Advertisment

ମୋଦିଙ୍କ ପରେ ଶାହାଙ୍କ ଟାର୍ଗେଟ୍, ଭୟରେ ଲାଗୁ କଲେନି ଆୟୁଷ୍ମାନ ଯୋଜନା

ପୁରୀ: ମୋଦିଙ୍କ ପରେ ଏବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହା ବି ନବୀନଙ୍କୁ ଟାର୍ଗେଟ୍‌ କରିଛନ୍ତି। ପୁରୀରେ ଆୟୋଜିତ ବିଜେପି ମହିଳା ସମାବେଶରେ ଯୋଗ ଦେଇ ଶାହା ଆରମ୍ଭରୁ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ଅମିତ କହିଛନ୍ତି, ନବୀନ ସରକାର ପାଇଁ ଓଡ଼ିଶାର ଭାଇ ଭଉଣୀ ଗରିବ ରହିଛନ୍ତି। ରାଜ୍ୟ ସରକାର ଅସାଧୁ ମିଲର୍‌ଙ୍କ ସହ ମେଣ୍ଟ କରିଛନ୍ତି। ମିଲର୍‌ଙ୍କ ସହ ସଲାସୁତୁରା ପାଇଁ ଚାଷୀଙ୍କୁ ଉଚିତ ମୂଲ୍ୟ ମିଳୁନାହିଁ ବୋଲି ଶାହା କହିଛନ୍ତି। ସେ […]

ମୋଦିଙ୍କ ପରେ ଶାହାଙ୍କ ଟାର୍ଗେଟ୍, ଭୟରେ ଲାଗୁ କଲେନି ଆୟୁଷ୍ମାନ ଯୋଜନା

bharti ...

Advertisment

ପୁରୀ: ମୋଦିଙ୍କ ପରେ ଏବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହା ବି ନବୀନଙ୍କୁ ଟାର୍ଗେଟ୍‌ କରିଛନ୍ତି। ପୁରୀରେ ଆୟୋଜିତ ବିଜେପି ମହିଳା ସମାବେଶରେ ଯୋଗ ଦେଇ ଶାହା ଆରମ୍ଭରୁ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି।

Advertisment

ଅମିତ କହିଛନ୍ତି, ନବୀନ ସରକାର ପାଇଁ ଓଡ଼ିଶାର ଭାଇ ଭଉଣୀ ଗରିବ ରହିଛନ୍ତି। ରାଜ୍ୟ ସରକାର ଅସାଧୁ ମିଲର୍‌ଙ୍କ ସହ ମେଣ୍ଟ କରିଛନ୍ତି। ମିଲର୍‌ଙ୍କ ସହ ସଲାସୁତୁରା ପାଇଁ ଚାଷୀଙ୍କୁ ଉଚିତ ମୂଲ୍ୟ ମିଳୁନାହିଁ ବୋଲି ଶାହା କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ଆୟୁଷ୍ମାନ ଭାରତ ଯୋଜନା ଲାଗୁ କଲେ ମୋଦି ଲୋକପ୍ରିୟ ହେବେ ବୋଲି ନବୀନ ଜାଣିଶୁଣି ଏହି ଯୋଜନା ଲାଗୁ କଲେନାହିଁ। ଆସନ୍ତା ନିର୍ବାଚନ ୨୦୧୯ରେ ଏ ସରକାର ଯିବା ନିଶ୍ଚିତ, ଏହାକୁ କେହି ରୋକି ପାରିବେନି ବୋଲି ଶାହା ଦୃଢୋକ୍ତି ପ୍ରକାଶ କରିଛନ୍ତି।

Advertisment

ଏତିକିରେ ବି ଶାହାଙ୍କ ଆକ୍ରମଣ ଥମିନଥିଲା। ସେ ନବୀନଙ୍କୁ ଟାର୍ଗେଟ୍‌ କରି କହିଛନ୍ତି, ଆମର ୧୪ ଜଣ କାର୍ଯ୍ୟକର୍ତ୍ତାଙ୍କୁ ଏଠାରେ ହତ୍ୟା କରାଯାଇଛି। ଆମେ ଏହାଦ୍ୱାରା ଡରିବୁନି, ଆପଣ ଆମକୁ ଅଟକାଇ ପାରିବେନି। ଗରିବ ଲୋକଙ୍କ ଉନ୍ନତି ପାଇଁ ମୋଦି ପଇସା ପଠାଉଛନ୍ତି। କିନ୍ତୁ ତାହା ଲୋକଙ୍କ ପାଖରେ ପହଞ୍ଚୁନି। ଆପଣଙ୍କ ଅଫିସର୍‌ ସବୁ ଖାଇ ଯାଉଛନ୍ତି। ମହିଳା ଅତ୍ୟାଚାରରେ ଓଡ଼ିଶା ଅନ୍ୟମାନଙ୍କ ଠାରୁ ଆଗରେ ରହିଛି ବୋଲି ଶାହା ଅଭିଯୋଗ କରିଥିଲେ।

ସେ ଆହୁରି ମଧ୍ୟ କହିଥିଲେ ବିଜୁ ଜନତା ଦଳରେ ବିଜୁ ପଟ୍ଟନାୟକଙ୍କ ସିଦ୍ଧାନ୍ତ ରହିନାହିଁ। ଓଡ଼ିଶା ଲୋକେ ନବୀନ ବାବୁଙ୍କୁ ବହୁତ ସୁଯୋଗ ଦେଲେ। ଏ ସରକାରକୁ ଓପାଡ଼ି ଫିଙ୍ଗିଦିଅ ବୋଲି ପୁଣି ଦୋହରାଇ ଥିଲେ ଅମିତ ଶାହା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ