BARIPADA Photograph: (OTV)
ବାରିପଦା ରେଳଷ୍ଟେସନ୍ ନୂଆ ଲୁକ୍.. ୧୩୦ ବର୍ଷ ପରେ ହୋଇଛି ନବକଳେବର । ସୁନ୍ଦର ବଗିଚା ଆଉ ତା ଭିତରେ ଶୋଭା ପାଉଛି ସେଇ ରାଜା ଅମଳର ଷ୍ଟିମ ଇଂଜିନ, ଦୁରରୁ ଦେଖିଲେ ମୟୁରଭଞ୍ଜ ଲୋକପ୍ରିୟ ରାଜତନ୍ତ୍ର ର ଗୋଟି ଗୋଟି ଇତିହାସ ବଖାଣୁଛି ଏହି ଷ୍ଟିମ ଇଂଜିନ,। ଦିନେ ଛୁକ ଛୁକ ଶବ୍ଦ କରି ମୟୁରଭଞ୍ଜ ଜିଲ୍ଲା ର ଏକ ମୁଣ୍ଡ ରୁ ସେ ମୁଣ୍ଡ କୁ ଯାତାୟତ ପାଇଁ ଦୈଡୁଥିବା ଏହି ରେଳ ଇଜିନ କୁ ସୁନ୍ଦର ଭବେ ସଜେଇ ଦିଆଯାଇଛି ଖାଲି ଏତିକି ନୁହେଁ ବାରିପଦା ରେଳ ଷ୍ଟେସନ ର ଏବେ ହୋଇଛି ନବକଳେବର।
ମନ ଛୁଇଁଲା ପରି ବିଶାଳ ଓ୍ଲେକମ ଗେଟ୍ , ପାର୍କିଂ ,ସୁନ୍ଦର ଗାର୍ଡେନ, ନୁତନ ବୃହତ୍ ଘଣ୍ଟା, ସୁଉଚ୍ଚ ପତକା ଆଉ ତା ସାଙ୍ଗକୁ ନୁତନ ପ୍ଲାଟଫର୍ମ ଯୁଆଡେ ଦେଖିବେ ଚାରିଆଡ଼େ ପରିସ୍କାର ପରିଚ୍ଛନ୍ନ ।ଖାଲି ଏତିକି ନୁହେଁ ଇନଫରମେସନ ବୋର୍ଡ ସହ ପ୍ଲାଟଫର୍ମ ରେ ସୁନ୍ଦର ଟିକଟ କାଉଣ୍ଟର ଶତାଧିକ ଲୋକେ ବସିବାକୁ ଚେୟାର ଆଉ ଆପଣଙ୍କୁ ଲାଗିବ ଆପଣ କେଉଁ ବାହାର ରାଜ୍ୟର ଷ୍ଟେସନ ରେ ବୁଲୁଛନ୍ତି।
୧୩୦ ବର୍ଷ ତଳେ ତତ୍ କାଳୀନ ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓ ଏହି ଷ୍ଟେସନ କୁ ଲୋକଙ୍କ ଯାତାୟାତ ପାଇଁ ଉତ୍ସର୍ଗ କରିଦେଇଥିଲେ, ଆଜି ୧୩୦ ବର୍ଷ ପରେ ବର୍ତ୍ତମାନ ର ସରକାର ଏହି ଷ୍ଟେସନ ର ନବକଳେବର କରାଇଛନ୍ତି, ଅମ୍ରିତ ଭାରତ ଯୋଜନା ରେ ୨୭ କୋଟି ଟଙ୍କା ବ୍ୟୟ କରାଯାଇ ଏହି ନବକଳେବର କରାଯାଉଥିବା ବେଳେ ରାତିର ଆଲୋକ ସଜା ଦେଖିଲେ ଲାଗିବ ସତେ ଯେମିତି ନବବଧୁ ସଜେଇ ହୋଇ ବସିଛି ।
ମୟୁରଭଞ୍ଜ ଜିଲ୍ଲା ର କେବଳ ବାରିପଦା ନୁହେଁ ବରଂ ବେତନଟୀ, ବାଙ୍ଗିରିପୋଷି, କୁଚେଇ ଆଦି ଷ୍ଟେସନ କୁ ମଧ୍ୟ ଅମ୍ରିତ ଭାରତ ଯୋଜନାରେ ସାମିଲ କରାଯାଇ ଏସବୁ ର ନବକଳେବର ଆରମ୍ଭ ହୋଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/17/baripada-2025-10-17-14-15-12.jpg)