Advertisment

Bali Jatra: ଉପର ପଡ଼ିଆରେ ବି ହେବ ବାଲିଯାତ୍ରା, ପଦାରେ ପଡ଼ିଲା ପ୍ରଶାସନର ଦୋମୁହାଁ ନୀତି

ହାଇକୋର୍ଟଙ୍କ ନାଁ ନେଇ ବିଭ୍ରାନ୍ତିକର ତଥ୍ୟ ଦେଇଥିଲେ କି କଟକ ଜିଲ୍ଲାପାଳ ? ଜିଲ୍ଲାପାଳ ସ୍ପଷ୍ଟ ଭାବେ କହିଥିଲେ ଏଥର ଉପରପଡ଼ିଆରେ ବାଲିଯାତ୍ରା ହେବ କି ନାହିଁ ତାହା ହାଇକୋର୍ଟ ନିଷ୍ପତ୍ତି ନେବେ ବୋଲି ଗତବର୍ଷଠୁ ନିର୍ଦ୍ଦେଶ ରହିଛି।

BALIYATRA

BALIYATRA Photograph: (OTV)

Advertisment

ଉପର ପଡ଼ିଆରେ ବାଲିଯାତ୍ରା ବନ୍ଦ ପାଇଁ ହୋଇଥିଲା କି ପ୍ରଶାସନିକ ଷଡ଼ଯନ୍ତ୍ର ? ହାଇକୋର୍ଟଙ୍କ ନାଁ ନେଇ ବିଭ୍ରାନ୍ତିକର ତଥ୍ୟ ଦେଇଥିଲେ କି କଟକ ଜିଲ୍ଲାପାଳ ? 
ଜିଲ୍ଲାପାଳ ସ୍ପଷ୍ଟ ଭାବେ କହିଥିଲେ- ଏଥର ଉପରପଡ଼ିଆରେ ବାଲିଯାତ୍ରା ହେବ କି ନାହିଁ ତାହା ହାଇକୋର୍ଟ ନିଷ୍ପତ୍ତି ନେବେ ବୋଲି ଗତବର୍ଷଠୁ ନିର୍ଦ୍ଦେଶ ରହିଛି।  ଜିଲ୍ଲାପାଳଙ୍କ ବୟାନ ଓ ହାଇକୋର୍ଟଙ୍କ ରାୟ ପୂରା ଓଲଟା। ଉଚ୍ଚ ଅଦାଲତ ସଫାସଫା କହିଛନ୍ତି- ଉପର ପଡ଼ିଆରେ ବାଲିଯାତ୍ରା କରିବା ନେଇ ଆମେ କୌଣସି ପ୍ରକାର ରୋକ୍ ଲଗାଇନୁ କି ପ୍ରଶାସନ ହାତରେ ବେଡ଼ି ପକାଇନୁ। ଏଣୁ କାହିଁକି ଏଥିପ୍ରତି ଅନୁମତି ଆବଶ୍ୟକ ହେଉଛି ? ଏହା ଜିଲ୍ଲା ପ୍ରଶାସନ ଅଧୀନରେ, ପ୍ରଶାସନ ଯେଉଁଠି ଚାହିଁବ ସେଇଠି ଆୟୋଜନ କରିପାରିବ। ତେବେ ଏନେଇ ଜିଲ୍ଲାପାଳଙ୍କର ପ୍ରତିକ୍ରିୟା ମିଳିପାରିନି।... 

Advertisment

ହାଇକୋର୍ଟଙ୍କ ଏହି ରାୟ ପରେ ତେଜିଛି ବାଲିଯାତ୍ରା ବିବାଦ। ପ୍ରଶ୍ନ ଉଠୁଛି, କାହିଁକି ଦୋମୁହାଁ ନୀତି ଦେଖାଇଲା ଜିଲ୍ଲା ପ୍ରଶାସନ ? ଉପର ପଡ଼ିଆରେ କଟକଣା ନଥାଇ ବି କାହିଁକି ହାଇକୋର୍ଟଙ୍କ ଅନୁମତି ଲୋଡ଼ାଗଲା ? ହାଇକୋର୍ଟଙ୍କୁ ଆଳକରି ବିଭ୍ରାନ୍ତିକର ତଥ୍ୟ ଦେବାର ଉଦ୍ଦେଶ୍ୟ କଣ ? ଏହାକୁ ନେଇ ଜିଲ୍ଲା ପ୍ରଶାସନକୁ ଘେରିଛନ୍ତି ସିଏମସି ମେୟର ସୁବାସ ସିଂ। କହିଛନ୍ତି,  ପ୍ରଶାସନ କଟକବାସୀଙ୍କୁ ଭୁଆଁ ବୁଲାଇବା ସହ ଲୋକଙ୍କ ଭାବାବେଗ ସହିତ ଖେଳିଛି। ଦୁଇବର୍ଷ ଧରି ଉପରପଡ଼ିଆରେ ବାଲିଯାତ୍ରା ହେବନାହିଁ ବୋଲି କହି ବାରମ୍ବାର ଲୋକଙ୍କୁ ବିଭ୍ରାନ୍ତ କରାଯାଉଛି। ଗତବର୍ଷ ଉପରପଡ଼ିଆରେ ବାଲିଯାତ୍ରା ହେବନି ବୋଲି ତତ୍କାଳୀନ ଡିସିପି କାହିଁକି ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଥିଲେ ବୋଲି ପ୍ରଶ୍ନ କରିଛନ୍ତି ସୁବାସ। ସେପଟେ ପ୍ରଶାସନ କହିଛି, ଉପର ପଡ଼ିଆରେ ମଧ୍ୟ ବାଲିଯାତ୍ରା ଆୟୋଜନ ହେବ। ସେଠାରେ ପାରମ୍ପରିକ ଖାଦ୍ୟ ସହ, ସଂସ୍କୃତି ପରମ୍ପରାକୁ ବଜାୟ ରଖିବା ପାଇଁ ସ୍ୱତନ୍ତ୍ର ଷ୍ଟଲ କରାଯିବ।

୨୦୨୪ ଅକ୍ଟୋବର ୨୦ରେ ହାଇକୋର୍ଟରେ ଶୁଣାଣି ସମୟରେ ବାଲିଯାତ୍ରା ଉପର ପଡ଼ିଆରେ ଆୟୋଜନ ହେବାଦ୍ବାରା ସମସ୍ୟା ଉପୁଜୁଥିବା ଦର୍ଶାଇଥିଲେ ଆଡଭୋକେଟ୍ କମିଟି । ଜିଲ୍ଲା ପ୍ରଶାସନ ଏବଂ କମିଶନରେଟ ପୋଲିସ ସେନେଇ ସ୍ୱତନ୍ତ୍ର ବ୍ୟବସ୍ଥା କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ତେବେ ପ୍ରଶାସନ ସ୍ବତନ୍ତ୍ର ବ୍ୟବସ୍ଥା ନକରି କାହିଁକି ହାଇକୋର୍ଟଙ୍କ ବାହାନା ଦେଖାଉଥିଲା ବୋଲି ସବୁଠି ପ୍ରଶ୍ନ ଉଠିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ