Advertisment

Bargarh DhanuJatra: ରାଗିଗଲେ ମଥୁରା ନରେଶ , ସରକାରୀ କର୍ମଚାରୀଙ୍କୁ କଷିଲେ ଫାଇନ୍

ରାଗିଗଲେ ମଥୁରା ନରେଶ କଂସ ମହାରାଜ । ରାଗରେ ଫଁ ଫଁ ହେଲେ ଆଉ ଦଣ୍ଡ ବି ଦେଲେ । ସରକାରୀ କର୍ମଚାରୀଙ୍କ ଖାମଖିଆଲ୍ ନୀତି ନେଇ ଫାଇନ୍ କଷିଲେ ।  ଆଦାୟ କଲେ ୧୨ ଲକ୍ଷ ସ୍ବର୍ଣ୍ଣ ମୁଦ୍ରା ।

Bargarh-Dhanuyatra-Fine

Bargarh-Dhanuyatra-Fine Photograph: (OTV)

Advertisment

ରାଗିଗଲେ ମଥୁରା ନରେଶ କଂସ ମହାରାଜ । ରାଗରେ ଫଁ ଫଁ ହେଲେ ଆଉ ଦଣ୍ଡ ବି ଦେଲେ । ସରକାରୀ କର୍ମଚାରୀଙ୍କ ଖାମଖିଆଲ୍ ନୀତି ନେଇ ଫାଇନ୍ କଷିଲେ । 
ଆଦାୟ କଲେ ୧୨ ଲକ୍ଷ ସ୍ବର୍ଣ୍ଣ ମୁଦ୍ରା । ୭୮ତମ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଚତୁର୍ଥ ରଜନୀରେ ଦେଖିବାକୁ ମିଳିଥିଲା ଏମିତି ଦୃଶ୍ୟ। ପ୍ରଜାମାନଙ୍କ ଦୁଃଖ ଓ ଅଭିଯୋଗ ଶୁଣିବା ନେଇ ନଗର ଭ୍ରମଣରେ ବାହାରିଥିଲେ ଥିଲେ ମଥୁରା ନରେଶ। ସନ୍ଧ୍ୟାରେ ବରଗଡ଼ ସରକାରୀ ବସଷ୍ଟାଣ୍ଡରେ ପହଂଚିଗଲେ। ମଥୁରାନଗରୀ ପ୍ରଜାମାନେ କରିଥିବା ବହୁ ଅଭିଯୋଗପତ୍ର ମହାରାଜଙ୍କୁ ଜଣାଇଥିଲେ ମନ୍ତ୍ରୀ। ଏଥିରେ ଥିବା ଯାତ୍ରୀବାହୀ ବସ ଡ୍ରାଇଭରମାନେ ମଦ୍ୟ ପାନ କରି ଗାଡି ଚାଳନା, ଯାତ୍ରୀଙ୍କୁ ଦୁର୍ବ୍ୟବହାର ଦେଖାଇବା, ବସଷ୍ଟାଣ୍ଡ ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ ଏବଂ ଶୌଚାଳୟ ଅପରିଷ୍କାର। ଖାଲି ସେତିକି ନୁହେଁ ମହାରାଜ କଂସ ବସଷ୍ଟାଣ୍ଡରେ ପହଞ୍ଚିଲା ବେଳକୁ ମୁଖ୍ୟ ଅଧିକାରୀ ନ ଥିବାରୁ ରାଗି ଯାଇଥିଲେ କଂସାଶୁର। ଏଥିପାଇଁ ଓଡ଼ିଶା ରାଜ୍ୟ ପରିବହନ ମଥୁରା ନଗରୀର ମୁଖ୍ୟ ଗୀତାଞ୍ଜଳି ବାରିକଙ୍କୁ ୧୨ ଲକ୍ଷ ସ୍ୱର୍ଣ୍ଣ ମୁଦ୍ରା ଫାଇନ କରିଥିଲେ।

Advertisment



ବିଶ୍ବର ସର୍ବ ବୃହତ ଖୋଲା ରଂଗମଂଚର ଚତୁର୍ଥ ଦିନରେ ମହାରାଜ କଂସଙ୍କ ଦ୍ୱାରା ପଠାଯାଇଥିବା ସମସ୍ତ ରାକ୍ଷସ-ରାକ୍ଷସୀ କୃଷ୍ଣ ବଳରାମଙ୍କ ହାତରେ ନିଧନ ହୋଇଥିବା ବେଳେ ଗୋପୁରରେ ଦେଖାଦେଇଛି ଉତ୍ସବର ମାହୋଲ। ଘରେ ଘରେ କୃଷ୍ଣ ବଳରାମଙ୍କୁ ପୂଜାର୍ଚ୍ଚନା କରାଯାଉଥିବା ବେଳେ କୃଷ୍ଣ ବଳରାମଙ୍କୁ ପାଖରେ ପାଇଁ ଗୋପପୁରବାସୀ ଖୁବ ଉତ୍ସାହିତ ହୋଇ ପଡିଥିବା ଦେଖାଦେଇଛି। ସେପଟେ ଅଷ୍ଟ ମଲ୍ଲଙ୍କ ନିଧନ ପରେ ଖୁବ୍ ମର୍ମାହତ ହୋଇପଡିଛନ୍ତି ମହାରାଜ କଂସ। ଧନୁଯାତ୍ରାର ଚତୁର୍ଥ ଦିନରେ ଗୋପପୁରର ଏଭଳି ଦୃଶ୍ୟ ଥିଲା ବେଶ ନିଆରା।

ଧନୁଯାତ୍ରାର ପଞ୍ଚମ ଦିନରେ ମଥିରାରେ ଜରାସନ୍ଧ ସହିତ କଂସଙ୍କ ଯୁଦ୍ଧ ଏବଂ ହେତୀ-ପ୍ରହେତୀଙ୍କ ସହିତ ବିବାହ ଅନୁଷ୍ଠିତ ସହିତ ଗୋପରେ କୃଷ୍ଣ ବଳରାମଙ୍କ ବାଲ୍ୟଲିଳା, ଜମଲାର୍ଜୁନ ଭଞ୍ଜନ, କାଲୀୟ ଦଳନ ଏବଂ ଗୋପିଙ୍କ ଦଧିବିକା ଦୃଶ୍ୟ ଅଭିନିତ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ