Advertisment

ଅକ୍ଟୋବର ୭ରେ ଅନୁଭବଙ୍କ ପିଟିସନ୍ ଉପରେ ଶୁଣାଣି

ଭୁବନେଶ୍ୱର: ବିଜେଡି ସାଂସଦ ଅନୁଭବ ମହାନ୍ତି ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିରୋଧରେ ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟରେ ଏକ ପିଟିସନ୍ ଦାଖଲ କରିଛନ୍ତି। ଏହି ପିଟିସନର ଶୁଣାଣି ଅକ୍ଟୋବର ୭ ତାରିଖରେ ହେବ। ଅନୁଭବ ଜୁଲାଇ ୧୯ ତାରିଖରେ ନିଜ ପତ୍ନୀଙ୍କ ବିରୋଧରେ ଏହି ପିଟିସନ୍ ଦାଖଲ କରିଛନ୍ତି। ପିଟିସନ୍ ପୂର୍ବରୁ ଅନୁଭବ ଆପୋଷ ଆଲୋଚନା ଦ୍ୱାରା ଅଲଗା ହେବା ପାଇଁ ଚେଷ୍ଟା କରିଥିଲେ। ଅନୁଭବ ଚଳିତ ବର୍ଷ ଜାନୁଆରୀ ଓ ଫେବୃଆରୀରୁ ଏହି ଚେଷ୍ଟା […]

ଅକ୍ଟୋବର ୭ରେ ଅନୁଭବଙ୍କ ପିଟିସନ୍ ଉପରେ ଶୁଣାଣି

anuvab

Advertisment

ଭୁବନେଶ୍ୱର: ବିଜେଡି ସାଂସଦ ଅନୁଭବ ମହାନ୍ତି ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିରୋଧରେ ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟରେ ଏକ ପିଟିସନ୍ ଦାଖଲ କରିଛନ୍ତି। ଏହି ପିଟିସନର ଶୁଣାଣି ଅକ୍ଟୋବର ୭ ତାରିଖରେ ହେବ। ଅନୁଭବ ଜୁଲାଇ ୧୯ ତାରିଖରେ ନିଜ ପତ୍ନୀଙ୍କ ବିରୋଧରେ ଏହି ପିଟିସନ୍ ଦାଖଲ କରିଛନ୍ତି।

Advertisment

ପିଟିସନ୍ ପୂର୍ବରୁ ଅନୁଭବ ଆପୋଷ ଆଲୋଚନା ଦ୍ୱାରା ଅଲଗା ହେବା ପାଇଁ ଚେଷ୍ଟା କରିଥିଲେ। ଅନୁଭବ ଚଳିତ ବର୍ଷ ଜାନୁଆରୀ ଓ ଫେବୃଆରୀରୁ ଏହି ଚେଷ୍ଟା ଚଳାଇଥିଲେ। ଏପରିକି ଅନୁଭବ ବର୍ଷାଙ୍କୁ ମେସେଜ୍ ଓ ଇ-ମେଲ୍‌ ଜରିଆରେ ମଧ୍ୟ ସବୁ ସମସ୍ୟାର ସମାଧାନ କରିବାକୁ ପ୍ରୟାସ କରିଥିଲେ। ତେବେ ବାରମ୍ବାର ଅସଫଳ ହେବାରୁ ଅନୁଭବ ଜୁଲାଇ ୧୯ ତାରିଖରେ ଛାଡ଼ପତ୍ର ଲାଗି ପିଟିସନ୍ ଦାଖଲ କରିଥିଲେ। ଏ ନେଇ ଓଟିଭିକୁ ସୂଚନା ଦେଇଛନ୍ତି ଅନୁଭବଙ୍କ ଓକିଲ୍‌ ଅଶ୍ୱିନୀ ଦୁବେ।

ବାହାଘର ପରେ ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ନଥିଲା। ବର୍ଷା ଅନୁଭବଙ୍କ ପରିବାର ସମ୍ପର୍କ ଭଲ ନରଖିବା ସହ ସେମାନଙ୍କ ପ୍ରତି ରୁକ୍ଷ ବ୍ୟବହାର କରୁଥିବା ଅନୁଭବଙ୍କ ଓକିଲ ଅଶ୍ୱିନୀ କହିଛନ୍ତି।

Advertisment

ସୂଚନାଯୋଗ୍ୟ, ସ୍ୱାମୀ ଅନୁଭବଙ୍କ ବିରୋଧରେ ପତ୍ନୀ ବର୍ଷା କଟକ ଏସଡିଜେଏମ୍ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ପାରିବାରିକ ହିଂସା ନିରୋଧ ଆଇନ ଧାରା-୧୨ ଅନୁଯାୟୀ ମାମଲା ଦାୟର ହୋଇଛି। ପିଲାଛୁଆ ପାଇଁ ବର୍ଷା ଚାହୁଁଥିଲେ ବି ଅନୁଭବ ସର୍ବଦା ଏଡ଼ାଇ ଯାଆନ୍ତି। ରାତି ତମାମ ମଦ ପିଉଥିବାରୁ ଅନୁଭବ ତାଙ୍କ କଥାକୁ ଗୁରୁତ୍ୱ ଦିଅନ୍ତି ନାହିଁ ବୋଲି ବର୍ଷା ଅଭିଯୋଗ ଆଣି ଏହା କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ