Advertisment

New Chief Secretary: ଅନୁ ଗର୍ଗ ନୂଆ ମୁଖ୍ୟ ଶାସନ ସଚିବ ନିଯୁକ୍ତ , ଆସନ୍ତା ୩୧ରେ ସରୁଛି ମନୋଜ ଆହୁଜାଙ୍କ କାର୍ଯ୍ୟକାଳ

ଆସନ୍ତା ୩୧ ତାରିଖରେ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ସରୁଥିବାରୁ ରାଜ୍ୟର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ପଦକୁ ନେଇ ଲାଗି ରହିଥିବା କଳ୍ପନାଜଳ୍ପନାର ଯବନିକା ପଡ଼ିଛି। ୧୯୯୧ ବ୍ୟାଚ୍ ଓଡ଼ିଶା କ୍ୟାଡର ଆଇଏଏସ୍ ଅଫିସର ଅନୁ ଗର୍ଗଙ୍କ ନାଁରେ ମୋହର ବାଜିଛି।

ANU-GARG

ANU-GARG Photograph: (OTV)

Advertisment

ଆସନ୍ତା ୩୧ ତାରିଖରେ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ସରୁଥିବାରୁ ରାଜ୍ୟର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ପଦକୁ ନେଇ ଲାଗି ରହିଥିବା କଳ୍ପନାଜଳ୍ପନାର ଯବନିକା ପଡ଼ିଛି। ୧୯୯୧ ବ୍ୟାଚ୍ ଓଡ଼ିଶା କ୍ୟାଡର ଆଇଏଏସ୍ ଅଫିସର ଅନୁ ଗର୍ଗଙ୍କ ନାଁରେ ମୋହର ବାଜିଛି। ରାଜ୍ୟର ନୂଆ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ନିଯୁକ୍ତି ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ହୋଇଛି ବିଜ୍ଞପ୍ତି। ୨୦୨୯ ମାର୍ଚ୍ଚ ଯାଏଁ ତାଙ୍କର କାର୍ଯ୍ୟକାଳ ରହିବ। ଏବେ ଉନ୍ନୟନ କମିଶନର ସହ ଜଳ ସମ୍ପଦ ଏବଂ ଯୋଜନା ଓ ସଂଯୋଜନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ଅଛନ୍ତି ଅନୁ ଗର୍ଗ। ୧୯୯୨ରୁ ୨୦୦୩ ଯାଏଁ ବିଭିନ୍ନ ସବଡିଭିଜନର ଉପଜିଲ୍ଲାପାଳ, ଜିଲ୍ଲାର ଏଡିଏମ୍ ଓ ଜିଲ୍ଲାପାଳ ଭାବରେ କାମ କରିଥିଲେ। ପ୍ରଥମେ ଝାରସୁଗୁଡ଼ା ଓ ପରେ କଳାହାଣ୍ଡି ଉପଜିଲ୍ଲାପାଳ ଭାବେ ଦାୟିତ୍ବ ନେଇଥିଲେ। ୧୯୯୬ ଅକ୍ଟୋବରରେ ବରଗଡ଼ ଜିଲ୍ଲାପାଳ ଏବଂ ପରେ ପରେ ସମ୍ବଲପୁର ଜିଲ୍ଲାପାଳ ବି ରହିଥିଲେ। ଏହାପରେ ୨୦୦୮ରୁ ୨୦୧୨ ଯାଏଁ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର, ଶ୍ରମ, ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରିନ୍ସିପାଲ ସେକ୍ରେଟାରୀ ରହିବା ସହ ଡେପୁଟେସନରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରାଳୟରେ ବି କାମ କରିଛନ୍ତି ଅନୁ। କେନ୍ଦ୍ରର ଏକାଧିକ ମନ୍ତ୍ରାଳୟରେ ଯୁଗ୍ମ ସଚିବ ସହ ପିଏମଓରେ ବି  ଜଏଣ୍ଟ ସେକ୍ରେଟାରୀ ଥିଲେ। ୧୯୯୧ ବ୍ୟାଚର ଉତ୍ତରପ୍ରଦେଶ ବାସିନ୍ଦା ଅନୁ ଗର୍ଗ ଲକ୍ଷ୍ନୌ ବିଶ୍ବବିଦ୍ୟାଳୟରୁ ସୋସିଓଲୋଜିରେ ଏବଂ ୨୦୦୭ରେ ଆମେରିକାର ଜନ୍ ହପକିନ୍ସ ୟୁନିଭର୍ସିଟିରୁ ବି ପବ୍ଲିକ ହେଲଥରେ ପିଜି କରିଛନ୍ତି। ...

Advertisment

ମୁଖ୍ୟ ଶାସନ ସଚିବ ଭାବରେ ଅନୁ ଗର୍ଗଙ୍କ ଆଗରେ ରହିବ ଅନେକ ଚାଲେଞ୍ଜ। ଆଗକୁ ଆସୁଛି ପଞ୍ଚାୟତ ଓ ପୌର ନିର୍ବାଚନ। ଦୁର୍ନୀତିକୁ ନେଇ ସରକାରଙ୍କ ଜିରୋ ଟଲରାନସ କଥା ବାରମ୍ବାର ମୁଖ୍ୟମନ୍ତ୍ରୀ କହୁଥିବାବେଳେ ପ୍ରଶାସନିକ କ୍ଷେତ୍ରରେ ଏଯାଏଁ ତାହା ପ୍ରତିଫଳିତ ହୋଇ ପାରିନି। ଯେଉଁଥି ପାଇଁ ଦୁଇ ଦୁଇ ଥର ଜିଲ୍ଲାପାଳ ଏବଂ ଏସପି ସମ୍ମିଳନୀରେ ବି ଏନେଇ ଅସନ୍ତୋଷ ପ୍ରକାଶ କରିଥିଲେ ମୁଖ୍ୟମନ୍ତ୍ରୀ। ତେଣୁ ନୂଆ ମୁଖ୍ୟ ଶାସନ ସଚିବ ଭାବେ ଅନୁ ଗର୍ଗଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭିଜନର ସଠିକ୍ କ୍ରିୟାନ୍ବୟନ ବି ଏକ ଚ୍ୟାଲେଞ୍ଜ ରହିବ।

ଓଡ଼ିଶା ଇତିହାସରେ ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ହୋଇଛନ୍ତି ଅନୁ ଗର୍ଗ। ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ଥିବା ବେଳେ ଓଡିଶାର ପ୍ରଶାସନିକ ଭାର ଜଣେ ମହିଳାଙ୍କ ହାତରେ ଦେଇ ମହିଳା ସଶକ୍ତିକରଣ ବାର୍ତ୍ତା ଦେଇଛନ୍ତି ସରକାର।... 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ