Advertisment

No Night Curfew: ବାଲେଶ୍ବରରେ ହେବ ନାହିଁ ରାତି କର୍ଫ୍ୟୁ , ବ୍ୟସ୍ତ ହୁଅନ୍ତୁ ନାହିଁ

ଗତକାଲି ଗଣମାଧ୍ୟମରେ ବାଲେଶ୍ବର ସହରରେ ରାତ୍ରି କଟକଣା ନେଇ ବାଜିଥିଲା ଘନ ଘନ ଖବର। ଆସନ୍ତା ୨୧ ତାରିଖ ଯାଏଁ ରାତି ୧୦ଟାରୁ ସକାଳ ୬ଟା ଯାଏଁ ଦୋକାନ ବଜାର ବନ୍ଦ ନେଇ ଆସିଥିଲା ଖବର।

Balasore-Curfew

Balasore-Curfew Photograph: (OTV)

Advertisment

ଗତକାଲି ଗଣମାଧ୍ୟମରେ ବାଲେଶ୍ବର ସହରରେ ରାତ୍ରି କଟକଣା ନେଇ ବାଜିଥିଲା ଘନ ଘନ ଖବର। ଆସନ୍ତା ୨୧ ତାରିଖ ଯାଏଁ ରାତି ୧୦ଟାରୁ ସକାଳ ୬ଟା ଯାଏଁ ଦୋକାନ ବଜାର ବନ୍ଦ ନେଇ ଆସିଥିଲା ଖବର। ଗତକାଲି ସହରର ବିଭିନ୍ନ ଗଳିକନ୍ଦି ଓ ରାସ୍ତାଘାଟରେ ଡାକବାଜି ଯନ୍ତ୍ର ଯୋଗେ ଲୋକଙ୍କୁ ସୂଚନା ଦେବା ସହ ସତେଚନ କରାଇଥିଲା ପୋଲିସ। ଆଇନ୍ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଥିଲା।

Advertisment

ତେବେ ହଠାତ କର୍ଫ୍ୟୁ ଖବର ଶୁଣି ହଠାତ ବ୍ୟତିବ୍ୟସ୍ତ ହୋଇପଡ଼ିଥିଲେ ଲୋକେ। ତେବେ ଏନେଇ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି ବାଲେଶ୍ବର ଏସପି। ସେ ଲେଖିଛନ୍ତି ବାଲେଶ୍ବରରେ କର୍ଫ୍ୟୁ ନେଇ ପ୍ରଚାରିତ ଖବର ମିଛ। କିଛି ଗଣମାଧ୍ୟମରେ ରାତ୍ରକାଳୀନ କର୍ଫ୍ୟୁ ଖବର ପ୍ରକାଶିତ ହୋଇଥିଲା । ତେବେ ବାଲେଶ୍ବରରେ କୌଣସି କର୍ଫ୍ୟୁ ଜାରି କରାଯାଇନାହିଁ । ବିଳମ୍ବିତ ରାତିରେ କେବଳ ଦୋକାନ ବଜାର ବନ୍ଦ ପାଇଁ ଗାଇଡ ଲାଇନ ଜାରି କରାଯାଇଛି ।

ବାଲେଶ୍ବର ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଏନେଇ ଏକ ବିଜ୍ଞପ୍ତି ଜାରି ହୋଇଛି। ଆସନ୍ତା ଦୀପାବଳୀକୁ ଆଖି ଆଗରେ ରଖି ସହରରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି। ରାତି ସମୟରେ ଅନାବଶ୍ୟକ ଭିଡ଼କୁ ବାରଣ କରିବା ସହ ସହରରେ ଶାନ୍ତିପୂର୍ଣ୍ଣ ପରିବେଶ ବଜାୟ ରଖିବା ପାଇଁ ଏହି କଟକଣା ଜାରି କରାଯାଇଛି। ତେବେ ଏହା କୌଣସି କର୍ଫ୍ୟୁ ନୁହେଁ। କୌଣସି ଗୁଜବକୁ ବିଶ୍ବାସ ନକରିବାକୁ ଅନୁରୋଧ କରିଛି ବାଲେଶ୍ୱର ଜିଲ୍ଲା ପ୍ରଶାସନ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ