Advertisment

Stipend Increased: ବଢ଼ିଲା ଷ୍ଟାଇପେଣ୍ଡ , ୨୦୨୬ ଜାନୁଆରୀ ପହିଲାରୁ ଲାଗୁ ହେବ

ବଢ଼ିଲା ଆୟୁର୍ବେଦିକ ଓ ହୋମିଓପାଥିକ୍ ପିଜି ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ । ପୂର୍ବରୁ ମିଳୁଥିବା ଷ୍ଟାଇପେଣ୍ଡରେ ବୃଦ୍ଧି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଉଭୟ ପାଠ୍ୟକ୍ରମରେ ୧୨୦ ପିଜି ଛାତ୍ରଛାତ୍ରୀ ଉପକୃତ ହେବେ।

Stipend Increased

Stipend Increased Photograph: (OTV)

Advertisment

ବଢ଼ିଲା ଆୟୁର୍ବେଦିକ ଓ ହୋମିଓପାଥିକ୍ ପିଜି ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ । ପୂର୍ବରୁ ମିଳୁଥିବା ଷ୍ଟାଇପେଣ୍ଡରେ ବୃଦ୍ଧି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଉଭୟ ପାଠ୍ୟକ୍ରମରେ ୧୨୦ ପିଜି ଛାତ୍ରଛାତ୍ରୀ ଉପକୃତ ହେବେ। ୨୦୨୬ ଜାନୁଆରୀ ପହିଲାରୁ ନୂଆ ଷ୍ଟାଇପେଣ୍ଡ୍  ଲାଗୁ ହେବ। ପ୍ରଥମ ବର୍ଷ ପିଜି ଛାତ୍ରଙ୍କ ମାସିକ ଷ୍ଟାଇପେଣ୍ଡ ୩୧ରୁ ୪୮ ହଜାର ଟଙ୍କା, ଦ୍ବିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ୍ ୩୨ରୁ ୫୨ ହଜାରକୁ ବୃଦ୍ଧି କରାଯାଇଛି।

Advertisment

ସେହିପରି ତୃତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ ୩୩ରୁ ୫୫ ହଜାରକୁ ବଢାଯାଇଛି। ହାଉସ୍ ସର୍ଜନଙ୍କ ଷ୍ଟାଇପେଣ୍ଡ ୧୭ ହଜାରରୁ ୩୦ ହଜାରକୁ ବୃଦ୍ଧି ପାଇଛି। ଷ୍ଟାଇପେଣ୍ଡ ବୃଦ୍ଧି  ଓ ଅନ୍ୟାନ୍ୟ ଦାବି ନେଇ ଉଭୟ ଆୟୁର୍ବେଦିକ୍ ଓ ହୋମିଓପାଥିକ୍ ପିଜି ଛାତ୍ରଛାତ୍ରୀମାନେ ନିକଟରେ ଆନ୍ଦୋଳନରେ ବସିଥିଲେ। ଏହାପରେ ସରକାର ଏଭଳି ପଦକ୍ଷେପ ନେଇଛନ୍ତି। 

ବଢ଼ିଲା ଷ୍ଟାଇପେଣ୍ଡ  
ଆୟୁର୍ବେଦିକ ଓ ହୋମିଓପାଥିକ୍ ପିଜି ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ ବଢ଼ିଲା 
ପୂର୍ବରୁ ମିଳୁଥିବା ଷ୍ଟାଇପେଣ୍ଡରେ ବୃଦ୍ଧି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଉଭୟ ପାଠ୍ୟକ୍ରମରେ ୧୨୦ ପିଜି ଛାତ୍ରଛାତ୍ରୀ ଉପକୃତ ହେବେ
୨୦୨୬ ଜାନୁଆରୀ ପହିଲାରୁ ଲାଗୁ ହେବ ନୂଆ ଷ୍ଟାଇପେଣ୍ଡ୍  
ପ୍ରଥମ ବର୍ଷ ପିଛି ଛାତ୍ରଙ୍କ ମାସିକ ଷ୍ଟାଇପେଣ୍ଡ ୩୧ରୁ ୪୮ ହଜାର ଟଙ୍କା
ଦ୍ବିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ୍ ୩୨ରୁ ୫୨ ହଜାରକୁ ବୃଦ୍ଧି
ତୃତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ ୩୩ରୁ ୫୫ ହଜାରକୁ ବୃଦ୍ଧି
ହାଉସ୍ ସର୍ଜନଙ୍କ ଷ୍ଟାଇପେଣ୍ଡ ୧୭ ହଜାରରୁ ୩୦ ହଜାରକୁ ବୃଦ୍ଧି

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ