jatra-kalakarnku-chair-mada Photograph: (OTV)
ଭଉଣୀ ସହ ଦୁଷ୍ମର୍ମ ଘଟିଲା । ପରେ ମା ,ବାପାଙ୍କ ସହ ମିଶି ଭଉଣି ନିଜ ଭାଇକୁ ସବୁ ସତ କହୁଛି । କିନ୍ତୁ ଭାଇ ଶୁଣୁନାହିଁ ରାଗିକି ଗର୍ଜନ କରୁଛି । ମା ପୁଅକୁ ନିଜ କୋହ ଶୁଣାଉଛନ୍ତି , ଭଉଣୀର ଦୁଃଖ ବୁଝାଇବାକୁ ଚାହୁଛନ୍ତି କିନ୍ତୁ ପୁଅ ବୁଝିବାକୁ ନାରାଜ । ନାଟକର ଏହି ଦୃଶ୍ୟ ଦେଖି ଦଶର୍କ ଏତେ ଭାବବିହ୍ବଳ ହୋଇଗଲେ ଯେ ଭାଇ ଉପରେ ରାଗି ଚେୟାର ଫିଙ୍ଗିଲେ ।
ଭଦ୍ରକ ବ୍ଲକ ଅଞ୍ଚଳର ସାହାଡ଼ାରେ ଚାଲିଥିବା ଯାତ୍ରା ମଞ୍ଚରେ ଘଟିଲା ଏଭଳି ଘଟଣା। ନାଟକ ଦେଖୁଥିବା ଦର୍ଶକ ଅଭିନୟକୁ ଭାବିଦେଲେ ସତ । ନାଟକର ଏକ ଦୃଶ୍ୟରେ ଭଉଣୀ ସହ ଘଟିଲା ଦୁଷ୍କର୍ମ । ସେ ମା, ବାପା ଓ ଭାଇ ଆଗରେ ସତ କଥା କହୁଥିଲା। କିନ୍ତୁ ଭାଇ ସେ କଥାକୁ ବିଶ୍ୱାସ କଲାନି ।
ବାପା, ମାଆ ମଧ୍ୟ ପୁଅ ପାଦ ତଳେ ପଡିଲେ, ତାହା ଦେଖି ଦର୍ଶକ ରାଗି ଯାଇ ମଞ୍ଚରେ ଚଢିଯାଇଥିଲେ । ଭାଇ ଭୂମିକା ଅଭିନୟ କରୁଥିବା କଳାକାର କାର୍ତ୍ତିକଙ୍କୁ ମାଡ଼ ମାରିଲେ।
ଚେୟାର ଫିଙ୍ଗିଲେ । ମାଡ ଗାଳି ସବୁ ପଡିଲା ଆଉ ନାଟକକୁ କିଛି ମିନିଟ ପର୍ଯ୍ୟନ୍ତ ବନ୍ଦ କରାଗଲା। ଯାତ୍ରା ରାଜନନ୍ଦିନୀର ଏହି ନାଟକରେ ମାଆ ଭୂମିକାରେ ଥିଲେ ଟୁନିଆ ମଲ୍ଲିକ, ବାପା ଭୂମିକାରେ ସଞ୍ଜୟ ଓ ଭଉଣୀ ଭୂମିକାରେ ମାମା । ପୁଅ ଭୂମିକାରେ ଯାହାକୁ ମାଡ଼ ହେଲା ସେ ହେଲେ କାର୍ତ୍ତିକ।
ଜୀବନ୍ତ ଅଭିନୟ ଦର୍ଶକ ମନକୁ ଛୁଇଁଯାଏଁ । ଯାତ୍ରା ଚାଲିଥିବା ବେଳେ ଏଭଳି ଘଟଣା ଏବେ ପ୍ରାୟ ସାଧାରଣ ହୋଇପଡିଛି। କେବେ ବୋତଲ ଫିଙ୍ଗା, କେବେ ଚେୟାର ମାଡ଼, ଆଉ କେବେ କଳାକାରଙ୍କୁ ମଞ୍ଚ ଉପରେ ମାଡ଼ ମାରିବା । ଏଭଳି ଦୃଶ୍ୟ ଏବେ ଯାତ୍ରା ମଞ୍ଚର ଅଂଶ ହେଇଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/12/jatra-kalakarnku-chair-mada-2025-11-12-16-26-29.jpg)