Advertisment

Ancient Temples Found on Chitrakoot Hill: ପାହାଡ ଉପରେ ଠାବ ହେଲା ଦେଢ ଶହ ବର୍ଷର ମନ୍ଦିର, ହଜାର ଫୁଟ ଉପରେ ଜଳାଶୟ

୧୮୮୦ ମସିହାରେ ନିର୍ମିତ ଦୁଇଟି ମନ୍ଦିର ସହିତ ଗୁମ୍ଫାର ସନ୍ଧାନ ମିଳିଛି । ପ୍ରାୟ ଏକ ହଜାର ଫୁଟରୁ ଅଧିକ ଉଚତା ପାହାଡ ଉପରେ ରହିଛି ଜଳାଶୟ। ଚିତ୍ରକୂଟ ପାହାଡ ଉପରେ ଥିବା ଏହି ମନ୍ଦିର ଏବଂ ଜଳାଶୟକୁ ସ୍ଥାନୀୟ ଲୋକେ ଠାବ କରିବା ପରେ ଉକ୍ତ ସ୍ଥାନରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି ।

Ancient Temples Found on Chitrakoot Hill

ପାହାଡ ଉପରେ ଠାବ ହେଲା ଦେଢ ଶହ ବର୍ଷର ମନ୍ଦିର Photograph: (OTV)

Advertisment

କିମ୍ବଦନ୍ତି ଭରା ଚିତ୍ରକୂଟ ପାହାଡ। କୁହାଯାଏ ଏକଦା ପ୍ରଭୂ ରାମଚନ୍ଦ୍ର,  ମାତା ସୀତା ଏବଂ ଭାଇ ଲକ୍ଷ୍ମଣ ଏହି ପାହାଡରେ ଅବସ୍ଥାନ କରିଥିଲେ। ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ବ୍ଲକ ନିରାକାରପୁର ନିକଟରେ ଥିବା ଏହି ଘଞ୍ଚ ଜଙ୍ଗଲ ଭରା ଚିତ୍ରକୂଟ ପାହାଡରେ ଠାବ ହୋଇଛି ଦୁଇଟି ପୁରାତନ ମନ୍ଦିର। ପଥରର ଖୋଲ ଭିତରେ ନିର୍ମାଣ ହୋଇଥିବା ଏହି ମନ୍ଦିର ଦୁଇଟି ୧୮୮୦ ମସିହାର ବୋଲି ଅନୁମାନ କରାଯାଉଛି। 

Advertisment

ଏହି ସ୍ଥାନକୁ ଯିବା ପାଇଁ କୌଣସି ରାସ୍ତା ନାହିଁ। ତେବେ ମନ୍ଦିର ପଛ ପଟେ ଗୋଟିଏ ଗୁମ୍ଫା ଥିବାରୁ ଏଠାରେ ସାଧୁ ସନ୍ଥ ମାନେ ରହୁଥିବା ଅନୁମାନ କରାଯାଏ। ତେବେ ଦୁଇ ମନ୍ଦିର ଭିତରେ କୌଣସି ଦେବଦେବୀଙ୍କ ପ୍ରତିମୂର୍ତ୍ତି ନଥିଲେ ମଧ୍ୟ ପ୍ରଭୂ ରାମ,  ଲକ୍ଷ୍ମଣ,  ସୀତା ଏବଂ ହନୁମାନଙ୍କର ପୂଜା ହେଉଥିବା ସ୍ଥାନୀୟ ଲୋକେ କହିଛନ୍ତି।

ଠାବ ହୋଇଥିବା ଏହି ମନ୍ଦିର ନିକଟରେ ଗୋଟିଏ କଳା ମୁଗୁନି ପଥରରେ ନିର୍ମିତ ଜଳାଶୟ ରହିଛି। ପ୍ରାୟ ଏକ ହଜାର ଫୁଟରୁ ଅଧିକ ଉଚ୍ଚର ପାହାଡ ଉପରେ ଏହି ଜଳାଶୟରେ ରହିଛି ପ୍ରାୟ ୬ ଫୁଟରୁ ଅଧିକ ପାଣି। ଆଖ ପାଖ ଅଞ୍ଚଳର କୂଅ ପୋଖରୀରେ ପାଣି ବିଶେଷ ରହୁ ନ ଥିବା ବେଳେ ପାହାଡ ଉପରେ ଥିବା ପଥର ଖୋଲରେ ପାଣି ରହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। 

Advertisment

ତେବେ ସ୍ଥାନୀୟ ଲୋକଙ୍କ ଦ୍ୱାରା ମନ୍ଦିର ଠାବ ହେବା ପରେ ଏହି ସ୍ଥାନରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ଲୋକମାନେ ମନ୍ଦିର ଚତୁପାର୍ଶ୍ୱ ସଫା କରି ଦୀପ ଧୂପ ଲଗାଇ ପୂଜାର୍ଚ୍ଚନା କରୁଛନ୍ତି। ସ୍ଥାନୀୟ ଲୋକେ ମଧ୍ୟ ଏହି ସ୍ଥାନର ବିକାଶ କରାଇ ଏହାକୁ ଏକ ପର୍ଯ୍ୟଟନ ସ୍ଥାନରେ ପରିଣତ କରିବାକୁ ଦାବି କରିଛନ୍ତି। ସେପଟେ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ କହିଛନ୍ତି, ଅଞ୍ଚଳବାସୀଙ୍କ ପ୍ରସ୍ତାବ ଆସିଲେ ଆବଶ୍ୟକ ପଦକ୍ଷେପ ନିଆଯିବ। 

Tourism Ancient Temple Khordha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ