saha
ପୁରୀ: ପୁରୀରେ ବିଜେପି ଜନଜାତି ମୋର୍ଚ୍ଚା ଅଧିବେଶନରେ ଅମିତ୍ ଶାହଙ୍କ ଭାଷଣ। ବିଜେପି ଏକମାତ୍ର ଦଳ ଯିଏ ଜନଜାତିଙ୍କୁ ସମ୍ମାନ ଦିଏ କହିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ।
ନିଜ ଭାଷଣରେ ଅମିତ୍ ଶାହ କହିଲେ, ଜନଜାତିଙ୍କ ବିକାଶ ଚାହେଁ ବିଜେପି। ଦେଶର ସର୍ବାଧିକ ଜନଜାତି ସାଂସଦ ବିଜେପିରୁ ହିଁ ନିର୍ବାଚିତ। ଏବେ ସଂସଦରେ ବିଜେପିର ୩୨ଜଣ ଜନଜାତି ସାଂସଦ ଅଛନ୍ତି। ଡିଷ୍ଟ୍ରିକ୍ଟ ମିନେରାଲ୍ ଫଣ୍ଡ ଗଠନ ବିଜେପିର ଏକ ବଡ଼ ଉପଲବ୍ଧି। ଜନଜାତିଙ୍କ ଉନ୍ନତି ପାଇଁ ଡିଷ୍ଟ୍ରିକ୍ଟ ମିନେରାଲ ଫଣ୍ଡ ଉଦ୍ଦିଷ୍ଟ।
ଏହାସହ ରାଜ୍ୟ ବିଜେପିର ‘ଜବାବ୍ ମାଗୁଛି ଓଡ଼ିଶା’ ଅଭିଯାନକୁ ପ୍ରଶଂସା କଲେ ଶାହ। ଭାଷଣ ଛଳରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ଉପରେ ବର୍ଷିଲେ ଅମିତ୍। ଜଣେ ଓଡ଼ିଆ ଭାଷା ବୁଝି ପାରୁଥିବା, କହି ପାରୁଥିବା ମୁଖ୍ୟମନ୍ତ୍ରୀଙ୍କୁ ବାଛ ବୋଲି ଓଡ଼ିଶାର ଜନତାଙ୍କୁ ପରାମର୍ଶ ଦେଲେ ଶାହ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/saha_1626422771.jpg)