Advertisment

ଟ୍ୱିନ ସିଟିରେ କରୋନା ଆକ୍ରାନ୍ତଙ୍କୁ ମାଗଣାରେ ଖାଦ୍ୟ ଯୋଗାଇବ ଓଟିଭି

ଭୁବନେଶ୍ୱର: କରୋନା ଏବେ ସାରା ଦେଶରେ ନିଜର କରାଳ ରୂପ ଦେଖାଉଛି। ମହାମାରୀର ଦ୍ୱିତୀୟ ଲହରରେ ପ୍ରତିଦିନ ଲକ୍ଷାଧିକ ଲୋକ ସଂକ୍ରମିତ ହେଉଛନ୍ତି। କୋଭିଡ୍ ୧୯ର ଏହି ପ୍ରକୋପରୁ ଓଡ଼ିଶା ମଧ୍ୟ ବାଦ୍ ପଡିନାହିଁ। ରାଜ୍ୟର ବିଭିନ୍ନ ହସ୍ପିଟାଲରେ ବହୁ ସଂଖ୍ୟାରେ…

ଅଦ୍ୟତନ ହୋଇଛି
ଟ୍ୱିନ ସିଟିରେ କରୋନା ଆକ୍ରାନ୍ତଙ୍କୁ ମାଗଣାରେ ଖାଦ୍ୟ ଯୋଗାଇବ ଓଟିଭି

otv-cares

Advertisment

ଭୁବନେଶ୍ୱର: କରୋନା ଏବେ ସାରା ଦେଶରେ ନିଜର କରାଳ ରୂପ ଦେଖାଉଛି। ମହାମାରୀର ଦ୍ୱିତୀୟ ଲହରରେ ପ୍ରତିଦିନ ଲକ୍ଷାଧିକ ଲୋକ ସଂକ୍ରମିତ ହେଉଛନ୍ତି। କୋଭିଡ୍ ୧୯ର ଏହି ପ୍ରକୋପରୁ ଓଡ଼ିଶା ମଧ୍ୟ ବାଦ୍ ପଡିନାହିଁ। ରାଜ୍ୟର ବିଭିନ୍ନ ହସ୍ପିଟାଲରେ ବହୁ ସଂଖ୍ୟାରେ କରୋନା ରୋଗୀ ଚିକିତ୍ସିତ ହେଉଛନ୍ତି। ସ୍ୱଳ୍ପ ଲକ୍ଷଣ ଥିବା ସଂକ୍ରମିତମାନେ ଘରେ କ୍ୱାରେଣ୍ଟିନରେ ରହୁଛନ୍ତି। ଗୋଟିଏ ଗୋଟିଏ ପରିବାରର ସମସ୍ତ ସଦସ୍ୟ କରୋନାରେ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳୁଛି। ଏଭଳି ସ୍ଥିତିରେ ସେମାନଙ୍କ ପାଇଁ ଖାଦ୍ୟ ଯୋଗାଡ କଷ୍ଟକର ହୋଇପଡୁଛି। କିଛି ବ୍ୟକ୍ତିବିଶେଷ ଓ ସଂଗଠନ ଆଗେଇ ଆସି ସେମାନଙ୍କୁ ମାଗଣା ଖାଦ୍ୟ ଯୋଗାଉଛନ୍ତି।

Advertisment

ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ଅଗ୍ରଣୀ ମିଡିଆ ହାଉସ୍ ଓଟିଭି ପକ୍ଷରୁ ଭୁବନେଶ୍ୱର ଓ କଟକରେ କରୋନା ଆକ୍ରାନ୍ତଙ୍କୁ ମାଗଣାରେ ଖାଦ୍ୟ ଯୋଗାଇବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ଆମେ ଆରମ୍ଭ କରିବାକୁ ଯାଉଛୁ ଓଟିଭି କେୟାର୍ସ, ଆପଣ ଏକା ନୁହଁନ୍ତି। ଆସନ୍ତାକାଲିଠାରୁ ଆମେ ଏକ ମାସ ପର୍ଯ୍ୟନ୍ତ ଟୁଇନ୍ ସିଟିର କୋଭିଡ୍ ରୋଗୀଙ୍କ ପାଇଁ ଦେୟମୁକ୍ତ ଆହାର ଯୋଗାଇବୁ।

" frameborder="0" allow="accelerometer; autoplay; clipboard-write; encrypted-media; gyroscope; picture-in-picture" allowfullscreen>

Advertisment

ଏହି କାର୍ଯ୍ୟରେ ଆମକୁ ସହଯୋଗ କରିବେ ୩ଟି ସ୍ୱେଚ୍ଛାସେବୀ ସଂଗଠନ। କଟକର ସ୍ୱପ୍ନ ଫାଉଣ୍ଡେସନ୍, ଭୁବନେଶ୍ୱରର CRKNK ଏବଂ ଆଶାକିରଣ ଏହି ସଂଗଠନଗୁଡିକୁ ଆପଣ ଫୋନ କିମ୍ବା ହ୍ୱାଟ୍ସସ୍ଅପ୍ କଲେ ଆମର ଟିମ୍ ଆପଣଙ୍କ ଘର ଦ୍ୱାରରେ ହାଇଜିନିକ ରନ୍ଧା ଖାଦ୍ୟ ପହଞ୍ଚାଇବ।

  • କଟକ ସ୍ୱପ୍ନ ଫାଉଣ୍ଡେସନର ଫୋନ୍ ନମ୍ବର ହେଉଛି 8270631628, 7978186595
  • ଭୁବନେଶ୍ୱର CRKNK ର ଫୋନ୍ ନମ୍ବର ହେଉଛି 637171161, 9437091948
  • ଆଶାକିରଣର ଫୋନ୍ ନମ୍ବର ହେଉଛି 7847991558, 9040410688
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ