Advertisment

Another Cyclone in 12 Hours: ଆସୁଛି ଦିତ୍ବା! ଓଡିଶାରେ ପଡିବ କେତେ ପ୍ରଭାବ

୧୨ ଘଣ୍ଟାରେ ପୁଣି ଏକ ବାତ୍ୟା! କୁଆଡେ ମୁହାଁଇବ? କ'ଣ ରହିବ ଗତିପଥ? ଓଡ଼ିଶାରେ ପଡିବ କେତେ ପ୍ରଭାବ? ମୋନ୍ଥା ଭଳି ମାଡ଼ ହେବ କି ଆନ୍ଧ୍ରରେ? ବଙ୍ଗୋପସାଗରରେ ଭୟ ବଢାଉଛି ସମ୍ଭାବ୍ୟ ବାତ୍ୟା ।

Cyclone

Cyclone Photograph: (OTV)

Advertisment

୧୨ ଘଣ୍ଟାରେ ପୁଣି ଏକ ବାତ୍ୟା! କୁଆଡେ ମୁହାଁଇବ? କ'ଣ ରହିବ ଗତିପଥ? ଓଡ଼ିଶାରେ ପଡିବ କେତେ ପ୍ରଭାବ? ମୋନ୍ଥା ଭଳି ମାଡ଼ ହେବ କି ଆନ୍ଧ୍ରରେ ? ବଙ୍ଗୋପସାଗରରେ ଭୟ ବଢାଉଛି ସମ୍ଭାବ୍ୟ ବାତ୍ୟା। ଏହି ବାତ୍ୟାର ନାଁ ଦିତ୍ବା ରଖା ଯାଇଛି।

Advertisment

ଅଧିକ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇସାରିଛି ଅବପାତ । ଏହା ଏବେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଦକ୍ଷିଣପୂର୍ବ ଶ୍ରୀଲଙ୍କା ପାର୍ଶ୍ଵବର୍ତ୍ତୀ ଭାରତ ମହାସାଗର ଅଞ୍ଚଳରେ କେନ୍ଦ୍ରୀଭୂତ ଅଛି । ଏହି ଗଭୀର ଅବପାତ ଆହୁରି ଘନୀଭୂତ ହେବ । ଉତ୍ତର ପଶ୍ଚିମ ଉତ୍ତରକୁ ଗତି କରିବ ଏବଂ ଆହୁରି ବଳ ଗୋଟାଇ ଆଗାମୀ ୧୨ ଘଣ୍ଟାରେ ନେଇପାରେ ବାତ୍ୟା ରୂପ । ହେଲେ କଣ ରହିବ ବାତ୍ୟାର ଗତିପଥ ସେନେଇ କରାଯାଇନି କୌଣସି ଆକଳନ । ତଥାପି କୁହାଯାଇପାରେ କି ଓଡ଼ିଶାକୁ ନାହିଁ ବାତ୍ୟା ବିପଦ ।

ଓଡିଶା ଉପରେ ବିଶେଷ ପ୍ରଭାବ ପଡିନପାରେ । ଏହି ଶୀତକାଳୀନ ବାତ୍ୟା ଉତ୍ତର ତାମିଲନାଡୁ, ପୁଡୁଚେରୀ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଆଡକୁ ମୁହାଁଇବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ୩୦ ତାରିଖ ବଳକୁ ଏହା ଉପକୂଳ ଅତିକ୍ରମ କରିବାର ରହିଛି ସମ୍ଭାବନା । ହେଲେ ଓଡିଶାରେ ଏହାର କେତେ ପ୍ରଭାବ ପଡିବ, ବର୍ଷା ହେବ କି ନାହିଁ ସେନେଇ କିଛି ପୂର୍ବାନୁମାନ କରାଯାଇ ନାହିଁ ।

Advertisment

ବାତ୍ୟାକୁ ନେଇ ଆତଙ୍କିତ ଥିଲେ ଚାଷୀକୂଳ । ଧାନ ଅମଳ ସମୟ ହୋଇଥିବାରୁ ବର୍ଷା ପବନ ନେଇ ଚିନ୍ତିତ ହୋଇପଡିଥିଲେ । ହେଲେ ବାତ୍ୟାର ପ୍ରଭାବ ଓଡିଶା ଉପରେ ପଡିବ ନାହିଁ ବୋଲି ଜଣାପଡିଛି । ୩୦ ତାରିଖ ପରେ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । କିନ୍ତୁ ପାଣିପାଗ ବିଭାଗ ପକ୍ଷରୁ ଏ ଯାଏଁ ବାତ୍ୟାର ପ୍ରଭାବ ନେଇ କିଛି ସ୍ପଷ୍ଟ ହୋଇନି ।

Cyclone
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ