Advertisment

ରାତି ପାହିଲେ କୋଟିଆରେ ଆନ୍ଧ୍ର କରିବ ନିର୍ବାଚନ, କୋର୍ଟ ଦେଲେ ଅନୁମତି

ଜୟପୁର: ସୁଧୁରୁନି ଆନ୍ଧ୍ର ପ୍ରଦେଶ। ଓଡ଼ିଶା ସୀମାରେ ଜୋର ଜବରଦସ୍ତ ନିର୍ବଚନ କରିବା ଲକ୍ଷ୍ୟରେ ରହିଛି ଆନ୍ଧ୍ର। କୋର୍ଟଙ୍କ ନିର୍ଦ୍ଦେଶ ପରେ ପୁଣି ନିର୍ବାଚନ କରିବାକୁ ସଜବାଜ ହେଲାଣି ଆନ୍ଧ୍ର ପ୍ରଦେଶ । ମିଳିଥିବା ସୂଚନା ଅନୁଯାୟୀ ରାତି ପାହିଲେ ଅର୍ଥାତ ଗୁରୁବାର ସକାଳୁ କୋଟିଆରେ ‍ଆନ୍ଧ୍ର କରାଇପାରେ ନିର୍ବାଚନ। ମଙ୍ଗଳବାର ଆନ୍ଧ୍ରପ୍ରଦେଶ ହାଇର୍କୋଟଙ୍କ ଜଣିକିଆ ଖଣ୍ଡପୀଠ ନିର୍ବାଚନକୁ ସ୍ଥଗିତ ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ହେଲେ ବୁଧବାର ସନ୍ଧ୍ୟାରେ ସେହି ହାଇକୋର୍ଟଙ୍କ ତିନି ଜଣିଆ ଖଣ୍ଡପୀଠ […]

ରାତି ପାହିଲେ କୋଟିଆରେ ଆନ୍ଧ୍ର କରିବ ନିର୍ବାଚନ, କୋର୍ଟ ଦେଲେ ଅନୁମତି

kotia

Advertisment

ଜୟପୁର: ସୁଧୁରୁନି ଆନ୍ଧ୍ର ପ୍ରଦେଶ। ଓଡ଼ିଶା ସୀମାରେ ଜୋର ଜବରଦସ୍ତ ନିର୍ବଚନ କରିବା ଲକ୍ଷ୍ୟରେ ରହିଛି ଆନ୍ଧ୍ର। କୋର୍ଟଙ୍କ ନିର୍ଦ୍ଦେଶ ପରେ ପୁଣି ନିର୍ବାଚନ କରିବାକୁ ସଜବାଜ ହେଲାଣି ଆନ୍ଧ୍ର ପ୍ରଦେଶ । ମିଳିଥିବା ସୂଚନା ଅନୁଯାୟୀ ରାତି ପାହିଲେ ଅର୍ଥାତ ଗୁରୁବାର ସକାଳୁ କୋଟିଆରେ ‍ଆନ୍ଧ୍ର କରାଇପାରେ ନିର୍ବାଚନ। ମଙ୍ଗଳବାର ଆନ୍ଧ୍ରପ୍ରଦେଶ ହାଇର୍କୋଟଙ୍କ ଜଣିକିଆ ଖଣ୍ଡପୀଠ ନିର୍ବାଚନକୁ ସ୍ଥଗିତ ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ହେଲେ ବୁଧବାର ସନ୍ଧ୍ୟାରେ ସେହି ହାଇକୋର୍ଟଙ୍କ ତିନି ଜଣିଆ ଖଣ୍ଡପୀଠ ନିର୍ବାଚନ କରିବାକୁ ଆନ୍ଧ୍ର ସରକାରଙ୍କୁ ଅନୁମତି ପ୍ରଦାନ କରିଛନ୍ତି।

Advertisment

ତେବେ ସବୁଠାରୁ ବଡ଼ କଥା ହେଲା ହାଇକୋର୍ଟଙ୍କ ତିନି ଜଣିଆ ଖଣ୍ଡପୀଠ ଗୁରୁବାର ଭୋଟ ଗ୍ରହଣ କରିବା ପାଇଁ ଅନୁମତି ଦେଇଛନ୍ତି। ହେଲେ ଗଣତି କରିବା ପାଇଁ ଅନୁମତି ଦେଇନାହାନ୍ତି। କୋର୍ଟଙ୍କ କହିବାନୁଯାୟୀ ଆସନ୍ତା ୧୦ ତାରିଖରେ ହେବାକୁ ଥିବା ଗଣତି ବାତିଲ କରାଯାଉଛି। ପରବର୍ତ୍ତୀ ଶୁଣାଣି ନ ସରିବା ପର୍ଯ୍ୟନ୍ତ ଭୋଟ ଗଣତି କରାଯିବ ନାହିଁ।

ତେବେ ହାଇକୋର୍ଟଙ୍କ ଅନୁମତି ପରେ ଏବେ ଆନ୍ଧ୍ର ସରକାର ନିର୍ବାଚନ କରିବାକୁ ପ୍ରସ୍ତୁତି ଆରମ୍ଭ କରିସାରିଲେଣି। କୋଟିଆର ୨୨ଟି ଗାଁରେ ୧୪୪ ଧାରା ଜାରି କରାଯାଇଛି। ଆଜି ସନ୍ଧ୍ୟା ୫ଟାରୁ କାଲି ସନ୍ଧ୍ୟା ୬ଟା ଯାଏଁ ୧୪୪ ଧାରା ଜାରି ହୋଇଛି। ୨୨ଟି ଗାଁରେ ମାଜିଷ୍ଟ୍ରେଟ କ୍ଷମତା ନେଇ ୨୨ ଜଣ ଅଫିସର ରହିବେ। ଅଫିସରମାନଙ୍କ ସହ ୨୨ ଗାଁରେ ବ୍ୟାପକ ପୋଲିସ ମୁତୟନ କରାଯିବ। ଆସନ୍ତାକାଲି ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ ଦୃଷ୍ଟିରୁ ୧୪୪ ଧାରା ଜାରି କରାଯାଇଛି। ଓଡ଼ିଶାର ସୀମାନ୍ତ ଗାଁରେ ପଞ୍ଚାୟତ ନିର୍ବାଚନ କରିବାକୁ ଆନ୍ଧ୍ର ଚେଷ୍ଟା କରୁଛି।

Advertisment
Kotia Kotia Grampanchayat Election Kotia Row
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ