Advertisment

2 Held For Attempt to Burn: ପୋଲିସ ଧରିଲା ବୋଲି ସାଙ୍ଗକୁ ଜୀଅନ୍ତା ଜାଳି ଦେବାକୁ ଉଦ୍ୟମ

ପୋଲିସ ଧରିଲା ବୋଲି ସାଙ୍ଗକୁ ଜିଅନ୍ତା ଜାଳି ଦେବାକୁ ଉଦ୍ୟମ। ପାରାଦୀପ ନେହରୁବଙ୍ଗଳାରେ ନିକଟରେ ଘଟିଛି ଏଭଳି ଘଟଣା। ହତ୍ୟା ଉଦ୍ୟମ ଅଭିଯୋଗରେ ୨ ଜଣ ଗିରଫ କଲା ପାରାଦୀପ ସାମୁଦ୍ରିକ ଥାନା ପୁଲିସ।

Attempt to Burn

Attempt to Burn Photograph: (OTV)

Advertisment

ପୋଲିସ ଧରିଲା ବୋଲି ସାଙ୍ଗକୁ ଜିଅନ୍ତା ଜାଳି ଦେବାକୁ ଉଦ୍ୟମ। ପାରାଦୀପ ନେହରୁବଙ୍ଗଳାରେ ନିକଟରେ ଘଟିଛି ଏଭଳି ଘଟଣା। ହତ୍ୟା ଉଦ୍ୟମ ଅଭିଯୋଗରେ ମାମଲା ରୁଜୁ କରି ୨ ଜଣଙ୍କୁ ଗିରଫ କଲା ପାରାଦୀପ ସାମୁଦ୍ରିକ ଥାନା ପୁଲିସ। ଅଭିଯୁକ୍ତ ଦୁଇ ଜଣଙ୍କ ମଧ୍ୟରେ ଜଣେ ପୂର୍ବତନ କାଉନସିଲର ଥିବା ଜଣାପଡିଛି।

Advertisment

ଗତ ସନ୍ଧ୍ୟାରେ ନେହରୁବଙ୍ଗଳା ରାସ୍ତାରେ ପୁଲିସ ଚେକିଂ ଚାଲିଥିବା ସମୟରେ ପାରାଦୀପ ତାରିଣୀଗଡାର ଜଣେ ଯୁବକ ନିଶାସକ୍ତ ଅବସ୍ଥାରେ ବାଇକ ସହ ଧରା ପଡିଥିଲେ। ପୁଲିସଠାରୁ ଖସାଇ ନେବା ପାଇଁ ଉକ୍ତ ଯୁବକ ନେହରୁବଙ୍ଗଳାର ଦୁଇ ଜଣ ସାଙ୍ଗଙ୍କୁ ଫୋନ କରି ଡକାଇଥିଲେ। 

ସାଙ୍ଗ ଦୁଇ ଜଣ ପହଞ୍ଚି ପୁଲିସ ସହ ହଙ୍ଗାମା କରିଥିଲେ। ପୁଲିସ ନ ଛାଡିବାରୁ ସେ ସ୍ଥାନରୁ ପଳେଇ ଯାଇ କିଛି ସମୟ ଭିତରେ ପେଟ୍ରୋଲ, ଦିଆସିଲି ସହ ଫେରିଥିଲେ। ବାଇକ ଏବଂ ସେମାନଙ୍କ ସାଙ୍ଗ ଉପରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଜାଳି ଦେବାକୁ ଉଦ୍ୟମ କରିଥିଲେ। ଏହା ଦେଖି ଉପସ୍ଥିତ ପୁଲିସ କର୍ମଚାରୀମାନେ ଯୁବକଙ୍କୁ ଉଦ୍ଧାର କରି ନେଇଥିଲେ। ଫଳରେ ଏକ ବଡ ଅଘଟଣ ଟଳି ଯାଇଥିଲା।

Advertisment

•    ସାଙ୍ଗକୁ ଜୀଅନ୍ତା ଜାଳିଦେବାକୁ ଉଦ୍ୟମ; ୨ ଗିରଫ
•    ପୋଲିସ ଧରିଲା ବୋଲି ସାଙ୍ଗକୁ ଜୀଅନ୍ତା ଜାଳି ଦେବାକୁ ଉଦ୍ୟମ
•    ପାରାଦୀପ ନେହରୁବଙ୍ଗଳାରେ ନିକଟରେ ଘଟିଛି ଘଟଣା
•    ନିଶାସକ୍ତ ଯୁବକଙ୍କୁ ଧରିଥିଲା ପୋଲିସ;୨ ସାଙ୍ଗ କରିଥିଲେ ହଙ୍ଗମା
•    ହତ୍ୟା ଉଦ୍ୟମ ମାମଲା ରୁଜୁ, ୨ ଜଣଙ୍କୁ ବାନ୍ଧିଲା ପୋଲିସ

Paradip
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ