ohrc
ମାଲକାନଗିରି: ମାଲକାନଗିରି ଜିଲ୍ଲାପାଳଙ୍କ ପିଏଙ୍କୁ ହତ୍ୟା ଅଭିଯୋଗ ମାମଲାରେ ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହେଲେ ମୃତକଙ୍କ ପତ୍ନୀ। ମୃତ ପିଏ ଦେବ ନାରାୟଣ ପଣ୍ଡାଙ୍କ ପତ୍ନୀ ବନଜା ପଣ୍ଡା OHRCର ଦ୍ୱାରସ୍ଥ ହୋଇଛନ୍ତି। ୪ ପୋଲିସ ଅଧିକାରୀଙ୍କ ବଦଳି ଦାବିରେ ସେ OHRCଙ୍କ ନିକଟକୁ ଯାଇଥିବା ଜଣାପଡ଼ିଛି।
ତେବେ ବନଜାଙ୍କ ଅଭିଯୋଗ କରିଛନ୍ତି ଯେ, ମାଲକାନଗିରି ଏସ୍ପି, SDPO, DIB ଇନ୍ସପେକ୍ଟର, IICଙ୍କ ବଦଳି ଦାବି କରିଛନ୍ତି। ୪ ପୋଲିସ ଅଧିକାରୀ ପ୍ରମାଣ ନଷ୍ଟରେ ଲାଗି ପଡ଼ିଥିବା ସେ ଅଭିଯୋଗ କରିଛନ୍ତି।
ଅଭିଯୁକ୍ତଙ୍କୁ ସୁରକ୍ଷା ଦେବା ଓ ହତ୍ୟାକୁ ଆତ୍ମହତ୍ୟା ରୂପ ଦେଉଥିବା ସେ ଅଭିଯୋଗ କରିଛନ୍ତି।
୪ ଜଣଙ୍କୁ ଜିଲ୍ଲା ବାହାରକୁ ପଠାନଗଲେ ତଦନ୍ତ ବାଧାପ୍ରାପ୍ତ ହେବ ବୋଲି ସେ କହିଛନ୍ତି। ୪ ଜଣଙ୍କୁ ବଦଳି ସହ ସେମାନଙ୍କ ପ୍ରତି ଦଣ୍ଡବିଧାନ କରିବାକୁ ବି ସେ ଅପିଲ ମଧ୍ୟ କରିଛନ୍ତି।
ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ନାଁରେ ହତ୍ୟା ମାମଲା ରୁଜୁ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାପାଳଙ୍କ ସହ ଆଉ ୪ ସହକର୍ମୀଙ୍କ ନାଁରେ ମଧ୍ୟ ମାମଲା ରୁଜୁ ହୋଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/ohrc_1625111691.jpg)