Advertisment

Nilgiri on Edge After Bear Attack: ନୀଳଗିରି ସହରରେ ଭାଲୁ ଆତଙ୍କ, ଆକ୍ରମଣରେ ୩ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି

ସହରରେ ଭାଲୁ ଆତଙ୍କ। ଭାଲୁ ଆକ୍ରମଣରେ ତିନି ଜଣ ଗୁରୁତର ହୋଇ ବାଲେଶ୍ବର ଜିଲ୍ଲା ନୀଳଗିରି ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି। ଭାଲୁଟି ସ୍ୱର୍ଣ୍ଣଚୁଡ ପାହାଡ଼କୁ ଫେରୁଥିବା ବେଳେ ଆକ୍ରମଣ କରିଛି ।

bear-attack

bear-attack Photograph: (OTV)

Advertisment

ନୀଳଗିରି ସହରରେ ଭାଲୁ ଆତଙ୍କ। ଭାଲୁ ଆକ୍ରମଣରେ ୩ ଗୁରୁତର । ଭାଲୁ ଆକ୍ରମଣରେ ତିନି ଜଣ ଗୁରୁତର ହୋଇ ବାଲେଶ୍ବର ଜିଲ୍ଲା ନୀଳଗିରି ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି। ଭାଲୁଟି ସ୍ୱର୍ଣ୍ଣଚୁଡ ପାହାଡ଼କୁ ଫେରୁଥିବା ବେଳେ ସାନଅତା ୮ ନଂ ୱାର୍ଡର ତିନି ଜଣ ଗ୍ରାମବାସୀ ଭାଲୁ ହାବୁଡ଼ରେ ପଡି ଯାଇଥିଲେ। 

Advertisment

ପୁଷ୍ପ ବୈଠା ନାମକ ମହିଳା ଫୁଲ ତୋଳିବା ବେଳେ ଭାଲୁ ତାଙ୍କୁ ଆକ୍ରମଣ କରି ରକ୍ତାକ୍ତ କରି ପକାଇ ଥିଲା। ପରେ କନକ କୁଅଁର ନାମକ ବୃଦ୍ଧାଙ୍କୁ କଚାଡି ଦେବାରୁ ତାଙ୍କର ଗୋଡ଼ ଭାଙ୍ଗିଯାଇଛି। ସେହିପରି ନିତ୍ୟାନନ୍ଦ ସାହୁ ନାମକ ଜଣେ ବ୍ୟକ୍ତି ଘରୁ ଆସୁଥିବା ବେଳେ ତାଙ୍କୁ ମଧ୍ୟ ଭାଲୁ ଆକ୍ରମଣ କରିଥିଲା।

ଲୋକେ ଆତଙ୍କିତ

ତିନି ଜଣଙ୍କୁ ଗୁରୁତର ଭାବେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସକାଳେ ସହରରେ ଭାଲୁ ବୁଲିବା ନେଇ ସହରବାସୀ ଆତଙ୍କିତ ହୋଇପଡିଛନ୍ତି। ନୀଳଗିରି ସହରରେ ଭାଲୁ ଆତଙ୍କ
ଭାଲୁ ଆକ୍ରମଣରେ ୩ ଗୁରୁତର । ଗୁରୁତର ନୀଳଗିରି ମେଡ଼ିକାଲରେ ଭର୍ତ୍ତି । 

Advertisment
Bear Attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ