ndrf
ଭୁବନେଶ୍ଵର : ବାତ୍ୟା ମୁକାବିଲା ପାଇଁ ଓଡ଼ିଶାକୁ ଆସିବ ଆଉ ୧୦ NDRF ଟିମ୍। ସୂଚନା ଦେଲେ NDRF ଡିଜି ସତ୍ୟନାରାୟଣ ପ୍ରଧାନ। ପୂର୍ବରୁ ଓଡ଼ିଶାକୁ ୨୨ଟି ଟିମ୍ ଯାଇଥିବା ବେଳେ SRC ଆଉ ୧୦ ଟିମ୍ ମାଗିଛନ୍ତି। ଆଜି ସନ୍ଧ୍ୟା କିମ୍ବା ରାତି ସୁଦ୍ଧା ଏୟାର ଲିଫ୍ଟ କରି ଟିମ୍ ପହଞ୍ଚାଯିବ ବୋଲି ସେ କହିଛନ୍ତି।.
ଅନ୍ୟପଟେ ବାତ୍ୟା ପାଇଁ ସମସ୍ତ ଅଧିକାରୀଙ୍କ ଛୁଟି ବାତିଲ ହୋଇଛି। କେହି ହେଡକ୍ୱାର୍ଟର ଛାଡ଼ି ଯାଇପାରିବେନି ବୋଲି ନିର୍ଦ୍ଦେଶ ଦେଇଛି ଜଳସମ୍ପଦ ବିଭାଗ। ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ଏହି ସୂଚନା ଦେଇଛନ୍ତି। ପ୍ରଭାବିତ ହେବାକୁ ଥିବା ୧୦ ଜିଲ୍ଲାକୁ ସଜାଗ ରହିବା ପାଇଁ କୁହାଯାଇଛି। ସ୍ୱତନ୍ତ୍ର ଟିମ ଗଠନ ହୋଇଛି ଏବଂ ଜିଲ୍ଲା ପ୍ରଶାସନ ସହ ମିଶି କାମ କରାଯିବ ବୋଲି ସେ କହିଛନ୍ତି। ଏହାସହ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯାଇଛି, ସମସ୍ତେ ଯୋଗାଯୋଗରେ ଅଛନ୍ତି ବୋଲି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ସୂଚନା ଦେଇଛନ୍ତି। ପୂର୍ବରୁ ଅନେକ ବାତ୍ୟାର ଅନୁଭୂତି ରହିଛି। ଏହି ଅନୁଭୂତିକୁ ପାଥେୟ କରି ବାତ୍ୟା ୟାସର ମୁକାବିଲା କରାଯିବ ବୋଲି ବିଭାଗ କହିଛି।
ସେପଟେ ବାତ୍ୟା ୟାସ ପାଇଁ ଉପକୂଳବର୍ତୀ ଜିଲ୍ଲାଗୁଡିକରେ ହାଇଆଲର୍ଟ ଥିବାବେଳେ ମୁକାବିଲା ପାଇଁ ନୀଳଗିରି ପ୍ରସାଶନ ବି ବେଶ ସଜାଗ ରହିଛି। ଗତକାଲି ଉପଜିଲ୍ଲାପାଳ ସମସ୍ତ ଅଧିକାରୀଙ୍କୁ ନେଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି । ଏବେ ସୁଦ୍ଧା ତହସିଲ କାର୍ଯ୍ୟାଳୟରେ ପଲିଥିନ ବୋଝେଇ ଏକ ଟ୍ରକ ପହଂଚସାରିଛି । କଚା ଘର ଲୋକଙ୍କୁ ସହାୟତା ପାଇଁ ପଲିଥିନ ମହଜୁଦ ରଖାଯାଉଛି। ଏହାସହ ବ୍ଲକକୁ ଚୂଡ଼ା ଗୁଡ଼ ଆସିବାର କାର୍ଯ୍ୟକ୍ରମ ବି ଅଛି ।
ତେବେ ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟରେ ବାତ୍ୟା ଲ୍ୟାଣ୍ଡଫଲ କରିବ ବୋଲି ସୂଚନା ରହିଛି । ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଅବପାତରେ ପରିଣତ ହୋଇଛି। କାଲି ସକାଳ ସୁଦ୍ଧା ବାତ୍ୟାରେ ପରିଣତ ହୋଇପାରେ ବୋଲି ପୂର୍ବାନୁମାନ କଲା ପାଣିପାଗ ବିଭାଗ। ୨୬ ସନ୍ଧ୍ୟାରେ ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ ହେବ ବୋଲି କହିଲେ ଆଇଏମଡ଼ି ଡିଜି। ଲ୍ୟାଣ୍ଡଫଲ ବେଳେ ପବନର ବେଗ ୧୫୫ରୁ ୧୬୫ କିମି ରହିବ। ଏହାସହ ବେଳେ ବେଳେ ଝଟକା ପବନର ବେଗ ୧୮୫ କିମି ଛୁଇଁବ ବୋଲି ସୂଚନା ମିଳିଛି।
ତେବେ ବାତ୍ୟା ୟାସ ପାଇଁ ୪ଟି ଜିଲ୍ଲା ସବୁଠାରୁ ବେଶି ପ୍ରଭାବିତ ହେବ ବୋଲି କୁହାଯାଇଛି। ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ବେଶି ପ୍ରଭାବିତ ହେବ। ଯାଜପୁର, କଟକ, ମୟୂରଭଞ୍ଜରେ ବି ବାତ୍ୟାର ପ୍ରଭାବ ରହିବ। ଲ୍ୟାଣ୍ଡଫଲ ପୂର୍ବ ଓ ପର ୬ ଘଣ୍ଟାରେ ବାତ୍ୟାର ବେଶି ପ୍ରଭାବ ପଡ଼ିବ ବୋଲି ସୂଚନା ମିଳିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/ndrf_1626259793.jpg)