Advertisment

Angry Odisha Farmers: ସରୁନି ମଣ୍ଡି ସମସ୍ୟା, ତୁଟୁନି ଟୋକନ୍ ଟେନସନ୍ ...ଧାନ ଚାଷୀଙ୍କୁ ମଣ୍ଡି ଯନ୍ତ୍ରଣାରୁ ମୁକ୍ତି କେବେ ?

ଧାନ କିଣାରେ ଚରମ ଅବ୍ୟବସ୍ଥା ପରେ ଚାଷୀଙ୍କ ସହିବାର ସବୁ ସୀମା ଟପିଲାଣି। ଧୈର୍ଯ୍ୟ ବନ୍ଧବାଡ଼ ଭାଙ୍ଗିଲାଣି, ଭିତରେ କୁହୁଳୁଥିବା ଅସନ୍ତୋଷର ନିଆଁ ବାହାରକୁ ଆସିଲାଣି।

PADDY-SALES

PADDY-SALES Photograph: (OTV)

Advertisment

ଧାନ କିଣାରେ ଚରମ ଅବ୍ୟବସ୍ଥା ପରେ ଚାଷୀଙ୍କ ସହିବାର ସବୁ ସୀମା ଟପିଲାଣି। ଧୈର୍ଯ୍ୟ ବନ୍ଧବାଡ଼ ଭାଙ୍ଗିଲାଣି, ଭିତରେ କୁହୁଳୁଥିବା ଅସନ୍ତୋଷର ନିଆଁ ବାହାରକୁ ଆସିଲାଣି। ଖରିଫ ଧାନ ବିକିବାକୁ ନେଇ ମଣ୍ଡି ଓ ଟୋକନ୍ ସମସ୍ୟାରେ ଘାଣ୍ଟି ସନ୍ତୁଳି ହେବା ପରେ ଏଭଳି ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି ସୁବର୍ଣ୍ଣପୁର ଜିଲ୍ଲାର ଚାଷୀ। ଧାନ କିଲୋକୁ ୧୦ ଟଙ୍କାରେ ନିଅ କହି ରାଜରାସ୍ତାରେ ଗର୍ଜିଛନ୍ତି। ଅସନ୍ତୁଷ୍ଟ ଚାଷୀ ସୋନପୁର ସଂସାମୁରା-ପଣ୍ଡକିଟାଲ ଓ ଡୁଙ୍ଗୁରିପାଲି ବ୍ଲକ ସାରସମାଲ ମଣ୍ଡି ଆଗରେ ରାସ୍ତାରୋକ ବି କରିଛନ୍ତି।  ଅଭିଯୋଗ କରିଛନ୍ତି, ୯ ତାରିଖରୁ ଜିଲ୍ଲାରେ ମଣ୍ଡି ଖୋଲିଥିଲେ ବି ଧାନ ବିକିବାରେ ହିନସ୍ତା ଭୋଗୁଛନ୍ତି। ବାଧ୍ୟ ହୋଇ ଅଦର ଦରରେ ଧାନ ବିକୁଛନ୍ତି। ...

Advertisment



କେଉଁଠି ମଣ୍ଡି ଖୋଲୁନି ତ କେଉଁଠି ଟୋକନ୍ ମିଳୁନି। ଖରିଫ୍ ଧାନ କିଣାରେ ଅବ୍ୟବସ୍ଥାକୁ ନେଇ ପଶ୍ଚିମ ଓଡ଼ିଶାରେ ଅସନ୍ତୋଷର ନିଆଁ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ବ୍ୟାପୁଛି। ଗତକାଲି ସମ୍ବଲପୁରରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଥିଲା। ଆଜି ସୋନପୁର ସମେତ ବଲାଙ୍ଗିର ଜିଲ୍ଲାରେ ବି ଦେଖିବାକୁ ମିଳିଛି ଚାଷୀଙ୍କ ଆକ୍ରୋଶ। ଜିଲ୍ଲା କୃଷକ ସଂଘ ପକ୍ଷରୁ ବଲାଙ୍ଗିର ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଦିଆଯାଇଥିଲା। ... 

କାହିଁକି ପ୍ରତିବର୍ଷ ଅମଳ ପରେ ଏଭଳି ହଟହଟା ହେଉଛନ୍ତି ଚାଷୀ ? କାହିଁକି ମଣ୍ଡି ଓ ଟୋକନ୍ ସମସ୍ୟା ଦୂର ହେଉନି ? ବିଶେଷଜ୍ଞଙ୍କ ମତରେ, ଚାଷୀ ଅନ୍ୟ ଶସ୍ୟ ତୁଳନାରେ ଅଧିକ ଧାନ ଚାଷ କରୁଛନ୍ତି। ଏମଏସପି ବୃଦ୍ଧି ସହ ସରକାର ବୋନସ୍ ଦେବା ପରେ ଧାନ ଚାଷ ପ୍ରତି ଅଧିକ ମନ ବଳାଉଛନ୍ତି। ସେହିପରି ଶୀତଳ ଭଣ୍ଡାର ଅଭାବ ଯୋଗୁ ଆଳୁ, ପିଆଜ ଭଳି ଫସଲରୁ ବି ମୁହଁ ଫେରାଇ ଆଣଉଛନ୍ତି ଚାଷୀ। ଅନ୍ୟପଟେ ଗତାନୁଗତିକ ମଣ୍ଡି ଅବ୍ୟବସ୍ଥା ପାଇଁ ବ୍ୟବସ୍ଥାଗତ ସମସ୍ୟା ଓ ରାଜନୈତିକ ଇଚ୍ଛାଶକ୍ତିର ଅଭାବକୁ ଦାୟୀ କରିଛନ୍ତି ଚାଷୀ ନେତା। ପ୍ରଚଳିତ ନୀତି ଓ ବ୍ୟବସ୍ଥାରେ ଆମୂଳଚୂଳ ପରବର୍ତ୍ତନର ଆବଶ୍ୟକତା ରହିଛି ବୋଲି କହିଛନ୍ତି। ... 

ଶୀଘ୍ର ସମସ୍ୟାର ସମାଧାନ ନହେଲେ ଆଗକୁ ଅଭାବୀ ବିକ୍ରି ସହ ସ୍ଥିତି ଆହୁରି ଉଦବେଗଜନକ ହୋଇପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ