Advertisment

୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ଜ୍ୱରରେ ପୀଡ଼ିତ ଶ୍ରୀଜିଉ

୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ଜ୍ୱରରେ ପୀଡ଼ିତ ଶ୍ରୀଜିଉ ସୁସ୍ଥ ହେବା ପାଇଁ ଚାଲିଛି ଗୁପ୍ତ ଉପଚାର ୧୫ ଦିନ ଯାଏ ଶ୍ରୀଜିଉ ଏବେ ଅଣସର ଘରେ ରହିବେ ଅଲାରନାଥଙ୍କ ପୀଠରେ ୧୪୪ ଧାରା ଜାରି କୋଭିଡ୍ କଟକଣା…

ଅଦ୍ୟତନ ହୋଇଛି
୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ଜ୍ୱରରେ ପୀଡ଼ିତ ଶ୍ରୀଜିଉ

puri srimandir

Advertisment
  • ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ଜ୍ୱରରେ ପୀଡ଼ିତ ଶ୍ରୀଜିଉ
  • ସୁସ୍ଥ ହେବା ପାଇଁ ଚାଲିଛି ଗୁପ୍ତ ଉପଚାର
  • ୧୫ ଦିନ ଯାଏ ଶ୍ରୀଜିଉ ଏବେ ଅଣସର ଘରେ ରହିବେ
  • ଅଲାରନାଥଙ୍କ ପୀଠରେ ୧୪୪ ଧାରା ଜାରି
  • କୋଭିଡ୍ କଟକଣା ଭିତରେ ଚାଲିଛି ଠାକୁରଙ୍କ ନୀତିକାନ୍ତି
Advertisment

ପୁରୀ: ଅଣସର ଘରେ ଚତୁର୍ଦ୍ଧାମୂର୍ତ୍ତି। ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ଜ୍ୱରରେ ପୀଡ଼ିତ ଶ୍ରୀଜିଉ। ସୁସ୍ଥ ହେବା ପାଇଁ ଚାଲିଛି ଗୁପ୍ତ ଉପଚାର। ଶ୍ରୀମନ୍ଦିରରେ ଅନବସର ନୀତି ଆରମ୍ଭ ହୋଇଥିବା ବେଳେ ପୂଜା ପାଉଛନ୍ତି ପଟିଦିଅଁ। ୧୫ ଦିନ ଯାଏ ଶ୍ରୀଜିଉ ଏବେ ଅଣସର ଘରେ ରହିବେ। ଚତୁର୍ଦ୍ଧା ମୂର୍ତ୍ତି ଅଣସର ଘରେ ଥିବାରୁ ଏହି ସମୟରେ ଶ୍ରଦ୍ଧାଳୁ ବ୍ରହ୍ମଗିରି ଅଲାରନାଥଙ୍କ ଦର୍ଶନ କରିଥାନ୍ତି। ଚଳିତ ବର୍ଷ ମଧ୍ୟ କରୋନା କଟକଣା ଯୋଗୁ ସାଧାରଣ ଦର୍ଶନ ବନ୍ଦ ରହିଛି।

ଅଲାରନାଥଙ୍କ ପୀଠରେ ୧୪୪ ଧାରା ଜାରି ହୋଇଛି। ଭକ୍ତଶୂନ୍ୟ ହୋଇ ପଡ଼ିଛି ଅଲାରନାଥ ପୀଠ। ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ କଟକଣା ଥିଲେ ବି କୋଭିଡ୍ କଟକଣା ଭିତରେ ଚାଲିଛି ଠାକୁରଙ୍କ ନୀତିକାନ୍ତି। ପରମ୍ପରା ଅନୁଯାୟୀ, ଭୋର ୪ଟାରୁ ଦ୍ୱାର ଫିଟାଯାଇ ମଙ୍ଗଳ ଆଳତି, ତଡ଼ପଲାଗି, ଅବକାଶ, ବେଶ, ଗୋପାଳ ବଲ୍ଲଭ ଶେଷ ହୋଇଛି।

Advertisment

ଅଣସର ୧୫ ଦିନ ଜଗନ୍ନାଥଙ୍କ ପ୍ରତୀକ ରୂପେ ମହାପ୍ରଭୁ ଅଲାରନାଥ ଚତୁର୍ଭୁଜ ନାରାୟଣ ରୂପରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି। ଏହା ଜଗ୍ନନାଥ ଦର୍ଶନର ସମଫଳ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି। ଏହି ସମୟରେ ଅଲାରନାଥଙ୍କ ପାଖରେ ସ୍ୱତନ୍ତ୍ର କ୍ଷୀରି ଭୋଗ କରାଯାଇଥାଏ। ଯାହାକୁ ପାଇବା ପାଇଁ ଭକ୍ତମାନେ ବହୁ ଦୂରଦୁରାନ୍ତରୁ ଏଠାକୁ ଆସିଥାନ୍ତି।

Puri Ratha Jatra 2021
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ