Advertisment

ନିଜ ଗାଁର ପ୍ରତି ଘରୁ ଜଣଙ୍କୁ ସେନାରେ ଭର୍ତ୍ତି ଲାଗି ଯବାନଙ୍କ ଉଦ୍ୟମ

ଭଦ୍ରକ( ପାର୍ଥସାରଥୀ ନାୟକ) : ନିଜେ ସେନାରେ ଯୋଗ ଦେଇ ମାଟି ମାଆର ସେବା କରୁଛନ୍ତି। ଲକ୍ଷ୍ୟ ରଖିଛନ୍ତି ତାଙ୍କ ଅଞ୍ଚଳର ପ୍ରତି ପରିବାରରୁ ଜଣେ ଜଣେ ସୈନିକ ବାହାରନ୍ତୁ । କେହି ଯୁବକ ଯେମିତି ବେକାର ନ ରୁହନ୍ତୁ। ସେ ହେଉଛନ୍ତି ଭଦ୍ରକ ତିହିଡ଼ି ବ୍ଲକ୍‌ର ସେନା କର୍ମଚାରୀ ଜ୍ୟୋତିର୍ମୟ ପାଣ୍ଡବ । ଯାହାଙ୍କଠୁ ପ୍ରଶିକ୍ଷଣ ନେଇ ୨୫ରୁ ଅଧିକ ଯୁବକ ସେନାରେ ଚାକିରି ବି କରି ସାରିଲେଣି । ଜ୍ୟୋତିର୍ମୟ ପାଣ୍ଡବ ନିଜେ ଆଇଟିବିପିର […]

ନିଜ ଗାଁର ପ୍ରତି ଘରୁ ଜଣଙ୍କୁ ସେନାରେ ଭର୍ତ୍ତି ଲାଗି ଯବାନଙ୍କ ଉଦ୍ୟମ

6

Advertisment

ଭଦ୍ରକ( ପାର୍ଥସାରଥୀ ନାୟକ) : ନିଜେ ସେନାରେ ଯୋଗ ଦେଇ ମାଟି ମାଆର ସେବା କରୁଛନ୍ତି। ଲକ୍ଷ୍ୟ ରଖିଛନ୍ତି ତାଙ୍କ ଅଞ୍ଚଳର ପ୍ରତି ପରିବାରରୁ ଜଣେ ଜଣେ ସୈନିକ ବାହାରନ୍ତୁ । କେହି ଯୁବକ ଯେମିତି ବେକାର ନ ରୁହନ୍ତୁ। ସେ ହେଉଛନ୍ତି ଭଦ୍ରକ ତିହିଡ଼ି ବ୍ଲକ୍‌ର ସେନା କର୍ମଚାରୀ ଜ୍ୟୋତିର୍ମୟ ପାଣ୍ଡବ । ଯାହାଙ୍କଠୁ ପ୍ରଶିକ୍ଷଣ ନେଇ ୨୫ରୁ ଅଧିକ ଯୁବକ ସେନାରେ ଚାକିରି ବି କରି ସାରିଲେଣି ।

Advertisment

publive-imageଜ୍ୟୋତିର୍ମୟ ପାଣ୍ଡବ ନିଜେ ଆଇଟିବିପିର ଯବାନ। ତେଣୁ ଆଖପାଖ ଅଞ୍ଚଳର ଆଗ୍ରହୀ ଯୁବକଙ୍କୁ ସେନାରେ ନିଯୁକ୍ତି ସୁଯୋଗ ଦେବା ଲକ୍ଷ୍ୟରେ ଶହ ଶହ ଯୁବକଙ୍କୁ, ଛୁଟିରେ ଘରକୁ ଆସିବା ସମୟରେ ମାଗଣାରେ ପ୍ରଶିକ୍ଷଣ ଦେଉଛନ୍ତି।

୫ ବର୍ଷ ତଳେ ମୁକୁନ୍ଦପୁରର ଏକ ପଡ଼ିଆରୁ ଆରମ୍ଭ ହୋଇଥିବା ଜ୍ୟୋତିର୍ମୟଙ୍କ ଏ ପ୍ରଶିକ୍ଷଣ ଶିବିରରେ ଏବେ ୩ ଶହରୁ ଅଧିକ ପ୍ରଶିକ୍ଷାର୍ଥୀ। ସବୁଠୁ ବଡ଼ କଥା ହେଉଛି ଜ୍ୟୋତିର୍ମୟଙ୍କ ଜୀବନଜ୍ୟୋତି ସଂଗଠନରୁ ପ୍ରଶିକ୍ଷଣ ପାଇ ଏପର୍ଯ୍ୟନ୍ତ ୨୫ରୁ ଊର୍ଧ୍ୱ ଯୁବକ ସୈନ୍ୟବାହିନୀରେ ନିଯୁକ୍ତି ବି ପାଇସାରିଲେଣି।

Advertisment

ଆଉ ଯେଉଁମାନେ ପାଇ ନାହାନ୍ତି ସେମାନଙ୍କ ଆଶା ବି ନିଶ୍ଚୟ ପାଇବେ।

publive-imageଜ୍ୟୋତିର୍ମୟଙ୍କ ଏ ଅଭିଯାନରେ ଆଖପାଖରେ ବହୁ ସେନା କର୍ମଚାରୀ ବି ସାମିଲ ହୋଇଛନ୍ତି । ନିଜ ନିଜ ଛୁଟି ସମୟରେ ସେମାନେ ବି ପିଲାଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି। କେବଳ ଶାରୀରିକ ପ୍ରଶିକ୍ଷଣ ନୁହେଁ, ଲିଖିତ ପରୀକ୍ଷା ପାଇଁ ପ୍ରଶିକ୍ଷଣ ଦିଆଯାଉଛି। ଆର୍ମିରେ ଯୋଗ ଦେବା ଲାଗି ଆଶାୟୀଙ୍କୁ ପୂର୍ଣ୍ଣ ପ୍ରସ୍ତୁତି ଉଦ୍ଦେଶ୍ୟରେ ପ୍ରତିବର୍ଷ ଛାୟା ନିଯୁକ୍ତି ବା ମକ୍ ରିକ୍ରୁଟ୍‌ମେଣ୍ଟର ଶିବିର କରାଯାଉଛି।

ଗାଁର କେହି ବି ବେକାର ନ ରୁହନ୍ତୁ। ପ୍ରତି ଘରୁ ବାହାରନ୍ତୁ ସୈନିକ ଏଇ ଲକ୍ଷ୍ୟରେ ଆଗକୁ ବଢୁଥିବା ଜ୍ୟୋତିର୍ମୟ ଏବଂ ତାଙ୍କ ସହ ସାମିଲ ହୋଇଥିବା ସବୁ ସେନା କର୍ମଚାରୀଙ୍କ ଏ ଉଦ୍ୟମ ସତରେ ପ୍ରଶଂସନୀୟ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ