Advertisment

Assembly Delimitation Buzz Returns: ସୀମା ପୁନଃନିର୍ଦ୍ଧାରଣ ଆଶଙ୍କା: ବିଧାୟକଙ୍କ ଛାତି ଧଡ଼ଧଡ଼, ଓଡ଼ିଶା ରାଜନୀତି ଉତ୍ତାପ

୨୦୦୭-୦୮ ବିଜେଡି-ବିଜେପି ମେଣ୍ଟ ଭାଙ୍ଗିବା ପରେ ବିଧାନସଭା ସୀମା ନିର୍ଦ୍ଧାରଣ, ରାଜ୍ୟ ରାଜନୀତିକୁ ଦେଇଥିଲା ନୂଆ ମୋଡ। ୨୦୦୯ ନିର୍ବାଚନରେ ଧୂଳି ଚାଟିଥିଲେ ବିଜେପି କଂଗ୍ରେସର ଅନେକ ହେଭିୱେଟ।

Assembly Delimitation Buzz Returns

ସୀମା ପୁନଃନିର୍ଦ୍ଧାରଣ ଆଶଙ୍କା: ବିଧାୟକଙ୍କ ଛାତି ଧଡ଼ଧଡ଼, ଓଡ଼ିଶା ରାଜନୀତି ଉତ୍ତାପ Photograph: (OTV)

Advertisment

୨୦୦୭-୦୮ ବିଜେଡି-ବିଜେପି ମେଣ୍ଟ ଭାଙ୍ଗିବା ପରେ ବିଧାନସଭା ସୀମା ନିର୍ଦ୍ଧାରଣ, ରାଜ୍ୟ ରାଜନୀତିକୁ ଦେଇଥିଲା ନୂଆ ମୋଡ। ୨୦୦୯ ନିର୍ବାଚନରେ ଧୂଳି ଚାଟିଥିଲେ ବିଜେପି କଂଗ୍ରେସର ଅନେକ ହେଭିୱେଟ। ଆଉ ପୁଣି ଥରେ ସୀମା ପୁନଃନିର୍ଦ୍ଧାରଣ ହେଲେ କେଉଁ ନିର୍ବାଚନ ମଣ୍ଡଳୀକୁ ଭାଙ୍ଗି ହେବ ନୂଆ ନିର୍ବାଚନ ମଣ୍ଡଳୀ, ଆଉ କେଉଁଠି କଟିବ ସଂରକ୍ଷଣ, ତାକୁ ନେଇ ଏବେ ନେତାଙ୍କ ଭିତରେ ଛନକା।

Advertisment

ନିର୍ବାଚନ ମଣ୍ଡଳୀ ସୀମା ପୁନଃନିର୍ଦ୍ଧାରଣକୁ ନେଇ ନେତାଙ୍କ ମନରେ ଛନକା। ବିଧାୟକଙ୍କ ଛାତି ଧଡ଼ ଧଡ଼। କେଉଁ ନିର୍ବାଚନ ମଣ୍ଡଳୀର ହେବ ସୀମା ପୁନଃ ନିର୍ଦ୍ଧାରଣ ? କେଉଁଠୁ ହଟିଯିବ ସଂରକ୍ଷଣ ? ପୁଣି କାହାକୁ ଘାରିଛି ଭୋଟ ବ୍ୟାଙ୍କ ଭାଙ୍ଗିଯିବା ଭୟ। ସୀମା ପୁନଃ ନିର୍ଦ୍ଧାରଣ ରାଜ୍ୟ ରାଜନୀତିରେ ଆଣିପାରେ ବଡ଼ ଓଲଟପାଲଟ। ନୂତନ ବିଧାନସଭା ସୌଧର ଭିତ୍ତିପ୍ରସ୍ତର ସ୍ଥାପନ କରି ରାଜ୍ୟରେ ବିଧାନସଭା ସିଟ୍ ବୃଦ୍ଧି ଆଉ ସୀମା ପୁନଃନିର୍ଦ୍ଧାରଣ ନେଇ ମୁଖ୍ୟମନ୍ତ୍ରୀଙ୍କ ବୟାନ ପରେ ଏବେ ସବୁଠି ଏମିତି ଚର୍ଚ୍ଚା। କୁହାଯାଉଛି, ୨୦୨୭ ଜନଗଣନାକୁ ଆଧାର କରି ସାଧାରଣ ନିର୍ବାଚନ ପୂର୍ବରୁ ହୋଇପାରେ ସୀମା ପୁନଃନିର୍ଦ୍ଧାରଣ। ଯାହାକୁ ନେଇ ତେଜିଛି ରାଜନୀତି। ବିରୋଧୀ ବିଜେଡି ଏବଂ କଂଗ୍ରେସ ଅଭିଯୋଗ କରିଛନ୍ତି ଶାସକ ଦଳ ନିଜ ସିଟ୍ ବଢାଇବା ପାଇଁ ଚକ୍ରାନ୍ତ କରିଛି। ଯାହାର ଜବାବ ରଖିଛି ବିଜେପି। 

ନିର୍ବାଚନ ମଣ୍ଡଳୀ ସୀମା ପୁନଃନିର୍ଦ୍ଧାରଣ ନିଷ୍ପତ୍ତି, ଯାହା ଅନେକ ନେତାଙ୍କ ଭାଗ୍ୟ ବଦଳାଇ ପାରେ ଆଉ ଭାଗ୍ୟ ବିଗାଡି ବି ପାରେ। ନେତାଙ୍କୁ ଜିରୋରୁ ହିରୋ ଆଉ ହିରୋରୁ ଜିରୋ ମଧ୍ୟ କରିପାରେ। ୨୦୦୭-୦୮ ବେଳେ ସୀମା ନିର୍ଦ୍ଧାରଣ ନିଷ୍ପତ୍ତି ବିଜେଡି ପାଇଁ ଗେମ୍ ଚେଞ୍ଜର ସାଜିଥିଲା। କୁହାଯାଏ ବିଜେଡି- ବିଜେପି ମେଣ୍ଟ ଭାଙ୍ଗିବା ପରେ ପ୍ୟାରୀଙ୍କ ଗୋଟି ଚାଳନାରେ ସୀମା ପୁନଃନିର୍ଦ୍ଧାରଣ ବିଜେଡିକୁ ଏକାକି ସରକାରକୁ ଆଣିବାରେ ସକ୍ଷମ ହୋଇଥିଲା। 

Advertisment

ଯଦିଓ ସଂଖ୍ୟା ବଢି ନଥିଲା କିନ୍ତୁ ଭୌଗୋଳିକ ସୀମା ପରିବର୍ତ୍ତନ ଯୋଗୁଁ ୨୦୦୯ ନିର୍ବାଚନରେ ପରାଜୟର ମୁହଁ ଦେଖିଥିଲେ ହେଭିୱେଟ ମନମୋହନ ସାମଲ, ବିଜୟ ମହାପାତ୍ର, ରାମକୃଷ୍ଣ ପଟ୍ଟନାୟକ, ସମୀର ଦେ, ଲୁଲୁ ମହାପାତ୍ର, ନଳିନୀ ମହାନ୍ତି, ନରସିଂହ ମିଶ୍ରଙ୍କ ଭଳି ନେତା। ଯଦିଓ ଆଗକୁ ସୀମା ପୁନଃ ନିର୍ଦ୍ଧାରଣର ଆଧାର ଜନସଂଖ୍ୟା ହୋଇପାରେ ତେବେ ଶାସକ ଦଳ ବିଜେପି ଏହାର ରାଜନୈତିକ ଫାଇଦା ଉଠାଇପାରେ ବୋଲି କୁହାଯାଇଛି। ଅନ୍ୟପଟେ ବିଭିନ୍ନ ସ୍ଥାନରୁ ନୂଆ ନିର୍ବାଚନ ମଣ୍ଡଳି ନେଇ ମଧ୍ୟ ଦାବି ଉଠିଛି। ତାକୁ ବି ସରକାର ବିଚାର କରିପାରନ୍ତି।

ଅନ୍ୟପଟେ ସୀମା ପୁନଃନିର୍ଦ୍ଧାରଣ ସହ ଯଦି ୨୦୨୯ରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ବିଧାନସଭାରେ ଲାଗୁ ହୁଏ, ତାହେଲେ ଅଙ୍କ ମଧ୍ୟ ଆହୁରି ବିଗିଡି ପାରେ।

Advertisment
Odisha News Odisha Assembly Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ