେଲେ କଟି ଯିବ ବେକ
ଗୁଡ଼ି କାଟିବାକୁ ବ୍ୟବହାର ହେଉଛି ଜୀବନ ନାଶକ ମାଞ୍ଜା ସୂତା
ରାଜ୍ୟର ବିଭିନ୍ନ ସ୍ଥାନରୁ ସାମ୍ନାକୁ ଆସିଲାଣି ମାଳ ମାଳ ଘଟଣା
ଭୁବନେଶ୍ବର, ବାଲେଶ୍ବର ଓ ଢେଙ୍କାନାଳରୁ ଆସିଛି ଘଟଣା
ମାଞ୍ଜା ସୂତା ଲାଗି ଲୋକେ ଆହତ ହୋଇ ମେଡିକାଲରେ ଭର୍ତ୍ତି
ଘନ ଘନ ରେଡ୍ ସତ୍ତ୍ବେ ସମ୍ପୂର୍ଣ୍ଣ ବନ୍ଦ ହୋଇ ପାରୁନି ମାଞ୍ଜା ସୂତା
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/15/manja-thread-2026-01-15-13-54-09.jpg)