Advertisment

ନିଶା ପାଇଁ କଅଁଳ ଛୁଆକୁ ବିକି ଦେଇଥିଲା ବାପା!

ଭୁବନେଶ୍ୱର: ନିଶା ପାଇଁ କଅଁଳ ଛୁଆକୁ ବିକି ଦେଇଥିଲା ବାପା! ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଅଞ୍ଚଳରୁ ବିକ୍ରି ହୋଇଥିବା ୬ ଦିନର ଶିଶୁପୁତ୍ରକୁ ଉଦ୍ଧାର କରାଯିବା ପରେ ଏଭଳି କାରଣ ସାମ୍ନାକୁ ଆସିଛି। ୟୁନିଟ୍ ୩ ମାଳିସାହି ଅଞ୍ଚଳରୁ ଶିଶୁଟିକୁ ଉଦ୍ଧାର କରିଛି…

ନିଶା ପାଇଁ କଅଁଳ ଛୁଆକୁ ବିକି ଦେଇଥିଲା ବାପା!

child-sale

Advertisment

ଭୁବନେଶ୍ୱର: ନିଶା ପାଇଁ କଅଁଳ ଛୁଆକୁ ବିକି ଦେଇଥିଲା ବାପା! ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଅଞ୍ଚଳରୁ ବିକ୍ରି ହୋଇଥିବା ୬ ଦିନର ଶିଶୁପୁତ୍ରକୁ ଉଦ୍ଧାର କରାଯିବା ପରେ ଏଭଳି କାରଣ ସାମ୍ନାକୁ ଆସିଛି। ୟୁନିଟ୍ ୩ ମାଳିସାହି ଅଞ୍ଚଳରୁ ଶିଶୁଟିକୁ ଉଦ୍ଧାର କରିଛି ଚାଇଲ୍ଡ ଲାଇନ ଓ ଖାରବେଳ ନଗର ପୋଲିସ। ଚାଇଲ୍‌ଡ ଲାଇନ୍ ନିର୍ଦ୍ଦେଶକ ବେଣୁଧର ସେନାପତି ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

Advertisment

ନିଶା ଖାଇବା ଲାଗି ନିଜର ୬ଦିନର ଶିଶୁପୁତ୍ରକୁ ୧୦ ହଜାର ଟଙ୍କାରେ ବାପା ଅନ୍ୟଜଣଙ୍କୁ ବିକ୍ରି କରିଦେଇଥିବା ନେଇ ଖବର ପ୍ରସାରଣ ପରେ ହଇଚଇ ସୃଷ୍ଟି ହୋଇଥିଲା। ମାଳିସାହି ଅଞ୍ଚଳର ଜଣେ ମହିଳା ଶିଶୁଟିକୁ କିଣିଥିବା ଜଣାପଡ଼ିବା ପରେ ପୋଲିସ ମହିଳାଙ୍କୁ ଥାନାକୁ ଡାକି ତାଠାରୁ ପିଲାଟିକୁ ଉଦ୍ଧାର କରିଛି। ଉଦ୍ଧାର ଶିଶୁକୁ CWCର ଅନୁମତିକ୍ରମେ ସୁଭଦ୍ରା ମହତାବ ସ୍ପେଶାଲ ଆଡପସନ୍ ସେଣ୍ଟରକୁ ପଠାଯାଇଛି।

ପିଲାଟିକୁ କିଣିଥିବା ମହିଳା ଜଣକ ବି ଘଟଣାକୁ ସ୍ୱୀକାର କରିଛନ୍ତି। କହିଛନ୍ତି- ତାଙ୍କର କୌଣସି ଛୁଆ ନଥିବାରୁ ସେ ପିଲାଟିକୁ କିଣିଥିଲେ। ଶିଶୁର ବାପା ନିଜେ ତାଙ୍କ ଘରକୁ ଆସି ୧୦ ହଜାର ଟଙ୍କା ନେଇଛି। ଶିଶୁ ବିକ୍ରି କରିଥିବା ଦମ୍ପତି ଯାଯାବର ଶ୍ରେଣୀର ଓ ସେମାନଙ୍କର ଆଉ ୨ଟି ପିଲା ମଧ୍ୟ ଅଛନ୍ତି। ନିଜେ ଶିଶୁର ବାପା ମଧ୍ୟ ପିଲା ବିକ୍ରି କରିଥିବା କଥାକୁ ସ୍ୱୀକାର କରିଛି।

Advertisment
ଲୋକମାନେ ଯେହେତୁ ଷ୍ଟ୍ରୀଟ୍ ଉପରେ ରହୁଛନ୍ତି, ଏହାର ଅର୍ଥ ଲୋକମାନଙ୍କ ନିଶ୍ଚୟ ଅଭାବ ରହିଛି। ତାଙ୍କର ୩-୪ଟା ପିଲା ରହିଛି ବୋଲି ଆମେ ଜାଣିବାକୁ ପାଇଛୁ। କିଛି ପଇସା ପାଇଁ ସେ ଛୁଆକୁ ବିକ୍ରି କରିଛନ୍ତି। ଯେଉଁ ଘଟଣା ଘଟିଛି, ଏ ନେଇ ଆମେ ଏତଲା ଦେବୁ। ଆଇନ ଅନୁସାରେ ପୋଲିସ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।
ବେଣୁଧର ସେନାପତି, ନିର୍ଦ୍ଦେଶକ, ଚାଇଲ୍ଡ ଲାଇନ୍
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ